ଲଣ୍ଡନ : ଜୁନ ୧୬ ରବିବାରରେ ଭାରତ ଠାରୁ ପରାଜୟ ପରେ ପାକିସ୍ତାନ କ୍ରିକେଟ ଦଳର ମୁଖ୍ୟ ପ୍ରଶିକ୍ଷକ ମିକି ଅର୍ଥର ମାନସିକ ରୂପେ ଭାଙ୍ଗି ପଡ଼ିଥିଲେ। ଏପରିକି ସେ ଆତ୍ମହତ୍ୟା କରିବାକୁ ମନ ବଳାଇଥିବା କଥା ଗଣମାଧ୍ୟମକୁ କହିଛନ୍ତି।
ଆର୍ଥର ଗଣମାଧ୍ୟମକୁ କହିଛନ୍ତି, ଗତ ରବିବାର ମୁଁ ଆତ୍ମହତ୍ୟା କରିବାକୁ ଚାହୁଁଥିଲି। ଏହା ଏକ ମ୍ୟାଚ୍ ଥିଲା। ପୁଣି ବିଶ୍ୱକପ୍। ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ରେ ହାରିଲେ ଲୋକମାନଙ୍କର ଦ୍ୱାରା ସମାଲୋଚନାର ଶିକାର ହେବାକୁ ପଡିଥାଏ। ଗଣମାଧ୍ୟମରେ ଆଲୋଚନା ଓ ସମାଲୋଚନାତ୍ମକ ଖବର ପ୍ରକାଶ ପାଇଥାଏ। ବିଭିନ୍ନ ପ୍ରକାରର ପ୍ରଶ୍ନର ସମ୍ମୁଖୀନ ହେବାକୁ ପଡିଥାଏ। ଏଣୁ ଭାରତ ଠାରୁ ଆମ ଦଳ ପରାଜୟ ହେବା ପରେ ମୁଁ ଅତ୍ୟନ୍ତ ଭାଙ୍ଗି ପଡ଼ିଥିଲି ଏବଂ ଆତ୍ମହତ୍ୟା କରିବା ପାଇଁ ମନ ବଳାଇଥିଲି।
ଭାରତ ଠାରୁ ପରାଜୟ ପରେ ଆତ୍ମହତ୍ୟା କରିବାକୁ ଚିନ୍ତା କରିଥିଲି : ପାକିସ୍ତାନ ମୁଖ୍ୟ ପ୍ରଶିକ୍ଷକ
Popular Categories



