www.samajalive.in
Thursday, December 11, 2025
15.1 C
Bhubaneswar

ଭାରତର ଅଦ୍ଭୁତ ଜେଲ୍‍ : କଏଦୀମାନେ ରହିଥା’ନ୍ତି ପରିବାର ସହ, ଏପରି ବହୁତ ସ୍ୱାଧୀନତା…

ଜେଲ୍‍ ନାଁ ଶୁଣିଲେ ପୋଡ଼ା ରୁଟି, ପୁଲିସର ମାଡ଼, କାଳକୋଠରୀ ଭଳି କାରାଗାର ଓ ଚତୁଃପାର୍ଶ୍ବରେ କେବଳ ବିଶାଳକାୟ ପ୍ରାଚୀରର ଭାବନା ଆମ ମନକୁ ଆସିଥାଏ। ଏକ ଭୟାନକ ସ୍ଥାନର ଚିତ୍ର ଆଖି ଆଗରେ ନାଚିଯାଏ। ହେଲେ ଭାରତରେ ଏପରି ଏକ ଅଦ୍ଭୁତ ଜେଲ୍‍ ରହିଛି ଯେଉଁଠି କଏଦୀମାନେ ବହୁ ଆନନ୍ଦ ସହକାରେ ଆରାମରେ ଦଣ୍ଡ ଭୋଗୁଛନ୍ତି।
ମଧ୍ୟପ୍ରଦେଶ ସ୍ଥିତ ଇନ୍ଦୋର ଠାରେ ଏକ ମୁକ୍ତ ଜେଲ୍‍ ରହିଛି ଯେଉଁଠି କଏଦୀମାନଙ୍କୁ ଅଲଗା ଆପାର୍ଟମେଣ୍ଟ ଦିଆଯାଇଛି। ସୂଚନା ଅନୁଯାୟୀ, ପ୍ରତ୍ୟେକ ଆପାର୍ଟମେଣ୍ଟରେ ଦୁଇଟି ବଖରା ରହିଛି। କେବଳ ଏତିକି ନୁହେଁ ସେମାନେ ଏଠାରେ ତାଙ୍କ ପତ୍ନୀ ଓ ପିଲାଙ୍କ ସହ ବାସ କରିଥାଆନ୍ତି। ଏହାଛଡ଼ା ସେମାନଙ୍କୁ ଜେଲ୍‍ ବାହାରକୁ ଯାଇ ବୁଲାବୁଲି କରିବା ଓ କାମ କରିବାର ସ୍ୱାଧୀନତା ମଧ୍ୟ ଦିଆଯାଇଛି। ଏହି ଜେଲ୍‍ର ନାମ ଅହିଲ୍ୟା ବାଈ ଓପନ୍‍ କଲୋନୀ। ଜେଲ୍‍ର ତତ୍ତ୍ୱାବଧାରୀକା ଅଦିତୀ ଚତୁର୍ବେଦୀଙ୍କ କହିବା ଅନୁଯାୟୀ, “ବର୍ତ୍ତମାନ ଦଶ ଜଣ କଏଦୀ ନିଜ ପରିବାର ସହ ଏହି ଜେଲ୍‍ରେ ବାସ କରୁଛନ୍ତି। ସେମାନେ ସକାଳ ୮ଟା ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବାହାରକୁ ଯାଇପାରିବେ ଓ କାମ କରି ପାରିବେ”। ଯଦିଓ ଭାରତରେ ବହୁତ ମୁକ୍ତ ଜେଲ୍‍ ରହିଛି, ହେଲେ ଏହା ହେଉଛି ପ୍ରଥମ ଜେଲ୍‍ ଯେଉଁଠି କଏଦୀମାନଙ୍କୁ ନା କେବଳ ବାହାରକୁ ଯିବା ଆସିବା କରିବାର ଅନୁମତି ଅଛି ବରଂ ପରିବାର ସହ ରହିବାର ସୁବିଧା ମଧ୍ୟ ଦିଆଯାଇଛି।

- Advertisement -

ଏହି ଜେଲ୍‍ରେ ରହୁଥିବା ଭୂପେନ୍ଦ୍ର ସିଂହ ହତ୍ୟା ଅପରାଧରେ ଦୀର୍ଘ ୧୨ ବର୍ଷ ହେଲା ଜେଲ୍‍ ଦଣ୍ଡ ଭୋଗୁଛନ୍ତି। ତେବେ ଏହି ୧୨ ବର୍ଷ ମଧ୍ୟରେ ତାଙ୍କୁ ଭିନ୍ନ ଭିନ୍ନ ଜେଲ୍‍ରେ ରଖାଯାଇଛି। ହେଲେ ଇନ୍ଦୋରର ଏହି ମୁକ୍ତ ଜେଲ୍‍କୁ ଆସିବା ପର ଠାରୁ ତାଙ୍କ ଜୀବନ ବଦଳି ଯାଇଛି। ସେ କହିଛନ୍ତି, “ ମୋତେ ଏମିତି ଲାଗୁଛି ଯେମିତି ମୁଁ ଜେଲ୍‍ ରୁ ମୁକ୍ତ ହୋଇସାରିଛି। ସାଧାରଣ ଜୀବନ ହୋଇଯାଇଛି। ମୁଁ ଚା’ ଦୋକାନ କରିବି ଓ ଟଙ୍କା ରୋଜଗାର କରିବି”।
ଏହି ଅହିଲ୍ୟା ବାଈ ଓପନ୍‍ କଲୋନୀରେ ରହିବାର ସୁଯୋଗ କେବଳ କିଛି ବିଶେଷ ଭାବେ ମନୋନୀତ ହୋଇଥିବା କଏଦୀଙ୍କୁ ମିଳିଥାଏ। ଯେଉଁ କଏଦୀମାନଙ୍କୁ ଆଜୀବନ କାରାଦଣ୍ଡ ମିଳିଥିବ, ହେଲେ ଉତ୍ତମ ବ୍ୟବହାର ଯୋଗୁଁ ତାଙ୍କ ଦଣ୍ଡ କମାଇ ଦିଆଯାଇଥିବ ଓ ସେ ଦୁଇ ତିନି ବର୍ଷ ମଧ୍ୟରେ ମୁକ୍ତ ହେବାର ଥିବ, ସେହିମାନଙ୍କୁ ଏଠାକୁ ପଠାଯାଇଥାଏ। ଅପରାଧୀମାନଙ୍କୁ ଉତ୍ତମ ନାଗରିକରେ ପରିବର୍ତ୍ତନ କରାଇବା ଉଦ୍ଦେଶ୍ୟରେ ଏହାର ଆରମ୍ଭ କରାଯାଇଛି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories