ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୧୨୭୦କୁ ବୃଦ୍ଧି

ନୂଆଦିଲ୍ଲୀ: ଦେଶରେ ଓମିକ୍ରନ ପ୍ରକରଣରେ ଆକ୍ରାନ୍ତଙ୍କ ସଂଖ୍ୟା ୧୨୭୦କୁ ବୃଦ୍ଧିପାଇଛି। ସେମାନଙ୍କ ମଧ୍ୟରୁ ୩୭୪ ଜଣ ସୁସ୍ଥ ହୋଇସାରିଛନ୍ତି। ମହାରାଷ୍ଟ୍ରରେ ସର୍ବାଧିକ ୪୫୦ ଜଣ ଏହି ପ୍ରକରଣରେ ଆକ୍ରାନ୍ତ ହୋଇଥିବା ଚିହ୍ନଟ କରାଯାଇଥିବାବେଳେ ଦିଲ୍ଲୀରେ ୩୨୦ ଓ କେରଳରେ ୧୦୯ ଚିହ୍ନଟ ହୋଇଛନ୍ତି। ସେହିଭଳି ଗୁଜରାଟ ୯୭, ରାଜସ୍ଥାନ ୬୯, ତେଲେଙ୍ଗାନା ୬୨ ଓ ତାମିଲନାଡୁରେ ୪୬ ଜଣଙ୍କୁ ଚିହ୍ନଟ କରାଯାଇଛି। କର୍ଣ୍ଣାଟକ ୩୪, ଆନ୍ଧ୍ରପ୍ରଦେଶ ୧୬, ହରିଆଣା ୧୪, ଓଡ଼ିଶା ୧୪, ପଶ୍ଚିମବଙ୍ଗ ୧୧, ଉତ୍ତରାଖଣ୍ଡ ୪, ଚଣ୍ଡିଗଡ ଓ ଜମ୍ମୁ କାଶ୍ମୀର ପ୍ରତ୍ୟେକରେ ୩, ଆଣ୍ଡାମାନ ନିକୋବର ଓ ଉତ୍ତର ପ୍ରଦେଶରେ ୨ ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି। ଗୋଆ, ହିମାଚଳପ୍ରଦେଶ, ଲଦାଖ, ମଣିପୁର, ପଞ୍ଜାବରେ ଓମିକ୍ରନ ପ୍ରକରଣରେ ଜଣେ ଲେଖାଏଁ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି।

kalyan agarbati

Comments are closed.