ରାସ୍ତା ଖରାପରୁ ଓଲଟିଲା ଆଜବେଷ୍ଟସ୍ ବୋଝେଇ ଗାଡ଼ି

ରେଙ୍ଗାଲି ଭୂତଳ କେନାଲ ପାଇଁ ତଡ଼ାଯାଇଥିବା ରାସ୍ତା ଅବସ୍ଥା ସୁଧୁରୁନି

ତିଗିରିଆ :  ତିଗିରିଆ ନିଜିଗଡ଼ ଠାରୁ ଅଚଳକୋଟ ଦେଇ ଢ଼େଙ୍କାନାଳକୁ ସଂଯୋଗ କରୁଥିବା ଗ୍ରାମ ଉନ୍ନୟନ୍ନ ରାସ୍ତାରେ ଏକ ଆଜବେଷ୍ଟସ୍ ବୋଝେଇ ଟ୍ରକ ରାସ୍ତା ଖରାପ କାରଣରୁ ଭାରସାମ୍ୟ ହରାଇ ଓଲଟି ପଡ଼ିଥିବା ଜଣାପଡ଼ିଛି । ଗାଡ଼ି ଚାଳକ ସତର୍କତା କାରଣରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଆଜବେଷ୍ଟସ୍ ବୋଝେଇ ଏହି ଗାଡ଼ିଟି ଢ଼େଙ୍କାନାଳରୁ ନୟାଗଡ଼ ବାଲୁଗାଁକୁ ଯାଉଥିଲା ବେଳେ ଏଠାରେ ଦୁର୍ଘଣାଗ୍ରସ୍ଥ ହୋଇଛି । ଏହି ରାସ୍ତାର ନିଜିଗଡ଼ ଶବରସାହି ନିକଟରେ ରେଙ୍ଗାଲି ଦକ୍ଷିଣ କେନାଲ ପ୍ରକଳ୍ପ ରାସ୍ତା ତାଡ଼ି ଭୂତଳ କେନାଲ ନେଇଥିବା ସ୍ଥାନରେ ଏହି ଦୁର୍ଘଟଣା ଘଟିଛି । ଏଠାରେ ରେଙ୍ଗାଲି କର୍ତ୍ତୁପକ୍ଷ ଗତ ପ୍ରାୟ ୨ବର୍ଷରୁ ଅଧିକ ସମୟ ହେବ ଭୂତଳ କେନାଲ ନିର୍ମାଣ ସାରି ତାହା ଉପରେ ମାଟି ପକାଇ କାମ ସାରି ଦେଇଛି । ପୂର୍ବରୁ ଉକ୍ତ ଗ୍ରାମ୍ୟ ଉନ୍ନୟନ୍ନ ରାସ୍ତାଟି ପିଚୁ ସଡ଼କ ଥିବା ବେଳେ ରାସ୍ତାକୁ ଅତିକ୍ରମ କରି ଭୂତଳ କେନାଲ କାର୍ଯ୍ୟ ସରିଥିଲେ ମଧ୍ୟ ସେହି ମାଟି ରାସ୍ତାରେ ରହିଛି। ପୂର୍ବଭଳି ଏହାକୁ ପିଚୁ ସଡ଼କ କରାଯାଇନାହିଁ । ଉକ୍ତ ସ୍ଥାନରେ ବୁଲାଣି ଥିବା ସହିତ ମାଟିରାସ୍ତା ଯୋଗୁଁ ଅଧିକାଂଶ ଭାରିଯାନ ଚକ ଦବିଯାଉଥିବା ସ୍ଥାନୀୟ ଅଧିବାସୀ କହିଛନ୍ତି । ସେହିଭଳି ବର୍ଷା ହେଲେ ଉକ୍ତ ରାସ୍ତାରେ ସାଧାରଣ ବାଇକ୍ ଆରୋହୀ ମଧ୍ୟ ଦୁର୍ଘଟଣାଗ୍ରସ୍ତ ହୋଇ ଲହୁଲୁହାଣ ହେଉଛନ୍ତି । ଏବେବି ରେଙ୍ଗାଲି କାର୍ଯ୍ୟ ଏହି ଅଞ୍ଚଳରେ ଚାଲୁ ରହିଥିବାରୁ ବହୁ ସଂଖ୍ୟାରେ ହାଇୱା ଏହି ରାସ୍ତାଦେଇ ଯାତାୟତ କରୁଥିବାରୁ ରାସ୍ତା ଅବସ୍ଥା ଶୋଚନୀୟ ହୋଇପଡ଼ିଥିବା ସ୍ଥାନୀୟ ଅଧିବାସୀ ଓ ତୃଣମୂଳସ୍ତରର ଜନପ୍ରତିନିଧିମାନେ ଅଭିଯୋଗ କରିଛନ୍ତି। ତୁରନ୍ତ ରେଙ୍ଗାଲି କର୍ତ୍ତୁପକ୍ଷ ଏହି ସମସ୍ୟାକୁ ସୁଧାରିବା ଦୃଢ଼ ଦାବି ହୋଇଛି।

kalyan agarbati

Comments are closed.