www.samajalive.in
Saturday, December 6, 2025
23.1 C
Bhubaneswar

ବାଚସ୍ପତିଙ୍କ ପୋଡ଼ିୟମକୁ ଚପଲ ଫିଙ୍ଗିଲେ ବିରୋଧୀ

ଭୁବନେଶ୍ଵର: ଓଡ଼ିଶା ବିଧାନସଭାରେ ଶନିବାର ଏକ ଅଭାବନୀୟ ଘଟଣା ଘଟିଯାଇଛି। ବିରୋଧୀ ସଦସ୍ୟମାନେ ହଟ୍ଟଗୋଳ ସମୟରେ ସବୁ ସୀମା ଲଙ୍ଘିଛନ୍ତି। ବିରୋଧ ପ୍ରଦର୍ଶନ ସମୟରେ ବିରୋଧୀ ସଦସ୍ୟମାନେ ବାଚସ୍ପତିଙ୍କ ପୋଡିୟମ ଉପରକୁ ଚପଲ ଫିଙ୍ଗିବାକୁ ମଧ୍ୟ ପଛାଇ ନାହାନ୍ତି।

ଶନିବାର ବିଧାନସଭାରେ ସିଏଜି ରିପୋର୍ଟ ଉପସ୍ଥାପନ ହୋଇଥିଲା। ଏହା ପରେ ବିରୋଧୀ ସଦସ୍ୟମାନେ ହୋହଲ୍ଲା, ହଟ୍ଟଗୋଳ କରିଥିଲେ। ଏହି ସମୟରେ ସଦସ୍ୟମାନେ ବାଚସ୍ପତିଙ୍କ ପୋଡିୟମ ଉପରକୁ ଇୟର ଫୋନ, କାଗଜପତ୍ର ଫିଙ୍ଗିଥିଲେ। ଏପରି ବିରୋଧୀଙ୍କ ମଧ୍ୟରୁ କେହି ଜଣେ ବାଚସ୍ପତିଙ୍କ ପୋଡିୟମ ଉପରକୁ  ଚପଲ ଫିଙ୍ଗିଥିଲେ। ଫଳରେ ବାଚସ୍ପତି ଗୃହକୁ ଅପରାହ୍ନ ୪ଟା ଯାଏ ମୁଲତବୀ ଘୋଷଣା କରିଥିଲେ।

- Advertisement -

ତେବେ ଚପଲ ଫିଙ୍ଗାଯିବା ଘଟଣାକୁ ନେଇ ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ଚପଲ ଏବଂ ଅନ୍ୟାନ୍ୟ ଜିନିଷ କିଏ ଫିଙ୍ଗିଛି ସେସବୁ ସ୍ପଷ୍ଟ ହୋଇନି। ଅନ୍ୟପଟେ ବାଚସ୍ପତି କହିଛନ୍ତି, କିଏ କ’ଣ ଫିଙ୍ଗିଛି ସେ ତାହାର ଅନୁଧ୍ୟାନ କରୁଛନ୍ତି। ଫଟୋଗ୍ରାଫ ମଗାଇ ଘଟଣାର ସମ୍ପୂର୍ଣ୍ଣ ଅନୁଧ୍ୟାନ କରାଯାଉଛି। ଆଇନ ତା’ ବାଟରେ ଯିବ ବୋଲି ବାଚସ୍ପତି କହିଛନ୍ତି।

ଶାସକ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି, ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ ଜୋତା ଫିଙ୍ଗିଛନ୍ତି। ଜୟ ନାରାୟଣ ମିଶ୍ର ଇୟର ଫୋନ ଫିଙ୍ଗିଛନ୍ତି ଏବଂ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝି କାଗଜ ଫିଙ୍ଗିଛନ୍ତି।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories