www.samajalive.in
Monday, December 15, 2025
26.1 C
Bhubaneswar

ଗଡ଼ମଧୁପୁରରେ ବିଭିନ୍ନ ସ୍ଥାନରେ ସ୍ୱାଧୀନତା ଦିବସ ପାଳିତ

ଗଡ଼ମଧୁପୁର : ଧର୍ମଶାଳା ବ୍ଲକ ଜେନାପୁର ଥାନା ଅନ୍ତର୍ଗତ ଗଡମଧୁପୁର ଅଂଚଳର ବିଭିନ୍ନ ସ୍ଥାନରେ ୭୫ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି । ଚଢେଇଧରା ତଳ ଛକ ଠାରେ ଧର୍ମଶାଳା ମିଡିଆ କ୍ଲବ ଓ କଳ୍ପତ୍ତରୁ ଦାସ ନେସନାଲ ଫାଉଣ୍ଡେସନ ପକ୍ଷରୁ ମିଳିତ ଭାବରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ରଗଡିପଶି ମୌଜାର ସରକ ।ରୀ ଜମିରେ ଚାରାରୋପଣ ପାଇଁ ମୁଖ୍ୟ ଅତିଥି ଭାବରେ ବନପାଳ ମହମ୍ମଦ ସାକିର ହୁସେନ ଯୋଗଦେଇଥିବା ବେଳେ ସଙ୍ଘ ସଭାପତି ବିମଳ ପତି, କାର୍ଯ୍ୟକାରୀ ସଭାପତି ସୁଧାକର ରାଉତ, ଉପ ସଭାପତି ବସନ୍ତ କୁମାର ନାୟକ, ସମ୍ପାଦକ ଆନନ୍ଦ ମହାରଣା, ଦିଲଦାର ଚାନ୍ଦ, ଅଶୋକ ଦାସ, ସୁଶାନ୍ତ କୁମାର ନାୟକ, ଦୀପକ ଦାସ, ସୁଶାନ୍ତ ସାହୁ, ସୁଶାନ୍ତ କୁମାର ଗୋଚ୍ଛାୟତ, ଚିନ୍ମୟ ନାୟକ, ଶେଖ ଆଲାଉଦ୍ଦିନ ଓ ଅନ୍ୟ ସଦସ୍ୟମାନେ ଯୋଗ ଦେଇ ଚାରାରୋପଣ କରିଥିଲେ । ଯୁବ ସମାଜସେବୀ ସୁର୍ଯ୍ୟନାରାୟଣ ଭୂୟାଁ କାର୍ଯ୍ୟକ୍ରମ ଆୟୋଜନରେ ସମସ୍ତ ପ୍ରକାର ସହଯୋଗ କରିଥିଲେ । ଏଥି ସହିତ ମିଡିଆ କ୍ଲବର ସଦସ୍ୟ ମାନେ ଅପରାହ୍ନରେ ଧର୍ମଶାଳା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ରହିଥିବା ରୋଗୀ, ରୋଗୀ ସମ୍ପର୍କୀୟ ଓ ଧର୍ମଶାଳା ହାଟ ପଡିଆରେ ରହିଥିବା କିଛି ଅସହାୟ ଲୋକଙ୍କୁ ଫଳ ବଣ୍ଟନ କରିଥିଲେ ।
ଧର୍ମଶାଳା ଶିକ୍ଷାମଣ୍ଡଳ ଅଧିନସ୍ଥ ଚାରଗୋଠ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟରେ ଜାତୀୟ ପତାକା ଉତ୍ତୋଳନ କରିବା ସହିତ ପୋଷାକ ବିତରଣ ଉସôବ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ ଉସôବରେ ମୁଖ୍ୟ ଅତିଥି ଭାବରେ ବାବା ଭୈରବାନନ୍ଦ ସ୍ୱୟଂସାଶିତ ମହାବିଦ୍ୟାଳୟର ଶିକ୍ଷା ବିଭାଗ ଅଧ୍ୟାପକ ଡ. ଦୀଲିପ କୁମାର ନାୟକ, ମୁଖ୍ୟ ବକ୍ତା ଭାବରେ ଉଦୀୟମାନ ଅନୁଷ୍ଠାନର ସମ୍ପାଦକ ଅନିଲ କୁମାର ଦାସ, ପ୍ରଧାନ ଶିକ୍ଷକ କାହ୍ନୁଚରଣ ଦାସ, ସାମ୍ବାଦିକ ବସନ୍ତ କୁମାର ନାୟକ ପ୍ରମୁଖ ଉପସ୍ଥିତ ଛାତ୍ରଛାତ୍ରୀ ତଥା ପରିଚାଳନା କମିଟିକୁ ସମ୍ବୋଧିତ କରିଥିଲେ । ଏହି ଅବସରରେ ସାମ୍ବାଦିକ ସୁଶାନ୍ତ କୁମାର ଗୋସôାୟତ ଓ ଅଶୋକ ଦାସଙ୍କୁ ବିଦ୍ୟାଳୟ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା ।
ଜାରକା ଶାନ୍ତିବଜାର ସ୍ଥିତ ବିଜେପି କାର୍ଯ୍ୟାଳୟ ଠାରେ ୭୫ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବରେ ଯୋଗଦେଇ ପ୍ରାକ୍ତନ ରସୁଲପୁର ବ୍ଲକ ଅଧ୍ୟକ୍ଷ ଚକ୍ରଧର ସାହୁ ପତାକା ଉତ୍ତୋଳନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପୁର୍ବତନ ସରପଞ୍ଚ ଅରୁଣ କୁମାର ସାହୁ, ସୁବାସ ସାମଲ, ହରି ମଲିକ, ବିଶ୍ୱନାଥ ପଣ୍ଡା, ଦିଲିପ ପ୍ରଧାନ, ମୁରଲୀ ପାଣ୍ଡବ, କିରଣ ଜେନାଙ୍କ ସମେତ ଅନେକ ଦଳୀୟ କର୍ମୀ ଯୋଗଦେଇ ଥିଲେ । ବିଜେପି ନେତ୍ରୀ ସ୍ମୃତିରେଖା ପହି ଅସୁସ୍ଥତା କାରଣରୁ ଯୋଗଦେଇ ପାରି ନଥିଲେ ମଧ୍ୟ ସଫଳ ଆୟୋଜନ ନିମନ୍ତେ ସମସ୍ତଙ୍କୁ ଧନ୍ୟବାଦ ଦେଇଛନ୍ତି ।
ଧର୍ମଶାଳା ବ୍ଲକ ମଧୁପୁରଗଡ ପଂଚାୟତ କାର୍ଯ୍ୟାଳୟରେ ୭୫ତମ ସ୍ୱାଧୀନତା ଦିବସ ପାଳିତ ହୋଇଛି । ଆୟୋଜିତ ଉସôବରେ ସରପଂଚ ଝୁମୁରୀ ନାୟକ ପତାକା ଉତ୍ତୋଳନ କରିଥିବା ବେଳେ ଯୁବ ନେତା ତଥା ପଂଚାୟତ ସଭାପତି ଜଗଦୀଶ ଜେନାମଣୀ ମୁଖ୍ୟଅତିଥିଭାବରେ ଯୋଗ ଦେଇଥିଲେ ।ପଂଚାୟତ ସମ୍ପ୍ରସାରଣ ଅଧିକାରୀ କ୍ଷୀରୋଦ କୁମାର ମଲିକ ଓ ଅନ୍ୟ ପଂଚାୟତ କର୍ମଚାରୀ ଓ ସ୍ଥାନୀୟ କିଛି ଜନସାଧାରଣ ଉକ୍ତ କାର୍ଯ୍ୟକ୍ରମରେ ଭାଗନେଇଥିଲେ ।

 

Hot this week

ମୋକିମଙ୍କୁ ବହିଷ୍କାର ଘଟଣାକୁ ନେଇ ମୁହଁ ଖୋଲିଛନ୍ତି : ନିରଞ୍ଜନ

ସମାଜ ଡିଜିଟାଲ ଡେସ୍କ: ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ କଂଗ୍ରେସ ପ୍ରାଥମିକ...

୪୮ ଘଣ୍ଟାରେ ୨୦୧ କିମି ଚାଲି ରେକର୍ଡ କଲେ ଓଡ଼ିଆ ପୁଅ ସୁମିତ

ସମାଜଲାଇଭ ଡେସ୍କ: ଦୃଢ଼ ସଙ୍କଳ୍ପ ଏବଂ ଇଚ୍ଛାଶକ୍ତି ମଣିଷକୁ ସଫଳତାର ମାର୍ଗ...

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

Related Articles

Popular Categories