www.samajalive.in
Monday, December 8, 2025
14.1 C
Bhubaneswar

ବିଦ୍ୱେଷମୂଳକ ଭାଷଣ, କୋଭିଡ ଆଇନ ଉଲ୍ଲଂଘନ ପାଇଁ ଓୱାଇସିଙ୍କ ବିରୁଦ୍ଧରେ ମାମଲା ରୁଜ୍ଜୁ

ନୂଆଦିଲ୍ଲୀ: ଅଖିଳ ଭାରତ ମଜଲିସ ଇ ଇତ୍ତେହାଦ ଉଲ୍‍ ମୁସଲିମିନ (ଏଆଇଏମଆଇଏମ) ମୁଖ୍ୟ ଆସାଦଉଦ୍ଦିନ ଓୱାଇସିଙ୍କ ବିରୁଦ୍ଧରେ ବିଦ୍ୱେଷମୂଳକ ଭାଷଣ ଦେବା ଏବଂ କୋଭିଡ-୧୯ ନିୟମର ଉଲ୍ଲଂଘନ ଅଭିଯୋଗରେ ମାମଲା ରୁଜ୍ଜୁ କରାଯାଇଛି। ଉତ୍ତର ପ୍ରଦେଶର ବାରବାଙ୍କି ଜିଲାରେ ଓୱାଇସି ନିଜ ଭାଷଣରେ ଏକ ନିର୍ଦ୍ଦିଷ୍ଟ ସଂପ୍ରଦାୟକୁ ଉସୁକାଇବା ଏବଂ ସାଂପ୍ରଦାୟିକ ସଦଭାବ ପ୍ରତି ଆଞ୍ଚ ଆଣିବାର ଅପଚେଷ୍ଟା କରିଥିବା ଅଭିଯୋଗ ହୋଇଛି। ବାରବାଙ୍କି ପୁଲିସ ଅଧୀକ୍ଷ୍‍କ ଯମୁନା ପ୍ରସାଦଙ୍କ କହିବା ଅନୁଯାୟୀ ଓୱାଇସି କୋଭିଡ-୧୯ ନିୟମାବଳୀ ସହିତ ତାଙ୍କୁ ମିଳିଥିବା ଅନୁମତିର ସର୍ତ୍ତଗୁଡିକୁ ଉଲ୍ଲଂଘନ କରିଥିଲେ। ତାହାସହିତ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗି ଆଦିତ୍ୟନାଥଙ୍କ ବିରୁଦ୍ଧରେ ନିଜ ଭାଷଣରେ ଦୁର୍ବ୍ୟବହାର କରିବା ଭଳି ଭାଷା ପ୍ରୟୋଗ କରିଥିଲେ। ସେଥିପାଇଁ ଗୁରୁବାର ରାତିରେ ଓୱାଇସିଙ୍କ ବିରୁଦ୍ଧରେ ଭାରତୀୟ ଦଣ୍ଡବିଧି ଆଇନର ଧାରା ୧୫୩ଏ, ୧୬୯ ଏବଂ ୧୭୦ ଧାରା ସହିତ ମହାମାରୀ ରୋଗୀ ଆଇନର ବିଭିନ୍ନ ଧାରାରେ ମାମଲା ରୁଜ୍ଜୁ କରାଯାଇଛି।

ଓୱାଇସି ନିଜ ଭାଷଣରେ ଅଭିଯୋଗ କରିଥିଲେ ଯେ ଚଳିତ ବର୍ଷ ଆରମ୍ଭରେ ପ୍ରଶାସନ ବାରବାଙ୍କିରେ ଶତାବ୍ଦୀ ପୁରାତନ ଏକ ମସଜିଦକୁ ଧ୍ୱଂସ କରିଦେଇଥିଲା। ଏହା ଏକ ରାଜନୈତିକ ଧ୍ୱଂସ ଲୀଳା ବୋଲି ସେ କହିଥିଲେ। ଉକ୍ତ ମସଜିଦ ଭାଙ୍ଗିବା ସମୟରେ ପ୍ରଶାସନ ଆଇନର ଅନୁପାଳନ କରିନଥିଲେ ଏବଂ ଏହି ଘଟଣା ବିରୁଦ୍ଧରେ ନକହିବାକୁ ବିରୋଧୀ ଦଳଗୁଡିକ ଉପରେ ଆକ୍ରମଣ କରିଥିଲେ। ଚଳିତ ବର୍ଷ ମଇ ମାସରେ ବାରବାଙ୍କି ପ୍ରଶାସନ ଦ୍ୱାରା ଉକ୍ତ ମସଜିଦକୁ ଭାଙ୍ଗି ଦିଆଯାଇଥିଲା। ତେବେ ସେ ମସଜିଦର ନାମ ଉଲ୍ଲେଖ କରିନଥିଲେ। ଓୱାଇସି ଏକଥା ମଧ୍ୟ କହିଥିଲେ ଯେ, ୨୦୧୪ରେ ଭାରତୀୟ ଜନଦା ପାର୍ଟି କ୍ଷମତାକୁ ଆସିବା ପରେ ଦେଶର ଧର୍ମନିରପେକ୍ଷତା ଦୁର୍ବଳ ହୋଇଯାଇଛି। ଏହି ଅବସରରେ ସେ ବେଆଇନ କାର୍ଯ୍ୟକଳାପ (ନିରାକରଣ) ଆଇନକୁ ବିରୋଧ କରୁନଥିବାରୁ ସମାଜବାଦୀ ପାର୍ଟି ଏବଂ ବହୁଜନ ସମାଜ ପାର୍ଟିକୁ ଦୃଢ ନିନ୍ଦା କରିଥିଲେ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories