www.samajalive.in
Sunday, December 7, 2025
26.1 C
Bhubaneswar

ପୁଣି କାଳ ହେଲା ପିକ୍‌ନିକ୍‌,ଶଙ୍ଖ ନଦୀରେ ବୁଡ଼ି ଜଣେ ମୃତ

ଲାଠିକଟା: ପିକ୍‌ନିକ୍‌ କରିବାକୁ ଯାଇ ଗାଧୋଉଥିବାବେଳେ ଶଙ୍ଖନଦୀରେ ବୁଡ଼ି ଜଣକର ମୃତ୍ୟୁ ହୋଇଯାଇଥିବାବେଳେ ଅନ୍ୟ ଜଣକୁ ଉଦ୍ଧାର କରାଯାଇ ପାରିଛି। ସୂଚନାଯୋଗ୍ୟ ଯେ ରାଉରକେଲାସ୍ଥିତ ମଧୁସୂଦନପାଲି ଏବଂ ରେଲୱେ କଲୋନୀ ଅଞ୍ଚଳର ପ୍ରାୟ ୧୫ ଜଣ ଯୁବକ ୩ଟି ବାଇକ ଓ ଗୋଟିଏ କାରରେ ଆଜି ସକାଳେ ପିକ୍‌ନିକ୍‌ କରିବାକୁ ଚିକଟମାଟି ଭାଲୁପତ୍ରା ସ୍ଥିତ ପ୍ରେମ ଜଙ୍ଗଲକୁ ଯାଇଥିଲେ। ଅପରାହ୍ନ ପ୍ରାୟ ୨ଟାବେଳେ ନିକଟରେ ଥିବା ଶଙ୍ଖନଦୀକୁ ଗାଧୋଇବାକୁ ମଧୁସୂଦନପାଲି ୱାର୍ଡ ନଂ. ୧୧ ଅଞ୍ଚଳର ତ୍ରିଲୋଚନ ମହାକୁଡ଼(୨୩), ରେଲୱେ କଲୋନୀର ଅଶୋକ ଗିରି(୨୬) ଏବଂ ସୌମ୍ୟ ଯାଇଥିଲେ। ସୌମ୍ୟ ଅଳ୍ପ ପାଣିରେ ଗାଧୋଉଥିବାବେଳେ ତ୍ରିଲୋଚନ ଓ ଅଶୋକ ଗଭୀର ପାଣିକୁ ଚାଲିଯାଇ ବୁଡ଼ିଯାଇଥିଲେ। ଏହା ଦେଖି ସୌମ୍ୟ ପାଣିରୁ ବାହାରି ଆସିବା ସହ ପାଟି କରିଥିଲେ। ପାଟିଶୁଣି ସ୍ଥାନୀୟ ଗ୍ରାମବାସୀ ଧାଇଁଯାଇ ବୁଡ଼ୁଥିବା ଅଶୋକକୁୁ ଉଦ୍ଧାର କରିଥିଲେ। ହେଲେ ତ୍ରିଲୋଚନକୁ ଉଦ୍ଧାର କରି ପାରି ନ ଥିଲେ। ସୂଚନା ପାଇ ବ୍ରାହ୍ମଣୀତରଙ୍ଗ ପୁଲିସ ଘଟଣାସ୍ଥଳରେ ପହଞ୍ଚିବା ସହ ଅଗ୍ନିଶମ ବାହିନୀଙ୍କୁ ସୂଚନା ଦେଇଥିଲେ। ଅଗ୍ନିଶମ ବାହିନୀର ଯବାନ ସଙ୍ଗେ ସଙ୍ଗେ ସେଠାରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ପ୍ରାୟ ୧ ଘଣ୍ଟା ଖୋଜାଖୋଜି କରିବା ପରେ ତ୍ରିଲୋଚନଙ୍କ ଶବ ଉଦ୍ଧାର କରି ଆରଜିଏଚ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିବାରୁ ଶବ ମର୍ଗ ହାଉସରେ ରଖାଯାଇଛି। ଅଶୋକଙ୍କ ପ୍ରାଥମିକ ଚିକିତ୍ସା କରାଯାଇ ସୁସ୍ଥ ଥିବାରୁ ତାଙ୍କୁ ଛାଡ଼ି ଦିଆଯାଇଛି । ଏ ବାବଦରେ ବ୍ରାହ୍ମଣୀତରଙ୍ଗ ଥାନା ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। ଆଗାମୀକାଲି ଶବ ବ୍ୟବଚ୍ଛେଦ କରାଯିବା ପରେ ପରିବାରବର୍ଗଙ୍କୁ ଶବ ହସ୍ତାନ୍ତର କରାଯିବ ବୋଲିି ପୁଲିସ ସୂତ୍ରରୁ ପ୍ରକାଶ। ପ୍ରକାଶ ଥାଉ କି ମୃତ ତ୍ରିଲୋଚନ ବିଶ୍ରା ୱେସ୍କୋ କାର୍ଯ୍ୟାଳୟରେ ଠିକା କମ୍ପାନୀ ଅଧିନରେ କାମ କରୁଥିଲେ। ସୁନ୍ଦରଗଡ଼ ଜିଲାର ବିଭିନ୍ନ ନଦୀନାଳକୁ ପିକ୍‌ନିକ୍‌ କରିବାକୁ ଯାଇ ଗତବର୍ଷ ପ୍ରାୟ ୧୦ରୁ ଊର୍ଦ୍ଧ୍ବ ଜୀବନ ଯାଇଥିଲେ ମଧ୍ୟ ନା ଯୁବ ସମାଜ ନା’ ପ୍ରଶାସନ ଚେତୁଛି।

Hot this week

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

Related Articles

Popular Categories