www.samajalive.in
Sunday, December 14, 2025
26.1 C
Bhubaneswar

ଏମ୍‍ଏସ୍‍ପି ବୃଦ୍ଧି ପ୍ରସଙ୍ଗ : ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କୁ ଭେଟିବ ଗୃହ କମିଟି

ବାଚସ୍ପତି ଓ ସଚିବ ଲେଖିବେ ଚିଠି

ଭୁବନେଶ୍ୱର : ଚାଷୀମାନଙ୍କ ଉତ୍ପାଦିତ ଧାନର ସହାୟକ ମୂଲ୍ୟ(ଏମ୍‍ଏସ୍‍ପି) ବୃଦ୍ଧି ପ୍ରସଙ୍ଗରେ ବିଧାନସଭା ଗୃହ କମିଟି ପୁଣିଥରେ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କୁ ଭେଟି ଦାବି ଜଣାଇବ। ବିଧାନସଭା ବାଚସ୍ପତି ପ୍ରଦୀପ କୁମାର ଅମାତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଗୃହ କମିଟି ବୈଠକରୁ ଏହା ଜଣାଯାଇଛି। ବୈଠକର ନିଷ୍ପତ୍ତି ସମ୍ପର୍କରେ କମିଟି ସଦସ୍ୟ ସଞ୍ଜୟ ଦାସ ବର୍ମା କହିଛନ୍ତି ଯେ ଓଡ଼ିଶାର ଚାଷୀକୁଳ ପ୍ରତି କେନ୍ଦ୍ର ସରକାର ବାରମ୍ବାର ଉପହାସ କରି ଚାଲିଛନ୍ତି। ସିଏସିପିଙ୍କ ପକ୍ଷରୁ ଧାନର ସହାୟକ ମୂଲ୍ୟ ବାବଦକୁ ଯେଉଁ ୨୦୦ ଟଙ୍କା ବୃଦ୍ଧି କରାଯାଇଛି ଏହାକୁ ବିଧାନସଭା ଗୃହ କମିଟି ପ୍ରତ୍ୟାଖାନ କରିବା ସହିତ ନିନ୍ଦା କରିଛି। ଗତଥର ସମୟ କମ୍‍ ଥିବାରୁ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ସମୟ ଦେଇ ନଥିଲେ। ଚଳିତଥର ବାଚସ୍ପତି ପୁନର୍ବାର ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରିବାପାଇଁ ଚିଠି ଲେଖିବେ। ଏହାବାଦ୍‍ ବିଧାନସଭା ସଚିବ ମଧ୍ୟ ଅନୁରୂପ ଭାବେ ରେସିଡେନ୍‍ସ କମିଶନରଙ୍କୁ ପତ୍ର ଲେଖି ରାଷ୍ଟ୍ରପତି କାର୍ଯ୍ୟାଳୟ ସହିତ ଯୋଗାଯୋଗ କରିବାପାଇଁ ଅନୁରୋଧ କରିବେ। ଶ୍ରୀ ଦାସବର୍ମା କହିଛନ୍ତି ଯେ କେନ୍ଦ୍ର ସରକାର ବାରମ୍ବାର ଓଡ଼ିଶାର ଚାଷୀକୁଳ ପ୍ରତି ବୈମାତୃକ ମନୋଭାବ ଦେଖାଇ ଆସୁଛନ୍ତି। ଏନେଇ କମିଟି ଉଦ୍‍ବେଗ ପ୍ରକାଶ କରିବା ସହିତ ଏମ୍‍ଏସ୍‍ପି ବୃଦ୍ଧି ନେଇ କେନ୍ଦ୍ରକୁ ଅବଗତ କରାଯିବ। ଏହାବାଦ୍‍ ୨୦୧୫ରେ ଧାନର ସହାୟକ ମୂଲ୍ୟ ସ୍ଥିର ହୋଇଥିବାବେଳେ ସାଂପ୍ରତିକ ପରିସ୍ଥିତିରେ ବିଭିନ୍ନ ଦରଦାମ୍‍ ବୃଦ୍ଧିକୁ ଦୃଷ୍ଟିରେ ରଖି ପୁନର୍ବାର ଗୃହ କମିଟି ବସି ନିଷ୍ପତ୍ତି ନିଆଯିବ।
ସେହିପରି କଂଗ୍ରେସ ଦଳର ମୁଖ୍ୟସଚେତକ ତାରା ପ୍ରସାଦ ବାହିନୀପତି କହିଥିଲେ ଯେ ଓଡ଼ିଶା ଲୋକଙ୍କୁ ଯେଭଳି କେନ୍ଦ୍ର ପଦାଘାତ କରୁଛି ତାହା ଅତ୍ୟନ୍ତ ନିନ୍ଦନୀୟ। ସେ କହିଥିଲେ ଯେ କେନ୍ଦ୍ର ସରକାର ୧୭୫୦ଟଙ୍କାର ଏମ୍‍ଏସ୍‍ପିକୁ ରାଜ୍ୟ ସରକାର ବର୍ଜନ କରିଛନ୍ତି। ପୁନର୍ବାର ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କୁ ଗୃହକମିଟି ଭେଟି ଚାଷୀଙ୍କ ପାଇଁ ଏମ୍‍ଏସ୍‍ପି ବୃଦ୍ଧି କରିବାକୁ ଦାବି ରଖିବ।
ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ବିରୋଧୀଦଳ ନେତା ନରସିଂହ ମିଶ୍ର, ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ଶାସକଦଳ ମୁଖ୍ୟସେଚତକ ଅମର ପ୍ରସାଦ ଶତପଥୀ, କୃଷି ଉତ୍ପାଦନ କମିଶନର ଗଗନ ଧଳ, ସଚିବ ସୌରଭ ଗର୍ଗ, ସମବାୟ ସଚିବ ରଞ୍ଜନା ଚୋପ୍ରା ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories