କିର୍ତ୍ତି ଚିଦାମ୍ବରମ୍ଙ୍କ ନାମରେ ଚାଲିବ ୫୪ଟି ମାମଲା:
ନୂଆଦିଲ୍ଲୀ: ପ୍ରାକ୍ତନ ଅର୍ଥ ମନ୍ତ୍ରୀ ପି ଚିଦାମ୍ବରମ୍ଙ୍କ ପୁଅ କିର୍ତ୍ତି ଚିଦାମ୍ବରମ୍ଙ୍କ ନାମରେ ଏକକାଳୀନ ଚାଲିବ ୫୪ଟି ମାମଲା। ଅର୍ଥନୈତିକ ଅପରାଧ ଶାଖା ପକ୍ଷରୁ ଚାଲିଥିବା ତଦନ୍ତରେ ୨୦୦୪, ୨୦୦୯ ଓ ୨୦୧୨ ଓ ୨୦୧୪ ମଧ୍ୟରେ ହୋଇଥିବା ନେଣଦେଣ ସମ୍ପର୍କରେ ଇଡି ଦ୍ୱାରା ତଦନ୍ତ ଜାରି ରହିଛି। ଏହ ତଦନ୍ତରେ ପି ଚିଦାମ୍ବରମଙ୍କ ଭୂମିକାକୁ ମଧ୍ୟ ଜାଞ୍ଚ ମଧ୍ୟରେ ସ୍ଥାନ ଦେଇଛି ଇଡି। ଅଇଏନଏକ୍ସ ମିଡିଆ ସହ କିର୍ତ୍ତି ଚିଦାମ୍ବରମଙ୍କ ବେଆଇନ ନେଣଦେଣ ମାମଲା ଏବେ ସୁପ୍ରିମ କୋର୍ଟରେ ପହଞ୍ଚିଛି। ଏହି ମାମଲାରେ ଇଡି ଓ ସିବିଆଇ ଦ୍ୱାରା କିର୍ତ୍ତିଙ୍କୁ ପଚରାଉଚରା କରାଯାଇଛି। କୋର୍ଟ ନିର୍ଦେଶ ମୁତାବକ ୫ଦିନର ରିମାଣ୍ଡରେ କିର୍ତ୍ତି ଏବେ ସିବିଆଇ ହେପାଜତରେ ଅଛନ୍ତି। ରବିବାର କିର୍ତ୍ତି ଚିଦାମ୍ବରମ ଓ ଆଇଏନଏକ୍ସ ମିଡିଆ ମୁଖ୍ୟ ଇନ୍ଦ୍ରାଣୀ ମୁଖାର୍ଜୀଙ୍କୁ ସାମ୍ନାସାମ୍ନି ଜେରା କରିଛି ସିବିଆଇ। ଏପରିକି କିର୍ତ୍ତିଙ୍କ କମ୍ପାନୀ ଆଇଏନଏକ୍ସ ମିଡିଆକୁ ଦେଇଥିବା୧୦ଲକ୍ଷ ଟଙ୍କାର ପ୍ରାପ୍ୟ ପତ୍ର ସିବିଆଇ ହସ୍ତଗତ କରିଛି। ତେବେ କିର୍ତ୍ତି ତାଙ୍କ କମ୍ପାନୀର ପ୍ରତି ଦିନର ଆୟ ବ୍ୟୟର ହିସାବ ନିଜେ ରଖୁ ନଥିଲେ ବୋଲି ସିବିଆଇ ଆଗରେ ପ୍ରକାଶ କରିଛନ୍ତି। ଆଇଏନଏକ୍ସ ମିଡିଆକୁ ଫରେନ ଇଭେଷ୍ଟମେଷ୍ଟ ପ୍ରମୋସନ ବୋର୍ଡ଼ର ସ୍ୱୀକୃତି ଦେବା ପ୍ରତିବଦଳରେ କିର୍ତ୍ତିଙ୍କ କମ୍ପାନୀକୁ ଏହି ୧୦ ଲକ୍ଷ ଟଙ୍କା ପ୍ରଦାନ କରାଯାଇ ଥିଲା। ଏହି ମାମଲାରେ ସିବିଆଇ ଆଗାମୀ ଦିନରେ ପି ଚିଦାମ୍ବରମଙ୍କୁ ମଧ୍ୟ ତଦନ୍ତ ପରିସରଭୁକ୍ତ କରିବାର ସମ୍ଭାବନା ରହିଛି ବୋଲି ଇଡିର ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।
Sign in
Welcome! Log into your account
Forgot your password? Get help
Privacy Policy
Password recovery
Recover your password
A password will be e-mailed to you.

