nua o banner

୪୩ ଜଣଙ୍କୁ ପଦ୍ମ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି

BJD Bijuli 480×75 Mob
0

ନୂଆଦିଲ୍ଲୀ : ରାଷ୍ଟ୍ରପତି ରାମନାଥ କୋବିନ୍ଦ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଓ ବିଶେଷ ସେବା ପାଇଁ ୪୩ ଜଣଙ୍କୁ ଚଳିତ ବର୍ଷର ସର୍ବୋଚ୍ଚ ବେସାମରିକ ସମ୍ମାନ ‘ପଦ୍ମ ପୁରସ୍କାର’ ମଙ୍ଗଳବାର ପ୍ରଦାନ କରିଛନ୍ତି । ସାଧାରଣତନ୍ତ୍ର ଦିବସ ପୂର୍ବ ଦିନ ଏହି ପୁରସ୍କାର ପାଇଁ ନାମ ୮୪ ଜଣଙ୍କ ନାମ ଘୋଷଣା କରାଯାଇଥିଲା । ଏହି କ୍ରମରେ ଆଜି ୪୩ ଜଣଙ୍କୁ ପଦ୍ମ ପୁରସ୍କାର ପ୍ରଦାନ କରାଯାଇଛି । ରାଷ୍ଟ୍ରପତି ଭବନରେ ଆୟୋଜିତ ସ୍ୱତନ୍ତ୍ର ସମାରୋହରେ ରାଷ୍ଟ୍ରପତି ୪୩ ଜଣଙ୍କୁ ପଦ୍ମ ବିଭୂଷଣ, ପଦ୍ମ ଭୂଷଣ ଏବଂ ପଦ୍ମଶୀ ସମ୍ମାନ ପ୍ରଦାନ କରିଛନ୍ତି । ବାକି ୪୨ ଜଣଙ୍କୁ ଅପ୍ରେଲ ୨ରେ ଏକ ସ୍ୱତନ୍ତ୍ର ସମାରୋହରେ ଏହି ସମ୍ମାନ ପ୍ରଦାନ କରାଯିବ । ୪୩ ଜଣଙ୍କ ମଧ୍ୟରୁ ୩ ଜଣଙ୍କୁ ପଦ୍ମ ବିଭୂଷଣ, ୪ ଜଣଙ୍କୁ ପଦ୍ମ ଭୂଷଣ ଓ ୩୬ ଜଣଙ୍କୁ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରାଯାଇଛି । ଘୋଷିତ ତାଲିକାରେ ୮୫ ଜଣଙ୍କ ମଧ୍ୟରୁ ୫ ଓଡ଼ିଆ ପଦ୍ମଶ୍ରୀ ପୁରସ୍କାର ପାଇବାର ଗୌରବ ଲାଭ କରିଛନ୍ତି। ସମାଜସେବା ପାଇଁ ଭବାନୀ ଚରଣ ପଟ୍ଟନାୟକ, ସାହିତ୍ୟ ଓ ଶିକ୍ଷା ପାଇଁ ଚନ୍ଦ୍ରଶେଖର ରଥ, ହସ୍ତତନ୍ତ ଓ କଳା ପାଇଁ ଗୋବର୍ନ୍ଧନ ପାଣିକା, ସ୍ଥାପତ୍ୟ ପାଇଁ ପ୍ରଭାକର ମହାରଣା ଓ ସିନେମା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଶିଶିର ମିଶ୍ରଙ୍କୁ ପଦ୍ମ ପୁରସ୍କାର ପ୍ରଦାନ କରାଯାଇଛି । ୮୫ ଜଣଙ୍କ ମଧ୍ୟରୁ ୭୩ ଜଣଙ୍କୁ ପଦ୍ମଶ୍ରୀ, ୯ ଜଣଙ୍କୁ ପଦ୍ମ ଭୂଷଣ ଓ ୩ ଜଣଙ୍କୁ ପଦ୍ମ ବିଭୂଷଣରେ ସମ୍ମାନିତ କରାଯିବ । ସାହିତ୍ୟ ଓ ଶିକ୍ଷା ପାଇଁ ବୈଜ୍ଞାନିକ ଅରବିନ୍ଦ ଗୁପ୍ତା, କଳା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଭଜ୍ଜୁ ଶ୍ୟାମ, ସମାଜସେବା ପାଇଁ ସୁଧାଂଶୁ ବିଶ୍ୱାସ, ମେଡିସିନ ପାଇଁ ଏମ୍‌ଆର ରାଜଗୋପାଳ, ସାପ କାମୁଡ଼ା ଔଷଧ ପାଇଁ ଲକ୍ଷ୍ମୀ କୁଟ୍ଟି, ଭାରତର ପ୍ରଥମ ପାରାଅଲମ୍ପିକ ସ୍ୱର୍ଣ୍ଣ ପଦକ ବିଜେତା ମୂରଲୀ କାନ୍ତ ପେଟକାର, ପ୍ଲାଷ୍ଟିକ୍‌ ରାସ୍ତା ନିର୍ମାତା ରାଜଗୋପାଳନ ବାସୁଦେବନ, ଗରିବଙ୍କ ପାଇଁ ଚିକିତ୍ସାଳୟ ସ୍ଥାପନ କରି ବିଶେଷ ସେବା ପାଇଁ ସୁଭାଷିନି ମିସ୍ତ୍ରୀ, ସୁଲାଗାଟି ନରସିହ୍ମା, ତାମିଲ ଲୋକ କଳାକାର ବିଜୟଲକ୍ଷ୍ମୀ, ଡାକ୍ତର ଏବଂ ସାଧୁ ୟେସୀ ଧୋଡେନଙ୍କୁ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରାଯାଇଛି । ସେହିପରି ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କୁ ପଦ୍ମ ଭୂଷଣ, ସଂଗୀତ ନିର୍ଦେଶକ ଇଲେୟା ରାଜାଙ୍କୁ ପଦ୍ମ ବିଭୂଷଣ ସମ୍ମାନ ପ୍ରଦାନ କରାଯାଇଛି।

Leave A Reply