www.samajalive.in
Saturday, December 13, 2025
26.1 C
Bhubaneswar

ପାକିସ୍ତାନ୍‌ରେ କରୋନା ଆକ୍ରାନ୍ତ ସଂଖ୍ୟା ଏକ ଲକ୍ଷ ଟପିଲା, ଦିନକୁ ବଢୁଛି ୫ହଜାର ନୂଆ ମାମଲା

ଇସ୍‌ଲାମାବାଦ: ପାକିସ୍ତାନରେ କରୋନା ଆକାନ୍ତଙ୍କ ସଂଖ୍ୟା ଦୃତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ଆଜି ସୁଦ୍ଧା ପାକିସ୍ତାନରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟ ୧,୦୩, ୬୭୧ ଚିହ୍ନଟ କରାଯାଇଥିବା ଜଣାପଡ଼ିଛି। ସେଥିମଧ୍ୟରୁ ୩୪,୩୫୫ଜଣ ସୁସ୍ଥ ହୋଇଥିବାବେଳେ ୨,୦୬୭ଜଣଙ୍କ ମୃତ୍ୟୁ ହୋଇଛି।
ମୁସଲମାନଙ୍କ ପବିତ୍ର ରମ୍‌ଜାନ୍‌ ମାସ ଶେଷ ହେବା ପରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢୁଛି। ମେ’ ଶେଷ ସପ୍ତାହରେ ଇଦ୍‌ଉଲ୍‌ ଫିତର ପାଇଁ ଛୁଟି ଘୋଷଣା କରାଯାଇଥିଲା ଏବଂ ଏହି ସମୟରେ ବଜାର ଖୋଲା ରଖାଯାଇଥିଲା। ଅପରପକ୍ଷରେ ମେଡ଼ିକାଲ୍‌ ବିଶେଷଜ୍ଞଙ୍କ କଡ଼ାକଡ଼ି ଲକ୍‌ଡାଉନ୍‌ ପରାମର୍ଶକୁ ବେଖାତିର ନକରି ପାକିସ୍ତାନ ସରକାର ଦେଶରେ ମସ୍‌ଜିଦ ଖୋଲା ରଖିଥିଲା। ଫଳରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି ବୋଲି କୁହାଯାଇଛି।
ବର୍ତ୍ତମାନ ପ୍ରତ୍ୟେକ ଦିନ କ୍ରମାଗତ ଭାବେ ୫,୦୦୦ରୁ ଅଧିକ ନୂଆ କରୋନା ଆକ୍ରାନ୍ତ ମାମଲା ଚିହ୍ନଟ କରାଯାଉଛି। ଏବେ ପ୍ରତିଦିନ ୨୨,୦୦୦ ଲୋକଙ୍କ କରୋନା ଭୂତାଣୁ ପରୀକ୍ଷା କରାଯାଉଛି। ତେବେ ଦିନକୁ କରୋନା ଭୂତାଣୁ ପରୀକ୍ଷା ୩୦,୦୦୦କୁ ବୃଦ୍ଧି କରାଯିବା ନେଇ ଲକ୍ଷ୍ୟ ରଖାଯାଇଛି ବୋଲି ପାକିସ୍ତାନ ସରକାର ପ୍ରକାଶ କରିଛନ୍ତି।
ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ କହିଛନ୍ତି ଯେ ପାକିସ୍ତାନ ଏକ ଗରିବ ରାଷ୍ଟ୍ର ହୋଇଥିବାରୁ ଏଠାରେ କଡ଼ାକଡ଼ି ଭାବେ ଲକ୍‌ଡାଉନ୍‌ ପାଳନ କରିବା ସମ୍ଭବ ନୁହେଁ। ଏହା ଜନସାଧାରଣଙ୍କ ଜୀବନ ଜୀବୀକା ଉପରେ ଗଭୀର ପ୍ରଭାବ ପକାଇବ।

Hot this week

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

Related Articles

Popular Categories