ମା’ ଲକ୍ଷ୍ମୀଙ୍କ ବାହନ ହେଉଛି ପେଚା । ତଥାପି ପେଚାକୁ ଶୁଭ ବା ଅଶୁଭ ବିଶ୍ବାସ କରାଯାଏ । ପେଚାକୁ ନେଇ ଆମ ସମାଜ ଓ ଧର୍ମରେ ବିଭିନ୍ନ ପ୍ରକାର ମାନ୍ୟତା ପ୍ରଚଳିତ । ତେବେ ଆସନ୍ତୁ ଜାଣିବା ଏହି ମାନ୍ୟତା ବିଷୟରେ ଯାହାକୁ ଆଜି ଲୋକେ ବିଶ୍ବାସ କରୁଛନ୍ତି ।
ଶୁଭ
୧. ଯଦି ସକାଳେ ପୂର୍ବ ଦିଗରେ ପେଚା ଦେଖାଯାଏ ବା ତାର ସ୍ବର ଶୁଣିବାକୁ ମିଳେ, ତେବେ ତାହା ଅତ୍ୟନ୍ତ ଶୁଭ ବୋଲି ମାନ୍ୟତା ରହିଛି । ଏହା ଦ୍ବାରା ଆକସ୍ମିକ ଭାବେ ଧନ ପ୍ରାପ୍ତିର ସୁଯୋଗ ରହିଛି ।
୨. ଯଦି କୌଣସି ରୋଗୀକୁ ପେଚା ଛୁଇଁ ଚାଲିଯାଏ ବା ରୋଗୀ ଉପରେ ଉଡି ଚାଲିଯାଏ, ଏହା ଦ୍ବାରା ବହୁତ ଶୀଘ୍ର ରୋଗୀ ସମ୍ପୂର୍ଣ୍ଣ ସୁସ୍ଥ ହେବାର ସମ୍ଭାବନା ଅଧିକ ଥାଏ ।

୩. ପେଚା ଡାହାଣ ପଟକୁ ଦେଖିବା ବା ସ୍ବର ଦେବା ଅଶୁଭ ବୋଲି କୁହାଯାଏ । ତେଣୁ ପେଚା ସ୍ବରକୁ ଅଶୁଭ ବୋଲି କୁହାଯାଏ । ହେଲେ ବାମ ଦିଗକୁ ଦେଖିବା ଶୁଭ ଅଟେ ।
୪. ଯଦି ଆପଣଙ୍କ ଘର ଉପରେ ଧଳା ପେଚା ବସିଛି ତେବେ ଏହା ଶୁଭ ସଂକେତ। ଯଦି ଅକସ୍ମାତ ଧଳା ପେଚାଟି ଘର ଭିତରକୁ ପଶି ଆସେ ତାହାଲେ ଧନପ୍ରାପ୍ତି ହେବ ବୋଲି ଜାଣନ୍ତୁ ।
୫. ଗର୍ଭବତୀ ମହିଳା ପ୍ରସବ ପାଇଁ ଯିବା ସମୟରେ ପେଚା ଦେଖିଗଲେ ଯାଆଁଳା ଶିଶୁ ଜନ୍ମ ହୁଏ ।
ଅଶୁଭ
୧. ଯଦି ପେଚା ଗୃହର ଶୀର୍ଷରେ ବସିକି ଚିତ୍କାର କରେ, ତେବେ ପରିବାରର କୌଣସି ସଦସ୍ୟଙ୍କ ଅକାଳ ବିୟୋଗ ହେବାର ସମ୍ଭାବନା ରହିଥାଏ ।
୨. ଯଦି ଗୃହର ମୁଖ୍ୟଦ୍ବାର ନିକଟରେ ପେଚା ତିନି ଦିନ ଧରି କାନ୍ଦେ ତେବେ ସେହି ଘରୁ ଚୋରି ବା ଧନହାନି ହେବାର ସମ୍ଭାବନା ରହିଥାଏ ।

୪. ଧଳା ପେଚାକୁ ଯଦି ରାସ୍ତାରେ ଦେଖନ୍ତି ତେବେ ତାହା ଶୁଭ ଖବର ଦେଇଥାଏ । କିନ୍ତୁ କଳା ପେଚା ଦେଖିବା ଅଶୁଭ।
୫. କଳା ପେଚା ଯଦି ଘର ଉପରେ ବସେ କିମ୍ବା ଘର ଭିତରକୁ ପଶିଯାଏ ତାହା ଅଶୁଭ । ଏହାର ପ୍ରତିକାର ସ୍ବରୂପ ଯେକୌଣସି ରବିବାର ଦିନ କ୍ଷୀର, ଗୁଡ ଏବଂ କଦଳୀକୁ ଚକଟି ଜଣେ ବ୍ରାହ୍ମଣକୁ ଖାଇବାକୁ ଦିଅନ୍ତୁ ।
କେଉଁ ଦଶରେ କ’ଣ ରହିଛି ବିଶ୍ବାସ
-ଇରାନରେ ପେଚାର ସ୍ବର (ମଧୁର ବା କର୍କଶ) ଅନୁସାରେ ଶୁଭ ବା ଅଶୁଭ ବୋଲି ବିଶ୍ବାସ କରାଯାଏ ।
-ଦକ୍ଷିଣ ଆଫ୍ରିକାରେ ପେଚାର ସ୍ବରକୁ ମୃତ୍ୟୁର ସୂଚନା ଭାବେ ବିଶ୍ବାସ କରାଯାଏ ।
-ଚୀନରେ ପେଚା ଦେଖିବାକୁ ପଡୋଶୀଙ୍କ ମୃତ୍ୟୁ ସୂଚନା ବୋଲି କୁହାଯାଏ ।



