www.samajalive.in
Sunday, December 14, 2025
23.1 C
Bhubaneswar

ଜିଲ୍ଲା ପ୍ରଶାସନ ଦଖଲରେ ଓସ୍କାର ଚିଟଫଣ୍ଡ ଜମି

ବ୍ରହ୍ମପୁର: ଚିଟଫଣ୍ଡ କମ୍ପାନୀକୁ ଆଉ ଏକ ଝଟକା ଲାଗିଛି । ଛତ୍ରପୁର ତହସିଲ ଅନ୍ତର୍ଗତ ପୋଡ଼ାପଦର ରାଜସ୍ୱ ନିରୀକ୍ଷକ ସର୍କିଲ ଅଗସ୍ତି ନୂଆଗାଁ ମୌଜାରେ ଥିବା ଓସ୍କାର ଚିଟଫଣ୍ଡ କମ୍ପାନୀର ୧୧ ଏକର ୮୮୭ ଡେସିମିଲ ଜମିକୁ ଜିଲ୍ଲା ପ୍ରଶାସନ ନିଜ ଦଖଲକୁ ନେଇଛନ୍ତି । ଗଂଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେଙ୍କ ନିର୍ଦ୍ଦେଶ କ୍ରମେ ଛତ୍ରପୁର ତହସିଲଦାର ବିଜୟକେତନ ସାହୁଙ୍କ ନେତୃତ୍ୱରେ ଓସ୍କାର ଇନଫ୍ରା ଡେଭଲପମେଂଟ ଲିମିଟେଡ ନିର୍ଦ୍ଦେଶକ ମୁନା ପାତ୍ରଙ୍କ ନାମରେ ଥିବା ୪୬ ନମ୍ବର ପ୍ଲଟର ୧.୨୮୭ ଏକର, ୬୬୧/୪୦୮୭ ନମ୍ବର ପ୍ଲଟର ୭.୮୦୦ ଏକର ଏବଂ ୬୬୩/୪୦୮୭ ନମ୍ବର ପ୍ଲଟର ୨.୮୦୦ ଏକର ଜମିକୁ ଦଖଲ କରି ଲାଲ ପତାକା ପୋତାଯାଇଛି ।

ବିଭିନ୍ନ ଚିଟଫଣ୍ଡ କମ୍ପାନୀରେ ଜମାକାରୀମାନେ ନିଜର ଅର୍ଥ ବିନିଯୋଗ କରି ସର୍ବସ୍ୱାନ୍ତ ହୋଇଯାଇଛନ୍ତି । କମ୍ପାନୀର ମିଥ୍ୟା ପ୍ରତିଶ୍ରୁତିରେ ପ୍ରଲୋଭିତ ହୋଇ ଅନେକେ ଝିଅ ବାହାଘର ପାଇଁ, ପୁଅର ପାଠପଢ଼ା ପାଇଁ ତ ଆଉ କିଏ ଚିକିତ୍ସା ପାଇଁ ରଖିଥିବା ଅର୍ଥକୁ ଚିଟଫଣ୍ଡ କମ୍ପାନୀକୁ ଟେକି ଦେଇଥିଲେ । ଆଶା ଥିଲା ମୋଟା ଅଙ୍କର ଅର୍ଥ ମିଳିଲେ ଘରର ଦୁଃଖ ଦୂର ହେବ । ହେଲେ ଏବେ ଅର୍ଥ ହରାଇଥିବାରୁ ଦୁଃଖ ଦୁର୍ଦ୍ଦଶାରେ କାଳ କାଟୁଛନ୍ତି ଅନେକେ । ସେପଟେ ବିଭିନ୍ନ କମ୍ପାନୀ ନାମରେ ମାମଲା କୋର୍ଟରେ ଚାଲୁଥିବାବେଳେ କୋର୍ଟର ନିର୍ଦ୍ଦେଶ ପ୍ରକାରେ ପ୍ରଶାସନ ବିଭିନ୍ନ କମ୍ପାନୀର ଜମି ନିଜ ଦଖଲକୁ ନେଇଥିବାରୁ ଜମାକାରୀଙ୍କ ନାମରେ ଅର୍ଥ ଫେରିପାଇବା ନେଇ ଆଶାର କିରଣ ଉଙ୍କି ମାରିଛି ।

Hot this week

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

Related Articles

Popular Categories