www.samajalive.in
Friday, December 12, 2025
15.1 C
Bhubaneswar

ବିଜେପିରେ ସାମିଲ ହେଲେ ଟିଏମସି ବିଧାୟକ, ଦେଢ଼ମାସରେ ଦଳ ଛାଡ଼ିଲେଣି ୧୧ ବିଧାୟକ

କଲକାତା: ପଶ୍ଚିମବଙ୍ଗରେ ଶାସକ ଟିଏମସିକୁ ଗୋଟିଏ ପରେ ଗୋଟିଏ ଝଟ୍‌କା ଲାଗି ଚାଲିଛି। ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ଅଳ୍ପ କିଛି ମାସ ବାକି ରହିଥିବାବେଳେ ଜଣକ ପରେ ଜଣେ ବିଧାୟକ ଦଳ ଛାଡ଼ିବାରେ ଲାଗିଛନ୍ତି। ଏହି କ୍ରମରେ ମଙ୍ଗଳବାର ବିଧାୟକ ଦୀପକ ହାଲଦାର ଟିଏମସି ଛାଡ଼ି ବିଜେପିରେ ସାମିଲ ହୋଇଛନ୍ତି।

ପଶ୍ଚିମବଙ୍ଗର ବରୁଇପୁରରେ ଏକ ସାଧାରଣ ସଭାରେ ଦୀପକ ବିଜେପିରେ ଯୋଗଦେଇଛନ୍ତି। ପୂର୍ବରୁ ଦଳ ଛାଡ଼ି ବିଜେପିରେ ସାମିଲ ହୋଇଥିବା ସୁଭେନ୍ଦୁ ଅଧିକାରୀ ଏବଂ ମୁକୁଲ ରାୟଙ୍କ ଉପସ୍ଥିତିରେ ସେ ବିଜେପି ହାତ ଧରିଛନ୍ତି। ବିଗତ ଦେଢ଼ମାସ ମଧ୍ୟରେ ଟିଏମସିର ୧୧ ବିଧାୟକ ଦଳ ଛାଡ଼ିଥିବାବେଳେ ଏହା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି।

- Advertisement -

ତେବେ ଦୀପକ ଦଳ ଛାଡ଼ିବା ପଛରେ ଟିଏମସିକୁ ଦାୟୀ କରିଛନ୍ତି। ଦଳୀୟ ନେତୃତ୍ଵ ସେମାନଙ୍କୁ ଲୋକଙ୍କ ପାଇଁ କାମ କରିବାକୁ ସୁଯୋଗ ଦେଉ ନ ଥିବା ଦୀପକ ଅଭିଯୋଗ କରିଛନ୍ତି। ଦୀପକ କହିଛନ୍ତି ଯେ, ସେ ଦୁଇ ଥର ବିଧାୟକ ନିର୍ବାଚିତ ହେଲେଣି। କିନ୍ତୁ ୨୦୧୭ ପରଠାରୁ ତାଙ୍କୁ ଜନତାଙ୍କ ପାଇଁ ଠିକ୍‌ ଭାବେ କାମ କରିବାକୁ ସୁଯୋଗ ଦିଆଯାଉ ନାହିଁ। ସେଥିଲାଗି ସେ ଦଳ ଛାଡ଼ୁଥିବା କହିଛନ୍ତି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories