ଚିକିଟି ବିଷାକ୍ତ ମଦମୃତ୍ୟୁ: ଆଖି ବୁଜିଲେ ଆଉ ଜଣେ ଅସୁସ୍ଥ, ମୃତ୍ୟୁ ସଂଖ୍ୟା ୪କୁ ବୃଦ୍ଧି
ସମାଜ ଡିଜିଟାଲ ଡେସ୍କ: ଗଞ୍ଜାମ ଜିଲା ଚିକିଟି ବିଷାକ୍ତ ମଦ ମୃତ୍ୟୁ ମାମଲାରେ ଆଖି ବୁଜିଲେ ଆଉ ଜଣେ ଅସୁସ୍ଥ। ମୃତକ ଜଣକ କାରବାଲୁଆ ଅଞ୍ଚଳର ହୋଇଥିବା ଜଣାପଡ଼ିଛି। ଫଳରେ ଏହି ଘଟଣାରେ ମୃତ୍ୟୁ ସଂଖ୍ୟା ୪କୁ ବୃଦ୍ଧି ପାଇଛି। ପୂର୍ବରୁ ୨ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଗତ ୩୧ ତାରିଖରେ ଲକ୍ଷ୍ମଣ ବେହେରା ନାମକ ଅନ୍ୟ ଜଣେ ଅସୁସ୍ଥ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଥିଲେ। ସେ ଏମକେସିଜି ମେଡିକାଲ ଆଇସିୟୁରେ ଚିକିତ୍ସିତ ହେଉଥିଲେ। ବର୍ତ୍ତମାନ ସୁଦ୍ଧା ଆହୁରି ୩ ଜଣ ଅସୁସ୍ଥ ଏମକେସିଜି ମେଡିକାଲରେ ଚିକିତ୍ସାଧୀନ ରହିଛନ୍ତି।
Comments are closed.