www.samajalive.in
Saturday, December 6, 2025
19.1 C
Bhubaneswar

ମା’ ଶ୍ୟାମାକାଳୀଙ୍କ ପୂଜା ପାଇଁ ଚଳଚଞ୍ଚଳ ପଦ୍ମପୁର ସହର

ପଦ୍ମପୁର: ବିଦାୟ ନେଇଛନ୍ତି ଧନଧାତ୍ରୀ ମା’ ଗଜଲକ୍ଷ୍ମୀ, ଦିନ କେଇଟାରେ ଧରାବତରଣ କରିବେ ମା’ ଶ୍ୟାାମକାଳୀ। ମା’ ଶ୍ୟାମାକାଳୀଙ୍କ ଆଗମନକୁ ସ୍ୱାଗତ କରିବାକୁ ତତ୍ପର ହୋଇଉଠିଛି ପୁରପଲ୍ଲୀ। ଆଉ ସେଥିରୁ ବାଦ ପଡ଼ିନି ରାୟଗଡ଼ା ଜିଲ୍ଲା ପଦ୍ମପୁର ସହର। ରାୟଗଡ଼ା ଜିଲ୍ଲାର ପଦ୍ମପୁର ସହର ବ୍ଲକ କଲୋନୀଠାରେ ମା’ ଶ୍ୟାମାକାଳୀଙ୍କ ପୂଜା ପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛି। ଏଠାରେ ଦୀର୍ଘ ବର୍ଷ ହେବ ମା’ ଶ୍ୟାମାକାଳୀଙ୍କ ପୂଜା ରୀତିନୀତି ଅନୁସାରେ ପାଳନ ହୋଇଆସୁଛି। ଯୁଗ ବଦଳିବା ସହିତ ସମୟକୁ ତାଳ ଦେଇ ପୂଜା ମଣ୍ଡପ ସଜାଇ ହୋଇ ଆସୁଛି। ଏଠାରେ ଆକର୍ଷଣୀୟ ତୋରଣ ନିର୍ମାଣ ଚାଲିଛି। ସୁଦୂର ନୟାଗଡ଼ର କାରୀଗରମାନେ ଆସି ତୋରଣ ତିଆରି କାମରେ ଲାଗି ପଡିଛନ୍ତି। ଯାଜପୁର ଅଞ୍ଚଳର ମୂର୍ତ୍ତି କାରୀଗର ତାଙ୍କ ସହଯୋଗୀମାନଙ୍କ ସହିତ ମୂର୍ତ୍ତିମାନଙ୍କୁ ଜୀବନ୍ତ ରୂପ ଦେବା କାମରେ ନିୟୋଜିତ ଅଛନ୍ତି। ଆସନ୍ତା ୧୦ ତାରିଖରେ ପୂଜା ଆଡ଼ମ୍ବର ସହକାରେ ପୂଜା ଆରମ୍ଭ ହେବାକୁ ଯାଉଥିବା ବେଳେ ଏହି ପୂଜା ପଦ୍ମପୁର ସହରରେ ୫ ଦିନବ୍ୟାପୀ ମହାଡ଼ମ୍ବରରେ ପାଳନ ହେବାକୁ ଥିବାବେଳେ ଏ ବର୍ଷର ମୁଖ୍ୟ ଆକର୍ଷଣ ହେବ ସୁନ୍ଦର ତୋରଣ, ଆଲୋକ ସଜା ସାଙ୍ଗକୁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ମୀନାବଜାର। ବାଣିଜ୍ୟ ସମ୍ପନ୍ନ ସହର ପଦ୍ମପୁରରେ ଚଳିତ ବର୍ଷର କାଳୀପୂଜାକୁ ଅଧିକ ଆକର୍ଷଣୀୟ ଓ ଲୋକାଭିମୁଖୀ କରାଯିବ ବୋଲି ପୂଜା କମିଟିର କର୍ମକର୍ତ୍ତାମାନେ ନିଷ୍ପତ୍ତି ନେଇଛନ୍ତି।

Hot this week

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

Related Articles

Popular Categories