www.samajalive.in
Thursday, December 11, 2025
13.1 C
Bhubaneswar

ଏକବିଂଶ ଶତାବ୍ଦୀର ଆକାଂକ୍ଷାର ସମାଧାନ କରିବ ଆମ ଶିକ୍ଷା ବ୍ୟବସ୍ଥା

ଡେସ୍କ: କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉଚ୍ଚଶିକ୍ଷାନୁଷ୍ଠାନ ପାଇଁ ସଂସ୍ଥାଗତ ବିକାଶ ଯୋଜନା ଉପରେ ଦିନିକିଆ କର୍ମଶାଳାକୁ ଉଦଘାଟନ କରିଛନ୍ତି। ଏହି ଅବସରରେ ୧୯୫୭ରୁ୨୦୨୩ ପର୍ଯ୍ୟନ୍ତ ଥିବା ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ – ୟୁଜିସି ନିୟମାବଳୀକୁ ମନ୍ତ୍ରୀ ଶ୍ରୀ ପ୍ରଧାନ ଉନ୍ମୋଚନ କରିଛନ୍ତି। ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିକଶିତ ଭାରତର ସ୍ୱପ୍ନକୁ ସାକାର କରିବା କ୍ଷେତ୍ରରେ ଦେଶର ଉଚ୍ଚଶିକ୍ଷା ଅନୁଷ୍ଠାନଗୁଡ଼ିକ ୨୦୨୦ ନୂଆ ଶିକ୍ଷାନୀତି ଅନୁଯାୟୀ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଶିକ୍ଷା ଭାରତକୁ ଏକ ଉପଭୋକ୍ତା ଅର୍ଥନୀତିରୁ ଉତ୍ପାଦକ ଅର୍ଥନୀତିରେ ପରିଣତ କରିବ। ଅନୁଷ୍ଠାନିକ ବିକାଶ ଯୋଜନାରେ ଆମର ବିଶାଳ ଜନସଂଖ୍ୟାର ଦକ୍ଷତା ବୃଦ୍ଧି, ଶିକ୍ଷାର୍ଥୀ କେନ୍ଦ୍ରୀତ ଓ ବହୁବିଭାଗୀୟ ଶିକ୍ଷାକୁ ସୁଗମ କରିବା, ଭାରତୀୟ ଭାଷାକୁ ଉଚ୍ଚଶିକ୍ଷାରେ ଅନ୍ତର୍ଭୁକ୍ତ କରିବା, ଉଦ୍ଭାବନ, ଉଦ୍ୟୋଗ ଓ ନିଯୁକ୍ତି ସୃଷ୍ଟିକୁ ପ୍ରାଥମିକତା ଦେବା, ଶିକ୍ଷକମାନଙ୍କ ଦକ୍ଷତା ବୃଦ୍ଧି ଏବଂ ଗବେଷଣା ଓ ବିକାଶର ବିଶ୍ୱସ୍ତରୀୟ ମାନଦଣ୍ଡ ହାସଲ ଉପରେ ଗୁରୁତ୍ୱ ଦିଆଯିବା ଉଚିତ ବୋଲି ସେ ।

- Advertisement -

ଶିକ୍ଷା ଏକବିଂଶ ଶତାବ୍ଦୀର ଆକାଂକ୍ଷାର ସମାଧାନ କରିବା ସହ ସ୍ଥାନୀୟ ଓ ବୈଶ୍ୱିକ ଆହ୍ୱାନର ସମାଧାନ କରିବା ଆବଶ୍ୟକ ବୋଲି ସେ କହିଛନ୍ତି। ଆମ ଯୁଗର ଆହ୍ବାନଗୁଡ଼ିକର ନୂତନ ମଡେଲ ଏବଂ ସମାଧାନ ପାଇଁ ଭାରତର ପ୍ରତିଭାମାନଙ୍କ ଉପରେ ବିଶ୍ୱ ନଜର ରଖିଛି ବୋଲି ସେ କହିଛନ୍ତି। ଉଚ୍ଚ ଶିକ୍ଷା କ୍ଷେତ୍ରରେ ପରିବର୍ତ୍ତନ ଆଣିବା ପାଇଁ କେନ୍ଦ୍ରୀଭୂତ ଏବଂ ସମୟବଦ୍ଧ ଢଙ୍ଗରେ କାର୍ଯ୍ୟ କରିବାକୁ ସେ ଶିକ୍ଷାବିତ୍ ମାନଙ୍କୁ ଆହ୍ୱାନ ଦେଇଛନ୍ତି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories