www.samajalive.in
Monday, December 8, 2025
13.1 C
Bhubaneswar

ପିଆଜ ଚିକେନ

ଆବଶ୍ୟକ ସାମଗ୍ରୀ
ଚିକେନ – ୫୦୦ଗ୍ରାମ
ତେଲ – ଆବଶ୍ୟକ ଅନୁଯାୟୀ
କଟା ଟମାଟୋ – ୨ଟି
କଟା ପିଆଜ – ୪ଟି
କଞ୍ଚା ଲଙ୍କା – ୩ଟି
ହଳଦୀ ଗୁଣ୍ଡ – ଆବଶ୍ୟକ ଅନୁଯାୟୀ
ଲଙ୍କା ଗୁଣ୍ଡ – ଆବଶ୍ୟକ ଅନୁଯାୟୀ
ଲୁଣ – ଆବଶ୍ୟକ ଅନୁଯାୟୀ 
ଗୋଟା ଜିରା – ଅଳ୍ପ
ଗରମ ମସଲା – ୧ଚାମଚ
ଜିରା ଗୁଣ୍ଡ – ଅଳ୍ପ
ଧନିଆ ଗୁଣ୍ଡ – ଅଳ୍ପ
କଟା ଧନିଆ ପତ୍ର – ଅଳ୍ପ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ଚିକେନକୁ ଭଲ ଭାବେ ଧୋଇ ସାମାନ୍ୟ ହଳଦୀ ଗୁଣ୍ଡ ଓ ଅଳ୍ପ ଲୁଣ ଗୋଳାଇ ୧୦ ମିନିଟ ରଖିଦିଅନ୍ତୁ। ଏହା ପରେ ଗ୍ୟାସ ଲଗାଇ କଡ଼େଇ ବସାନ୍ତୁ ଓ ତେଲ ଗରମ କରନ୍ତୁ। ତେଲ ଗରମ ହେବା ପରେ ଏଥିରେ ଗୋଟା ଜିରା, କଞ୍ଚା ଲଙ୍କା , ପିଆଜ ପକାଇ ଭଲ ଭାବେ ଭାଜନ୍ତୁ। ପିଆଜ ଭାଜି ହେବା ପରେ ଏଥିରେ ଚିକେନ ପକାଇ ଭଲ ଭାବେ ଗୋଳାନ୍ତୁ। ୨ ମିନିଟ ଗୋଳାଇବା ପରେ ଏଥିରେ କଟା ଟମାଟୋ, ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଲୁଣ, ଜିରା ଗୁଣ୍ଡ, ଧନିଆ ଗୁଣ୍ଡ, ଗରମ ମସଲା,କଟା ଧନିଆ ପତ୍ର ପକାଇ ୨କପ ପାଣି ଦିଅନ୍ତୁ ଓ ୧୦ ମିନିଟ ଗ୍ୟାସରେ ବସାନ୍ତୁ। ୧୦ ମିନିଟ ପରେ ଏହାକୁ ଏକ ପାତ୍ରକୁ କାଢି ଦିଅନ୍ତୁ। କିଛି କଟା ପିଆଜ, କଟା ଧନିଆ ପତ୍ର ଦେଇ ଏହାକୁ ସଜାଇ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ପିଆଜ ଚିକେନ କଷା।

Hot this week

ସୋମବାର ରାଶିଫଳ: ଆଜି ଏହି ରାଶିରେ ଋଣ ପରିଶୋଧ ହେବ

ମେଷ: ମନ ପ୍ରଫୁଲ୍ଲ ରହିବ। ଦେବଦର୍ଶନରେ ସମସ୍ତ କଳ୍ମଷ ଦୂର ହେବ।...

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

Related Articles

Popular Categories