ଧାନ ସଂଗ୍ରହରେ ଲାଭବାନ ହେଲେଣି ଏକ କୋଟିରୁ ଅଧିକ ଚାଷୀ
ମିଳିଛି ଏକ ଲକ୍ଷ ୧୪ହଜାର କୋଟି ଟଙ୍କା
ଡେସ୍କ : ୨୦୨୨-୨୩ ଖରିଫ ଋତୁ ପାଇଁ ଧାନ ସଂଗ୍ରହରେ ଏକ କୋଟିରୁ ଅଧିକ କୃଷକ ଲାଭବାନ ହୋଇଛନ୍ତି । ଗତ ପହିଲା ସୁଦ୍ଧା ୭୧୩ ଲକ୍ଷ ମେଟ୍ରିକ ଟନ୍ ଧାନ ସଂଗ୍ରହ କରାଯାଇଛି । ଏ ବାବଦରେ ଏକ ଲକ୍ଷ ୧୪ହଜାର କୋଟି ଟଙ୍କା କୃଷକମାନଙ୍କ ଜମାଖାତାକୁ ପଠାଯାଇଛି । ଖାଉଟୀ ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରଣାଳୟ କହିଛି ବିନା ପ୍ରତିବନ୍ଧକରେ ଧାନ ସଂଗ୍ରହ ପାଇଁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି। ସଂଗୃହୀତ ହୋଇଥିବା ଧାନ ଗୁଡ଼ିକ ବଦଳରେ ଚାଉଳ ପହଞ୍ଚାଇବା କାର୍ଯ୍ୟ ମଧ୍ୟ ସଠିକ୍ ଭାବେ ଚାଲିଛି । ଦେଶରେ ପର୍ଯ୍ୟାପ୍ତ ପରିମାଣର ଚାଉଳ ମହଜୁଦ ଅଛି ଓ ଏହା ଯୋଗୁଁ ଦେଶର ଚାହିଦା ପୂରଣ ହୋଇପାରିବ। ଚଳିତ ଖରିଫ ଋତୁରେ ୭୬୬ ଲକ୍ଷ ମେଟ୍ରିକ ଟନ୍ ଧାନ ସଂଗ୍ରହର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି।
Comments are closed.