www.samajalive.in
Saturday, December 6, 2025
19.1 C
Bhubaneswar

ଗୁଣି ଗାରେଡି ସନ୍ଦେହରେ ପାଲଲହଡା ଖମାର ଥାନା କୁଞ୍ଜାମରେ ଟ୍ରିପଲ ମର୍ଡର

ଅନୁଗୁଳ : ଗୁଣି ଗାରେଡି ସନ୍ଦେହରେ ପାଲଲହଡା ଖମାର ଥାନା କୁଞ୍ଜାମରେ ଟ୍ରିପଲ ମର୍ଡର । ଅନୁଗୁଳ ଜିଲ୍ଲା ପାଲଲହଡା ବ୍ଲକ ଖମାର ଥାନା ଅନ୍ତର୍ଗତ କୁଂଜାମ ଗାଁରେ ଏହି ଜଘନ୍ୟ ହତ୍ୟାକାଣ୍ଡ ଘଟିଛି । ଗୁଣି ଗାରେଡି ସନ୍ଦେହରେ କୁଂଜାମ ଜିତମୁଣ୍ଡା ସାହିର ବୁଦ୍ଧୁ ଚାତର ତାର ସ୍ତ୍ରୀ ମୁନି ଚାତର ଏବଂ କୁଂଜାମ ଦେଉଳ ସାହିରେ ରହୁଥିବା ବୁଧୁ ଚାତର ର ପୁତୁରା ବୁଦ୍ଧିଆ ଗାଗରାଇ କୁ ପିଟିପିଟି ମାରିଦେଇ ସମାକୋଇ ନଦୀରେ ଫିଙ୍ଗି ଦେଇଛୁ ବୋଲି ୬ ଜଣ ଅଭିଯୁକ୍ତ ଜେରା ବେଳେ ପୁଲିସ  ଆଗରେ ସ୍ୱୀକାର କରିଛନ୍ତି।
ସୂଚନା ଅନୁଯାଇ ଗତ ୩୦ ତାରିଖ ସନ୍ଧ୍ୟାରେ ଏହି ହତ୍ୟାକାଣ୍ଡ ଘଟିଥିଲା। ସେଦିନ ବୁଦ୍ଧିଆ ଗାଗରାଇ ତା କକା ବୁଧୁ ଚାତର ଘରକୁ ଆସି କଥାବାର୍ତ୍ତା ହେଉଥିବା ବେଳେ ଜିତମୁଣ୍ଡାର ସାହିର ୬ ଜଣ ଯୁବକ ଆସି ସେମାନଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ। ପିଟିପିଟି ମାରି ଦେବାପରେ ଗାଁ ନିକଟରେ ଥିବା ସମାକୋଇ ନଦୀରେ ଫିଙ୍ଗି ଦେଇଥିବା ପୁଲିସ  ଆଗରେ ଅଭିଯୁକ୍ତ ମାନେ ସ୍ୱୀକାର କରିଛନ୍ତି । ତିନି ଜଣଙ୍କ ମଧ୍ୟରୁ ୧ ତାରିଖ ଦିନ ସମାକୋଇ ନଦୀରୁ ବୁଧୁ ଚାତରର କ୍ଷତ ବିକ୍ଷତ ମୃତଦେହ ଉଦ୍ଧାର ହୋଇଥିଲା ଓ ୨ ତାରିଖ ବୁଦ୍ଧିଆ ଗାଗରାଇର ମୃତ ଦେହ ସମଲ ଥାନା ଗହମ ନିକଟ ସମାକୋଇ ନଦୀରୁ ମିଳିଛି । ଅନ୍ୟପଟେ ମୁନି ଚାତାର ର ମୃତଦେହ ଏବେ ମଧ୍ୟ ମିଳିପାରିନାହିଁ ।  ଏହି ଘଟଣାରେ ଖମାର ପୁଲିସ ୬ ଅଭିଯୁକ୍ତକୁ ଡାକ୍ତରୀ ପରୀକ୍ଷା ପାଇଁ ପଠାଇଛି। ଆଜି ତାଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ସୂଚନା ମିଳିଛି।

Hot this week

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

Related Articles

Popular Categories