www.samajalive.in
Wednesday, December 10, 2025
14.1 C
Bhubaneswar

ଦେଖନ୍ତୁ ଭିଡିଓ ; ଆଦାମପୁର ଏୟାରବେସ୍‌ରେ ପ୍ରଧାନମନ୍ତ୍ରୀ ଯବାନଙ୍କୁ ଭେଟି କହିଲେ..

ନୂଆଦିଲ୍ଲୀ : ପଞ୍ଜାବର ଆଦାମପୁର ଏୟାରବେସ୍‌ରେ ମଙ୍ଗଳବାର ସକାଳେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସେଠାରେ ଯବାନଙ୍କୁ ଭେଟିଛନ୍ତି ପ୍ରଧାନମନ୍ତ୍ରୀ । ଏଠାରେ ପ୍ରଧାନମନ୍ତ୍ରୀ ଯବାନଙ୍କ ସାହସକୁ ଆହୁରି ବଢାଇବା ସହ ତାଙ୍କ କାର୍ଯ୍ୟକୁ ପ୍ରଶଂସା କରିଛନ୍ତି । ବୀର ଯବାନଙ୍କ ସହ କଥାବାର୍ତ୍ତା କରିବା ସହ ଯବାନମାନେ ମଧ୍ୟ ବର୍ତ୍ତମାନର ପରିସ୍ଥିତି ବିଷୟରେ କଥା ହୋଇଛନ୍ତି । ପ୍ରଧାନମନ୍ତ୍ରୀ ଓ ଯବାନଙ୍କ ଅନେକ ଫଟୋ ଏବେ ସାମ୍ନାକୁ ଆସିଛି । ଗୋଟିଏ ଫଟୋରେ ଭାରତୀୟ ଲଢେଇ ବିମାନର ଫଟୋ ମଧ୍ୟ ଦେଖାଯାଉଛି ।


ଆଦମପୁରରେ ପହଞ୍ଚି ପ୍ରଧାନମନ୍ତ୍ରୀ ପାକିସ୍ତାନର ମିଥ୍ୟା ପ୍ରଚାରକୁ ସାମ୍ନାକୁ ଆଣିଛନ୍ତି। ପାକିସ୍ତାନ ମିଥ୍ୟା ଦାବି କରିଥିଲା ଯେ, ଭାରତୀୟ ସାମରିକ ଘାଟିଗୁଡ଼ିକୁ କ୍ଷତି ପହଞ୍ଚାଇଛି। ଏ ସମ୍ପର୍କରେ ବୈଦେଶିକ ସଚିବ ବିକ୍ରମ ମିସ୍ରୀ ସାମ୍ବାଦିକ ସମ୍ମିଳନୀରେ ସ୍ପଷ୍ଟ ଭାବରେ କହିଥିଲେ ଯେ ସିରସା ଏବଂ ଆଦମପୁର ବାୟୁସେନା ଘାଟିକୁ କ୍ଷତି ପହଞ୍ଚାଇବାର ପାକିସ୍ତାନର ଦାବି ସମ୍ପୂର୍ଣ୍ଣ ମିଥ୍ୟା। ଏହି ଏୟାରବେସର ଫଟୋ ମଧ୍ୟ ଦେଖାଯାଇଥିଲା, ଯାହା ଦର୍ଶାଉଥିଲା ଯେ ସେଠାରେ ସବୁକିଛି ସ୍ୱାଭାବିକ ଥିଲା।

୧୮ ମାସ ପରେ କେତୁ ଚଳନ : ଏହି ରାଶି ହେବେ ମାଲାମାଲ୍‌, ଖାଲି ମିଳିବ ଖୁସି, ବଢିବ ଦରମା, କିଣିବେ ଘର, ଗାଡି..

- Advertisement -

‘ଅପରେସନ୍‌ ସିନ୍ଦୂର’ର ସଫଳତା ପରେ ମଙ୍ଗଳବାର ବିଜେପି ଦେଶସାରା ତ୍ରିରଙ୍ଗା ଯାତ୍ରା ଆରମ୍ଭ କରିଛି। ଏହି ଯାତ୍ରାର ଉଦ୍ଦେଶ୍ୟ ସାରା ଦେଶରେ ପ୍ରତ୍ୟେକ ନାଗରିକ ପର୍ଯ୍ୟନ୍ତ ଅପରେସନ୍‌ ସିନ୍ଦୂରର ସଫଳତାକୁ ଅବଗତ କରାଇବା। ୧୦ ଦିନର ଏହି ଯାତ୍ରା ପର୍ଯ୍ୟନ୍ତ ବିଜେପି ସାରା ଦେଶରେ ଭ୍ରମଣ କରିବା ସହ ଅପରେସନ୍‌ ସିନ୍ଦୂର ବିଷୟରେ ଲୋକଙ୍କୁ ଅବଗତ କରାଇବ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories