www.samajalive.in
Saturday, December 6, 2025
19.1 C
Bhubaneswar

ଲାଞ୍ଜିଗଡ ଦୁର୍ଗମ ଅଞ୍ଚଳରେ ହାତୀ ଉପଦ୍ରବ ; ଗାଁକୁ ପଶିଲେ ଜଙ୍ଗଲି ହାତୀ

ଲାଞ୍ଜିଗଡ଼ :କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଳକର ଦୁର୍ଗମ ଅଞ୍ଚଳ ମାନଙ୍କରେ ଜଙ୍ଗଲି ହାତୀ ଉପଦ୍ରବ ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ସନ୍ଧ୍ୟା ହେଲେ ଦୁର୍ଗମ ଅଞ୍ଚଳ ବାସୀ ଭୟର ବାତାବରଣରେ ରହୁଛନ୍ତି । ସନ୍ଧ୍ୟା ହେଲେ ଜଙ୍ଗଲି ହାତୀପଲ ଗାଁ ଭିତରକୁ ପଶି ଅନେକ କ୍ଷୟକ୍ଷତି ଘଟାଉଛନ୍ତି । ଅନେକ ଲୋକଙ୍କ ଫସଲ ଉଜାଡି ଦେଉଥିବା ବେଳେ ଘରଦ୍ୱାର ମଧ୍ୟ ଭାଙ୍ଗି ଦେଉଛନ୍ତି । ଏଭଳି ଅଭାବନୀୟ ଘଟଣା ଘଟିଛି ଲାଞ୍ଜିଗଡ ବ୍ଲକ ଅର୍ନ୍ତଗତ କୁମଖାଲ ପଞ୍ଚାୟତର ପିଡେଲବାଜୁ ଗାଁରେ । ସୂଚନା ଅନୁସାରେ ଗତ ବିଳମ୍ବିତ ରାତିରେ ଜଙ୍ଗଲି ହାତୀପଲ ପିଡେଲବାଜୁ ଗାଁ ଭିତରକୁ ପଶିଆସି ହୁଙ୍କାର ମାରିଥିଲେ । ଭୟରେ ଗାଁ ଲୋକେ ଘରୁ ବାହାରକୁ ଚାଲି ଆସିଥିଲେ । ଜଙ୍ଗଲି ହାତୀପଲ ଗାଁର ତିନୋଟି ଘର ଭାଙ୍ଗି ଦେଇଥିବା ବେଳେ ଘରେ ଥିବା ଖାଦ୍ୟଶସ୍ୟକୁ ଖାଇ ନଷ୍ଟ କରିଦେଇଥିଲେ । ଗାଁର ଗମ୍ଭୀର ହରିଜନ,ମନୋଜ କୁମାର ନାଗ ଓ ମନହର ନାଗଙ୍କ ଘର ସମ୍ପୁର୍ଣ୍ଣ ଭାଙ୍ଗି ଦେଇଥିବା ବେଳେ ପରିବାର ରହିବା ପାଇଁ କୈାଣସି ଜାଗାନାହିଁ ।ବର୍ତ୍ତମାନ ସେମାନେ ପଡୋଶୀ ଘରେ ଆଶ୍ରୟ ନେଇଥିବା ଜଣାପଡିଛି ।

ଘର ବାହାରେ ଥିବା ଗାଡି ସବୁକୁ ପାଦରେ ଦଳି ଚୁରମାର କରିଦେଇଥିବା ବେଳେ ଗାଁରେ ଥିବା ନଳକୁପ ଗୁଡିକୁ ହାତୀ ଉପାଡି ଦେଇଥିଲେ । ହାତୀ ଆକ୍ରମଣ ଭୟରେ ଗାଁ ଲୋକେ ଲୁଚିକି ରହିଯାଇଥିଲେ । ଆଜି ସକାଳୁ ଏ ସଂପର୍କରେ ବିଶ୍ୱାନଥପୁର ରେଞ୍ଜର ଲକ୍ଷ୍ୟ ମହାନନ୍ଦ ଖବର ପାଇ ବନବିଭାଗର କିଛି କର୍ମଚାରୀଙ୍କୁ ଘଟଣା ସ୍ଥଳକୁ ପଠାଇଥିଲେ । ଦୁର୍ଗମ ଅଞ୍ଚଳରେ ହାତୀ ଉପଦ୍ରବକୁ ଦୃଷ୍ଟିରେ ରଖି ବନବିଭାଗ ପକ୍ଷରୁ ସ୍କାର୍ଡ ଗଠନ କରି ହାତୀର ଗତିପଥକୁ ଲକ୍ଷ କରାଯାଉଛି । ଏପଟେ ଗାଁ ଲୋକ କ୍ଷୟକ୍ଷତି ପାଇଁ ବିଶ୍ୱନାଥପୁର ରେଞ୍ଜରଙ୍କୁ ଭେଟିଥିବା ବେଳେ ସ୍ଥାନୀୟ ତହସିଲଦାର ମୁନିନ୍ଦ୍ର ହୁଁନ୍ନାଗାଙ୍କୁ ମଧ୍ୟ ସାକ୍ଷାତ କରିଛନ୍ତି । ବର୍ତ୍ତମାନ ତିନୋଟି ପରିବାର ବେସାହାରା ହୋଇଥିବା ବେଳେ ସେମାନଙ୍କୁ ମୁଣ୍ଡ ଗୁଞ୍ଜିବା ପାଇଁ ଜାଗାଟିଏ ନାହିଁ । ସେମାନେ ଖାଇବେ କଣ,ପିନ୍ଧିବେ କଣ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି ହୋଇଛି । କୁମଖାଲ ସରପଞ୍ଚ ମୁଲୁ ମାଝୀ ମଧ୍ୟ ପଞ୍ଚାୟତ ତରଫରୁ କିଛି ସାହାଯ୍ୟ କରିବାକୁ ପ୍ରତିଶ୍ରୁତି ଦେଇଥିବା ବେଳେ ବ୍ଲକ ପ୍ରଶାସନର କୈାଣସି ଅଧିକାରୀ ଘଟଣା ସ୍ଥଳକୁ ପହଞ୍ଚି ନାହାନ୍ତି । ବର୍ତ୍ତମାନ ପ୍ରଶାସନ ପକ୍ଷରୁ ସେମାନଙ୍କୁ ସହଯୋଗର ହାତ ବଡାଇବା ନିହାତି ଆବଶ୍ୟକତା ହୋଇପଡିଛି । ଦୁର୍ଗମ ଅଞ୍ଚଳରେ ହାତୀଭୟ କେବେ ଦୁରହେବ ,ବନବିଭାଗ ଏ ଦିଗରେ ପଦକ୍ଷେପ ନେବା ନିହାତି ଜରୁରୀ ହୋଇପଡିଛି ବୋଲି ଅଞ୍ଚଳବାସୀ ଦାବି କରିଛନ୍ତି ।

Hot this week

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

Related Articles

Popular Categories