www.samajalive.in
Saturday, December 6, 2025
26.1 C
Bhubaneswar

କୃଷକ ଆନ୍ଦୋଳନ: ଟଳିପଡ଼ିଲେ ଆଉ ଜଣେ ଚାଷୀ, ଗଲାଣି ୯ ଜୀବନ

ହରିୟାଣାର କୁଣ୍ଡଳୀ ସୀମାରେ କେନ୍ଦ୍ର ସରକାରଙ୍କ କୃଷି ଆଇନ ବିରୋଧରେ ଚାଲିଥିବା ଆନ୍ଦୋଳନରେ ଆଉ ଜଣେ ଚାଷୀ ଆଖି ବୁଜିଛନ୍ତି। ଧାରଣା ସ୍ଥଳରେ ବସିଥିବା ଏହି ଚାଷୀ ଜଣକ ଅତ୍ୟଧିକ ଥଣ୍ଡା ସହ୍ୟ କରି ନ ପାରି ହୃଦ୍‌ଘାତର ଶିକାର ହେବା ଫଳରେ ତାଙ୍କର ମୃତ୍ୟୁ ଘଟିଛି।

କୃଷକ ଆନ୍ଦୋଳନରେ ବର୍ତ୍ତମାନ ସୁଦ୍ଧା ୯ ଚାଷୀଙ୍କ ମୃତ୍ୟୁ ଘଟିସାରିଛି। ଟିକରି ସୀମାରେ ଚାଲିଥିବା ଆନ୍ଦୋଳନ ସ୍ଥଳରେ ୬ ଚାଷୀଙ୍କର ମୃତ୍ୟୁ ଘଟିଥିବାବେଳେ କୁଣ୍ଡଳୀ ସୀମାରେ ୩ ଚାଷୀଙ୍କ ମୃତ୍ୟୁ ହୋଇସାରିଛି। ଅଧିକାଂଶ ଚାଷୀ ହୃଦ୍‌ଘାତ ଯୋଗୁ ପ୍ରାଣ ହରାଇଥିବା ଜଣାପଡ଼ିଛି। ମଙ୍ଗଳବାର ପ୍ରାଣ ହରାଇଥିବା ଚାଷୀ ଜଣକ ପଞ୍ଜବାର ମୋଗା ଜିଲା ଅନ୍ତର୍ଗତ ଭିଣ୍ଡର କଲାଙ୍ଗ ଗ୍ରାମର ମଖନ୍‌ ଖାନ୍‌(୪୨)।

- Advertisement -

ମଖନ୍‌ ୩ ଦିନ ତଳେ ଅନ୍ୟ ୨ ସାଥୀଙ୍କ ସହିତ କୁଣ୍ଡଳୀ ସୀମାରେ ଚାଲିଥିବା ଆନ୍ଦୋଳନ ସ୍ଥଳକୁ ଆସି ଧାରଣାରେ ବସିଥିଲେ। ସୋମବାର ତାଙ୍କ ଛାତିରେ ଯନ୍ତ୍ରଣା ହୋଇଥିଲା। ସେଠାରୁ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା। ପରେ ତାଙ୍କର ମୃତ୍ୟୁ ଘଟିଛି। ଜଣେ ଆନ୍ଦୋଳନକାରୀ ଗୁରିନ୍ଦ୍ର ସିଂହ କହିଛନ୍ତି, ଥଣ୍ଡା ଯୋଗୁ ଚାଷୀମାନେ ହୃଦ୍‌ଘାତର ଶିକାର ହେଉଛନ୍ତି। ଥଣ୍ଡାରେ ରକ୍ତ ଜମାଟ ବାନ୍ଧି ଯାଉଥିବାରୁ ଚାଷୀଙ୍କ ଜୀବନ ଯାଉଛି। ତଥାପି ଚାଷୀମାନେ ଶେଷ ନିଃଶ୍ଵାସ ଥିବା ଯାଏ ଲଢ଼େଇ ଜାରି ରଖିବେ।

Hot this week

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

Related Articles

Popular Categories