www.samajalive.in
Sunday, December 7, 2025
26.1 C
Bhubaneswar

କର୍ଣ୍ଣାଟକ କଂଗ୍ରେସର ଅଭିଯୋଗ; ବିଧାୟକଙ୍କୁ କିଣିବା ପାଇଁ ଚେଷ୍ଟା କରୁଛି ବିଜେପି

ବେଙ୍ଗାଲୁରୁ : କର୍ଣ୍ଣାଟକରେ ଶାସକ ମେଣ୍ଟ ଦଳର ବିଧାୟକଙ୍କୁ କିଣିବା ପାଇଁ ବିଜେପି ଚେଷ୍ଟା କରୁଛି । ବିଧାୟକଙ୍କୁ କିଣିବା ସହ ପ୍ରଲୋଭିତ କରିବା ପାଇଁ ହ୍ୱାଟ୍ସଆପରେ କଲ କରାଯାଉଛି ବୋଲି କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଛି । ତେବେ ଅଭିଯୋଗକୁ ପ୍ରମାଣିତ କରିବା ପାଇଁ ବିଧାୟକମାନେ କଲ ରେକର୍ଡିଂ ଉପସ୍ଥାପନ କରନ୍ତୁ ବୋଲି କଂଗ୍ରେସର ବରିଷ୍ଠ ନେତାମାନେ ପରାମର୍ଶ ଦେଇଛନ୍ତି । କିନ୍ତୁ ରାଜ୍ୟ କଂଗ୍ରେସ ପକ୍ଷରୁ କୁହାଯାଇଛି ଯେ ହ୍ୱାଟନ୍ସଆପରେ ଏଣ୍ଡ ଟୁ ଏଣ୍ଡରେ ବିଜେପି ପକ୍ଷରୁ କଲ କରାଯାଉଛି। ଫଳରେ ଏହି କଲ୍‍କୁ ରେକର୍ଡିଂ କରି ହେଉନାହିଁ । ଜାତୀୟ କଂଗ୍ରେସ ସାଧାରଣ ସମ୍ପାଦକ ଏବଂ କର୍ଣ୍ଣାଟକ ପ୍ରଭାରୀ କେସି ବେଣୁଗୋପାଳ କହିଛନ୍ତି ଯେ ରାଜ୍ୟ ବିଜେପି ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବି.ଏସ୍‍ ୟେଦୁରପ୍ପା କେତେକ କଂଗ୍ରେସ ବିଧାୟକଙ୍କୁ ହ୍ୱାଟ୍ସଆପ ମାଧ୍ୟମରେ ଯୋଗାଯୋଗ କରିଛନ୍ତି । କଂଗ୍ରେସକୁ ଭାଙ୍ଗିବାକୁ ନିଜେ ୟେଦୁରପ୍ପା ପ୍ରୟାସ ଜାରି ରଖିଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି । ହେଲେ ବିଜେପି ନିଜ ଚେଷ୍ଟାରେ ବିଫଳ ହେବ ଓ ସେମାନେ ଜଣେ ବି ବିଧାୟକଙ୍କୁ କିଣି ପାରିବେ ନାହିଁ ବୋଲି ସେ ଦୃଢୋକ୍ତି ପ୍ରକାଶ କରିଛନ୍ତି ।

ଅପରପକ୍ଷରେ କର୍ଣ୍ଣାଟକ ବିଜେପି ସଭାପତି ୟେଦୁରପ୍ପା ଏହି ଗୁରୁତର ଅଭିଯୋଗକୁ ଖଣ୍ଡନ କରିଛନ୍ତି ।
ଉଲ୍ଲେଖଯୋଗ୍ୟ ଯେ କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ କୌଣସି ଦଳ ସରକାର ଗଠନ ପାଇଁ ବହୁମତ ପାଇନାହାନ୍ତି । ଏକକ ସଂଖ୍ୟାଗରିଷ୍ଠ ଦଳ ଭାବେ ବିଜେପି ସରକାର ଗଠନ ପାଇଁ ପ୍ରଥମ ସୁଯୋଗ ପାଇଥିଲା । ବିଜେପି ସରକାର ମାତ୍ର ୫୬ ଘଣ୍ଟା ତିଷ୍ଠି ପାରିଥିଲା । ଏବେ କର୍ଣ୍ଣାଟକରେ ଜେଡିଏସ୍‍ ଏବଂ କଂଗ୍ରେସ ମେଣ୍ଟ ସରକାର ରହିଛି । ଏହି ଦୁଇ ଦଳର କିଛି ବିଧାୟକଙ୍କୁ କିଣି ବିଜେପି ସରକାର ଗଢିବାକୁ ଚେଷ୍ଟା କରୁଛି ବୋଲି ଅଭିଯୋଗ ହୋଇ ଆସୁଛି ।

Hot this week

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

Related Articles

Popular Categories