ଜୈଶେ-ଏ-ମହମ୍ମଦ ମୁଖ୍ୟଙ୍କ ଦୁଇ ସମ୍ପର୍କୀୟ ସମେତ ୪୪ ଜଣକୁ ଗିରଫ କଲା ପାକିସ୍ତାନ

0

ଇସଲାମାବାଦ: ପାକିସ୍ତାନ ସରକାର ଜୈଶେ-ଏ-ମହମ୍ମଦ ମୁଖ୍ୟ ମାସୁଦ ଆଜାରର ଦୁଇ ସମ୍ପର୍କୀୟଙ୍କ ସମେତ ୪୪ ଜଣକୁ ଗିରଫ କରିବା ସହ ଅଟକ ରଖି ପଚରା ଉଚୁରା କରୁଛି। ଆନ୍ତର୍ଜାତିକ ଚାପରେ ପାକିସ୍ତାନ ଆତଙ୍କବାଦୀଙ୍କ ବିରୁଦ୍ଧରେ ପଦକ୍ଷେପ ସ୍ୱରୂପ ଏହି ଗିରଫଦାରୀ ହୋଇଥିବା ସେଠାକାର ଗୃହ ମନ୍ତ୍ରାଳୟର ଜଣେ ମୁଖପାତ୍ର କହିଛନ୍ତି। ଚଳିତ ବର୍ଷ ଫେବୃଆରୀରେ ଜୈଶେ-ଏ-ମହମ୍ମଦ ଆତଙ୍କୀ ଗୋଷ୍ଠୀ ଦ୍ୱାରା ଆତ୍ମଘାତୀ ବୋମା ବିସ୍ଫୋରଣରେ ୪୦ ଜଣ ଭାରତୀୟ ସଶସ୍ତ୍ର ସୁରକ୍ଷା ବଳ ସହୀଦ ହୋଇଥିଲେ ଫଳରେ ଭାରତ ଓ ପାକିସ୍ତାନ ସୀମାରେ ଯୁଦ୍ଧ ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା। ବିଭିନ୍ନ ଆତଙ୍କୀ ଗୋଷ୍ଠୀ ସହ ସମ୍ପୃକ୍ତ ୪୪ ଜଣକୁ ଗିରଫ କରାଯାଇଥିବା ପାକିସ୍ତାନ ଗୃହ ମନ୍ତ୍ରୀ କହିଛନ୍ତି। ଗିରଫଙ୍କ ମଧ୍ୟରେ ଜୈଶେ-ଏ-ମହମ୍ମଦ ମୁଖ୍ୟ ମାସୁଦ ଆଜାରର ଦୁଇ ସମ୍ପର୍କୀୟ ମୁଫତି ଅବଦୁର ରଫ ଏବଂ ହମଦ ଆଜାର ରହିଥିବା ଜଣାପଡିଛି।

Leave A Reply