www.samajalive.in
Friday, December 5, 2025
20.1 C
Bhubaneswar

ଇନ୍ଦୋରରେ ଚିହ୍ନଟ ହେଲାଣି ନୂଆ ଭାରିଆଣ୍ଟ, ଫୁସଫୁସକୁ କରୁଛି ବେଶି ସଂକ୍ରମିତ !

ଇନ୍ଦୋର: ମଧ୍ୟପ୍ରଦେଶର ଇନ୍ଦୋରରେ ଡରାଇଲାଣି ଓମିକ୍ରନର ନୂଆ ଭାରିଆଣ୍ଟ । ୬ ଶିଶୁଙ୍କ ସହ ୧୨ଜଣଙ୍କ ଠାରେ ଚିହ୍ନଟ ହୋଇଛି ନୂଆ ଭୂତାଣୁ । ଓମିକ୍ରନ୍ ସହିତ ଏହାର ସବ୍ ଭାରିଆଣ୍ଟ BA.1  ଏବଂ BA.2  ମାମଲା ସାମ୍ନାକୁ ଆସିଛି । ସବୁଠାରୁ ବଡ଼ କଥା ହେଉଛି ଏହି ଭୂତାଣୁ ପିଲାଙ୍କୁ ବି ସଂକ୍ରମିତ କରୁଛି । ଆଉ ଏହା ମାରାତ୍ମକ ମଧ୍ୟ । କାରଣ ଏହା ଫୁସଫୁସକୁ ଅଧିକ ସଂକ୍ରମିତ କରୁଛି । ଏକ ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ୬ଜଣ ଶିଶୁ ଏହି ଭୂତାଣୁରେ ସଂକ୍ରମିତ ହୋଇଛନ୍ତି । ରିପୋର୍ଟର ତଥ୍ୟ ଅନୁସାରେ BA.2  ଷ୍ଟ୍ରେନ୍‍ ଦ୍ରୁତ ଗତିରେ ସଂକ୍ରମଣ କରୁଛି । ଯାହା ଫୁସଫୁସକୁ ଅଧିକ ପ୍ରଭାବିତ କରିଥାଏ । ଚିହ୍ନଟ ହୋଇଥିବା ୧୨ ଆକ୍ରାନ୍ତଙ୍କ ଫୁସଫୁସ ୫ରୁ ୪୦ଧ ସଂକ୍ରମିତ ହୋଇଛି । ଯାହାକୁ ନେଇ ସ୍ୱାସ୍ଥ୍ୟ ବିଭାଗର ଚିନ୍ତା ବଢ଼ିଲାଣି । ଆପଣଜାଣି ଆଶ୍ଚର୍ଯ୍ୟ ହେବେ ଏହି ଭାରିଆଣ୍ଟ କରୋନା ଓ ଓମିକ୍ରନ ଠାରୁ ସମ୍ପୂର୍ଣ୍ଣ ଭିନ୍ନ । କାରଣ ଏହା ଫୁସଫୁସକୁ ଅଧିକ ପ୍ରଭାବିତ କରିବା ସହ ଶିଶୁଙ୍କୁ ବି ସଂକ୍ରମିତ କରୁଛି । ଏହି ନୂତନ ଭାରିଆଣ୍ଟ ୪୦ଟି ଦେଶରେ ମଧ୍ୟ ଚିହ୍ନଟ ହେଲାଣି । ଫଳରେ ପୁଣି ଆଉ ଏକ ବଡ଼ ମୁକାବିଲା ଆଡକୁ ବିଶ୍ୱ ମୁହାଁଇଲାଣି । ଆଉ ସରାକର ଓ ସ୍ୱାସ୍ଥ୍ୟବିଭାଗର ଚିନ୍ତା ବଢ଼ିଲାଣି ।

Hot this week

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

Related Articles

Popular Categories