www.samajalive.in
Sunday, December 7, 2025
16.1 C
Bhubaneswar

ଇଭିଏମ୍‌ ଅନୁଧ୍ୟାନ ପାଇଁ ବିରୋଧୀଙ୍କ ୪ଜଣିଆ କମିଟି

କଲକାତା : ମମତା ବାନାର୍ଜୀଙ୍କ ନେତୃତ୍ବରେ ଏଠାରେ ଏକତ୍ର ହୋଇଥିବା ୨୩ ବିରୋଧୀ ଦଳ ନେତାମାନେ ଇଲେକ୍‌ଟ୍ରୋନିକ ଭୋଟିଂ ମେସିନ (ଇଭିଏମ୍‌)ରେ ଜାଲିଆତି ତଦାରଖ ପାଇଁ ଏକ କମିଟି ଗଠନ କରିଛନ୍ତି। କଂଗ୍ରେସର ଅଭିଷେକ ମନୁ ସିଂହଭି, ସମାଜବାଦୀ ପାର୍ଟିର ଅଖିଳେଶ ସିଂହ ଯାଦବ, ବହୁଜନ ସମାଜ ପାର୍ଟିର ସତୀଶ ମିଶ୍ର ଓ ଆମ୍‌ ଆଦମୀ ପାର୍ଟିର ଅରବିନ୍ଦ କେଜ୍ରିୱାଲଙ୍କୁ ନେଇ ଏହି କମିଟି ଗଠନ କରାଯାଇଛି। ସେମାନେ ଇଭିଏମ୍‌ର କାର୍ଯ୍ୟକାରିତା ଓ ଏଥିରେ ଜାଲିଆତିର ଅନୁଧ୍ୟାନ କରି ନିର୍ବାଚନ ଆୟୋଗଙ୍କୁ ରିପୋର୍ଟ ଦେବେ। ଇଭିଏମ୍‌ ଓ ଭିଭିପ୍ୟାଟ୍‌ ପ୍ରଚଳନ କ୍ଷେତ୍ରରେ ସଂସ୍କାର ଆଣିବା ସହ ସ୍ବଚ୍ଛ ନିର୍ବାଚନ ପାଇଁ କମିଟି ଆୟୋଗଙ୍କ ନିକଟରେ ମତ ରଖିବେ। କଲକାତା ସମ୍ମିଳନୀରେ ନେତାମାନେ ଇଭିଏମ୍‌ ଉପରେ ତୀବ୍ର ଆକ୍ରମଣ କରିଥିଲେ। ନ୍ୟାସନାଲ କନ୍‌ଫରେନ୍ସ ନେତା ଫାରୁକ ଅବଦୁଲ୍ଲା ଏହାକୁ ‘ଚୋର ମେସିନ୍‌’ ବୋଲି କହିଥିଲେ। ବାଲାଟ କାଗଜର ପୁନଃପ୍ରଚଳନ ପାଇଁ ସେମାନେ ଦାବି କରିଥିଲେ। ଅପରପକ୍ଷରେ ନିର୍ବାଚନ ଆୟୋଗ ଏ ସମ୍ପର୍କରେ କହିଛନ୍ତି ଯେ ବିରୋଧୀ ଦଳ ନେତାମାନେ ଇଭିଏମ୍‌କୁ ପୁଟ୍‌ ଭଳି ବ୍ୟବହାର ନ କରନ୍ତୁ। ଏହା ଦ୍ବାରା ଜାଲିଆତି ସମ୍ଭବ ନୁହେଁ ବୋଲି ବାରମ୍ବାର ପ୍ରମାଣିତ ହୋଇଥିବା ଆୟୋଗ କହିଛନ୍ତି।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories