www.samajalive.in
Saturday, December 6, 2025
23.1 C
Bhubaneswar

ଜଣେ ଶିକ୍ଷୟିତ୍ରୀଙ୍କୁ ୨୫ ସ୍କୁଲରୁ ଦରମା: ୧୩ ମାସରେ କୋଟିଏ ଟଙ୍କା

ଲକ୍ଷ୍ନୌ: ଉତ୍ତରପ୍ରଦେଶର ଅନାମିକା ଶୁକ୍ଳା ନାମ୍ନୀ ଜଣେ ଶିକ୍ଷୟିତ୍ରୀ ଏବେ ଦେଶବ୍ୟାପୀ ଚର୍ଚାରେ । ଏହି ମହିୟସୀ ମହିଳାଙ୍କୁ ଏକ ସାଙ୍ଗରେ ୨୫ ସ୍କୁଲରେ ନିଯୁକ୍ତି ଦିଆଯାଇଥିଲା ଓ ଗୋଟିଏ ସ୍ଥାନରେ କାର୍ଯ୍ୟ କରୁଥିଲେ ହେଁ ୨୫ ସ୍କୁଲରୁ ତାଙ୍କୁ ମାସିକ ୩୦ ହଜାର ଟଙ୍କା ଲେଖାଏଁ ବେତନ ମିଳୁଥିଲା । ଅର୍ଥାତ୍ ମାସକୁ ସାଢ଼େ ସାତ ଲକ୍ଷ ଟଙ୍କା । ୧୩ ମାସରେ ଏହି ମହିଳାଙ୍କ ଦରମା ଖାତାରେ ପାଖାପାଖି କୋଟିଏ ଟଙ୍କା ଜମା ହୋଇଛି । ସମ୍ପୃକ୍ତ ଶିକ୍ଷୟିତ୍ରୀ ଏତେ ଟଙ୍କା ତାଙ୍କ ଜମାଖାତାକୁ ଆସୁଥିବା ନେଇ କାହାରିକୁ ସୂଚନା ମଧ୍ୟ ଦେଇ ନାହାନ୍ତି । ମାତ୍ର ଏବେ ଶିକ୍ଷକ ଓ ସ୍କୁଲର ଡ଼ାଟା ବେସ୍ ପ୍ରସ୍ତୁତି ବେଳେ ଏହା ସରକାରଙ୍କ ଦୃଷ୍ଟିକୁ ଆସିଛି । ଏହାପରେ ସମ୍ପୃକ୍ତ ଶିକ୍ଷୟିତ୍ରୀ ଫେରାର ହୋଇ ଯାଇଛନ୍ତି ।

ଘଟଣାଟି ଏମିତି । ଅନାମିକା ଶୁକ୍ଳା ନାମ୍ନୀ ଏହି ଯୁବତୀଙ୍କୁ କେଜିବିଭି (କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ)ରେ ବିଜ୍ଞାନ ଶିକ୍ଷୟିତ୍ରୀ ଭାବରେ ନିଯୁକ୍ତି ମିଳିଥିଲା ମାତ୍ର ୧୩ ମାସ ତଳେ । ମାସକୁ ତାଙ୍କର ବେତନ ହେଉଛି ୩୦ ହଜାର ଟଙ୍କା । ମାତ୍ର ଗତ ୧୩ ମାସରେ ତାଙ୍କ ବ୍ୟାଙ୍କ ଜମାଖାତାରେ ପ୍ରାୟ ୯୭.୫ ଲକ୍ଷ ଟଙ୍କା ଜମା କରାଯାଇଛି ।

- Advertisement -

ଉତ୍ତରପ୍ରଦେଶ ସ୍କୁଲ ଶିକ୍ଷା ମହାନିର୍ଦେଶକ ବିଜୟ କିରନ ଆନନ୍ଦଙ୍କ ସୂଚନା ଅନୁସାରେ ମୈନପୁରୀ ନିବାସୀ ଅନାମିକା ଯେଉଁ ସ୍କୁଲରେ କାମ କରୁଥିଲେ ସେଠିକାର ରେକର୍ଡ଼ ଅନୁସାରେ ସେ ଗତ ବର୍ଷେ ହେଲା କାମ କରୁଛନ୍ତି । ମାତ୍ର ଯେତେବେଳେ ପ୍ରେରଣା ପୋର୍ଟାଲରେ ଅନଲାଇନ ରେକର୍ଡ଼ ଦରଜ କରାଯାଉଥିଲା, ସେତେବେଳେ ଜଣେ କିପରି ୨୫ ସ୍ଥାନରେ ନିଜର ଉପସ୍ଥିତି ଦର୍ଶାଉଥିଲେ ତାହା ନେଇ ତଦନ୍ତ ଆରମ୍ଭ ହୋଇଛି ବୋଲି ବିଜୟ ଆନନ୍ଦ କହିଛନ୍ତି ।

ଉତ୍ତରପ୍ରଦେଶର ପ୍ରୟାଗରାଜ, ଆମ୍ବେଦକରନଗର, ଆଲିଗଡ଼, ସାହାରନପୁର, ବାଗପତ ଆଦି ଜିଲାର ୨୫ଟି ସ୍କୁଲରେ ଅନାମିକାଙ୍କ ନିଯୁକ୍ତି କିପରି ହୋଇଛି ତାହା ଏବେ ବି ସନ୍ଦେହ ସୃଷ୍ଟି କରିଛି । ଏହି ସ୍କୁଲଗୁଡ଼ିକରେ ଶିକ୍ଷକଙ୍କୁ ଠିକା ନିଯୁକ୍ତି ଦିଆଯାଇଥାଏ ଓ ମାସକୁ ୩୦ ହଜାର ଟଙ୍କା ବେତନ ମିଳେ । ପ୍ରତି ବ୍ଲକରେ ଗୋଟିଏ କେଜିବିଭି ରହିଛି । ବାସ୍ତବରେ ଅନାମିକାଙ୍କ ଅସ୍ତିତ୍ବ ଅଛି କି ନାହିଁ ତାହା ଏବେ ପ୍ରଶ୍ନବାଚୀ ହୋଇଛି । ଅନାମିକା ବୋଲି କେହି ଶିକ୍ଷୟିତ୍ରୀ ଅଛନ୍ତି ନା ତାଙ୍କ ନାମରେ ଆଉ କେହି ଅର୍ଥ ଲୁଟିଛି ତାହା ତଦନ୍ତ କରାଯାଉଛି ।

ବିଜୟ ଆନନ୍ଦ କହିଛନ୍ତି ଯେ ବର୍ତମାନ ସୁଦ୍ଧା ଅନାମିକାଙ୍କ ବାସ୍ତବ ପୋଷ୍ଟିଂ କେଉଁଠି ହୋଇଛି ତାହା ଏଯାଏ ଜଣାପଡ଼ିନାହିଁ।  ଅନାମିକା ଶୁକ୍ଳାଙ୍କୁ ଫେବ୍ରୁଆରୀ ମାସ ପର୍ଯ୍ୟନ୍ତ ରାୟବରେଲିର ଏକ କେଜିବିଭିରେ କାର୍ଯ୍ୟ କରୁଥିବା ସୂଚନା ମିଳିଥିଲା । ଯେତେବେଳେ ଏହି ଘଟଣା ସମ୍ପର୍କରେ ସୂଚନା ମିଳିଲା ସେତେବେଳେ ରାୟବରେଲି ଶିକ୍ଷା ଅଧିକାରୀ ଆନନ୍ଦ ପ୍ରକାଶଙ୍କୁ ତଦନ୍ତ ଦାୟିତ୍ବ ଦିଆଗଲା । ମାତ୍ର ଏହାପରେ ଅନାମିକାଙ୍କ ପତ୍ତା ମିଳୁନାହିଁ ।

Hot this week

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

Related Articles

Popular Categories