www.samajalive.in
Monday, December 8, 2025
13.1 C
Bhubaneswar

ଓଏନଜିସି ଦେଶର ସବୁଠାରୁ ଲାଭଦାୟକ ସରକାରୀ ଉଦ୍ୟୋଗ

ନୂଆଦିଲ୍ଲୀ : ଭାରତର ସର୍ବବୃହତ ତୈଳ ଓ ଗ୍ୟାସ ଉତ୍ପାଦନକାରୀ ସଂସ୍ଥା ଭାରତୀୟ ତୈଳ ନିଗମ (ଇଣ୍ଡିଆନ ଅଏଲ କର୍ପୋରେସନ)କୁ ପଛରେ ପକାଇ ତୈଳ ଓ ପ୍ରାକୃତିକ ବାସ୍ପ ନିଗମ (ଓଏନଜିସି) ଦେଶର ସବୁଠାରୁ ଲାଭଦାୟକ ସରକାରୀ ଉଦ୍ୟୋଗର ମାନ୍ୟତା ହାସଲ କରିଛି।
ତାଲିକାଭୁକ୍ତ ତୈଳ କମ୍ପାନୀଗୁଡିକର ଆୟର ବିବୃତ୍ତି ଅନୁଯାୟୀ ତୈଳ ଓ ପ୍ରାକୃତିକ ବାସ୍ପ ନିଗମ (ଓଏନଜିସି)୨୦୧୮-୧୯ ଆର୍ଥିକ ବର୍ଷର ଆୟରେ ଶତକଡା ୩୪ଭାଗ ବୃଦ୍ଧି ଘଟି ୨୬ହଜାର ୭୧୬କୋଟି ଟଙ୍କା ନେଟ୍‍ ଲାଭ କରିଥିବା ଜଣାପଡିଛି। ଏହା ତୁଳନାରେ ଭାରତୀୟ ତୈଳ ନିଗମ-ଆଇଓସିଲ-୨୦୧୯ ମାର୍ଚ୍ଚ ୩୧ତାରିଖ ସୁଦ୍ଧା ସମାପ୍ତ ହେଉଥିବା ଆର୍ଥିକ ବର୍ଷରେ ୧୭ହଜାର ୨୭୪କୋଟି ଟଙ୍କାର ନେଟ୍‍ ଲାଭ କରିଛି। ପୂର୍ବ ଦୁଇ ଆର୍ଥିକ ବର୍ଷରେ ଓଏନଜିସି ସବୁଠାରୁ ଅଧିକ ଲାଭକାରୀ ସରକାରୀ ଉଦ୍ୟୋଗର ମାନ୍ୟତା ହରାଇଥିବାବେଳେ ଏହି ମାନ୍ୟତା ଆଇଓସିଲକୁ ଯାଇଥିଲା। ତୈଳ ଦର ହ୍ରାସ ଯୋଗୁଁ ଆଇଓସିଲ ଅପେକ୍ଷାକୃତ କମ୍‍ ପରିମାଣର ତୈଳ ବିଶୋଧନ କରୁଥିବାରୁ୨୦୧୯ ଆର୍ଥିକ ବର୍ଷରେ ଭାରତର ସର୍ବବୃହତ୍‍
ତୈଳ ଉତ୍ପାଦନକାରୀ ଉଦ୍ୟୋଗର ମାନ୍ୟତା ମୁକେଶ ଆମ୍ବାନୀଙ୍କ ରିଲିଆନ୍ସ କମ୍ପାନୀକୁ ମିଳିଛି । ୨୦୧୭-୧୮ ଆର୍ଥିକ ବର୍ଷରେ ଆଇଓସିଲ ୨୧ହଜାର ୩୪୬ କୋଟି ଟଙ୍କାର ନେଟ୍‍ ଲାଭ କରିଥିଲା । ସେହିବର୍ଷ ଓଏନଜିସିର ନେଟ୍‍ ଲାଭ ପରିମାଣ ଥିଲା ୧୯ହଜାର ୯୪୫କୋଟି ଟଙ୍କା।

Hot this week

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

Related Articles

Popular Categories