www.samajalive.in
Saturday, December 6, 2025
23.1 C
Bhubaneswar

କେବଳ ସେବାୟତ ଟାଣିବେ ଶ୍ରୀଜୀଉଙ୍କ ରଥ-ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର

ଭୁବନେଶ୍ବର: ବିଶ୍ବପ୍ରସିଦ୍ଧ ପୁରୀ ରଥଯାତ୍ରା ଜୁଲାଇ ୧୨ରେ ବିନା ଭକ୍ତରେ ଅନୁଷ୍ଠିତ ହେବ। କେବଳ ପୁରୀରେ ହିଁ ମହାପ୍ରଭୁଙ୍କ ରଥଯାତ୍ରା ଅନୁଷ୍ଠିତ ହେବା ନେଇ ରାଜ୍ୟ ସରକାର ପୂର୍ବରୁ ନିର୍ଦେଶ ଦିଆଯାଇଛି। ତେବେ ଏଥର କେବଳ ସେବାୟତମାନେ ହିଁ ଶ୍ରୀଜୀଉଙ୍କ ରଥ ଟାଣିବେ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର ସୂଚନା ଦେଇଛନ୍ତି।

- Advertisement -

ପୁରୀରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଛତିଶା ନିଯୋଗ ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର କହିଛନ୍ତି ଯେ କୋଭିଡ କଟକଣା ମଧ୍ୟରେ ହେବ ଚଳିତ ବର୍ଷର ଶ୍ରୀଜୀଉଙ୍କ ରଥଯାତ୍ରା ଅନୁଷ୍ଠିତ ହେବ। ଗତବର୍ଷ ଭଳି କେବଳ ସେବାୟତମାନେ ହିଁ ଟାଣିବେ ରଥ। ମନ୍ଦିର କିମ୍ବା ଜିଲା ପ୍ରଶାସନର ଅଧିକାରୀ ରଥ ଟାଣିବେ ନାହିଁ। ରଥଟଣାବେଳେ ସେବାୟତଙ୍କୁ ବୋବାଇଲ ଓ କ୍ୟାମେରା ମନା। ରଥଯାତ୍ରାବେଳେ ସେବାୟତମାନେ ଫଟୋ ଉଠାଇ ପାରିବେ ନାହିଁ। ରଥଯାତ୍ରାରେ ସମ୍ପୃକ୍ତ ସେବାୟତ ଓ ଅଧିକାରୀଙ୍କ କୋଭିଡ ଟେଷ୍ଟ କରାଯିବ। ରଥଯାତ୍ରାରେ ସାମିଲ ହେବାକୁ ଥିବା ସମସ୍ତ ସେବାୟତ ଓ ଅଧିକାରୀଙ୍କ କୋଭିଡ ଟିକାକରଣ ହୋଇସାରିଛି। ପ୍ରବଳ ଖରାକୁ ଦୃଷ୍ଟିରେ ରଖି ବଡ଼ଦାଣ୍ଡରେ ବିଶ୍ରାମର ବ୍ୟବସ୍ଥା ହେବ। ସେବାୟତମାନଙ୍କୁ ମାସ୍କ ଓ ସାନିଟାଇଜର ଯୋଗାଇ ଦିଆଯିବ। ତେବେ ଯିଏ ରଥଯାତ୍ରାରେ ସାମିଲ ହେବେ ସେମାନଙ୍କୁ ମାସ୍କ ଓ ଗାମୁଛା ଦିଆଯିବ। ଗୁଣ୍ଡିଚା ମନ୍ଦିରରେ ବସିବା ପାଇଁ ବ୍ୟବସ୍ଥା ହେବ। ପ୍ରଶାସନ ପକ୍ଷରୁ ସ୍ୱାସ୍ଥ୍ୟ ବ୍ୟବସ୍ଥା ପ୍ରତି ଦୃଷ୍ଟି ଦିଆଯିବ।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories