www.samajalive.in
Sunday, December 14, 2025
15.1 C
Bhubaneswar

ଓଆର୍‌ଏଚ୍‌ଡିସି ଦୁର୍ନୀତି ମାମଲା: ବିନୋଦ କୁମାରଙ୍କୁ ପୁଣି ୩ ବର୍ଷ କାରାଦଣ୍ଡାଦେଶ

ଭୁବନେଶ୍ବର: ଓଡ଼ିଶା ଗ୍ରାମ୍ୟ ଗୃହ ନିର୍ମାଣ ନିଗମ (ଓଆରଏଚଡିସି) ଦୁର୍ନୀତି ମାମଲାରେ ଆଇଏଏସ ବିନୋଦ କୁମାରଙ୍କୁ ଭୁବନେଶ୍ୱରସ୍ଥିତ ସ୍ବତନ୍ତ୍ର ଭିଜିଲାନ୍ସ ଜଜ ୩ ବର୍ଷ ସଶ୍ରମ କାରାଦଣ୍ଡାଦେଶ ଦେଇଛନ୍ତି। ଏହାସହିତ ୨୫ ହଜାର ଟଙ୍କାର ଜୋରିମାନା କରିଛନ୍ତି। ଓଆରଏଚ୍‌ଡିସିର ପୂର୍ବତନ ପରିଚାଳନା ନିର୍ଦେଶକ ଶ୍ରୀ କୁମାରଙ୍କ ସହିତ ଓଆରଏଚ୍‌ଡିସିର ପୂର୍ବତନ କାର୍ଯ୍ୟନିର୍ବାହୀ ନିର୍ଦେଶକ (ବୈଷୟିକ) ପୂର୍ଣ୍ଣଚନ୍ଦ୍ର ଦାସ ଏବଂ ‘ଆୱେର୍’ ଏନଜିଓର ରାଜ୍ୟ ସଂଯୋଜକ ସୁଭାଷ ଚନ୍ଦ୍ର ପଣ୍ଡାଙ୍କୁ ସ୍ବତନ୍ତ୍ର ଭିଜିଲାନ୍ସ ଜଜ ଉପରୋକ୍ତ ଦଣ୍ଡାଦେଶ ଶୁଣାଇଛନ୍ତି। ଜାଲ୍‌ କାଗଜପତ୍ର ଆଧାରରେ ଅଭିଯୁକ୍ତମାନେ ଶ୍ରୀ ପଣ୍ଡାଙ୍କୁ ବେଆଇନ ଭାବେ ଋଣ କରାଇ ଦେଇଥିଲେ।

ସୂଚନାଯୋଗ୍ୟ, ୨୦୦୦ ମସିହାରୁ ୨୦୦୧ ଯାଏଁ ବିନୋଦ କୁମାର ଓଆରଏଚ୍‌ଡିସିର ପରିଚାଳନା ନିର୍ଦେଶକ ଥିଲେ। ଏହି ସମୟରେ ଜାଲ୍ ପ୍ରମାଣପତ୍ର ଆଧାରରେ ଏହି ଋଣ ଦିଆଯାଇଥିବା ଯାଞ୍ଚ ବେଳେ ଜଣାପଡ଼ିଥିଲା। ଶ୍ରୀ କୁମାରଙ୍କ କାର୍ଯ୍ୟକାଳରେ ଓଆରଏଚ୍‌ଡିସିରେ ବ୍ୟାପକ ଦୁର୍ନୀତି ହୋଇଥିଲା। ପରେ ରାଜ୍ୟ ସରକାର ଏହାର ଭିଜିଲାନ୍ସ ତଦନ୍ତ ପାଇଁ ନିର୍ଦେଶ ଦେଇଥିଲେ। ଶ୍ରୀ କୁମାର ଦୋଷୀ ପ୍ରମାଣିତ ହେବା ପରେ ଓଆରଏଚଡିସିରେ କିପରି ଦୁର୍ନୀତି ଚାଲିଥିଲା ଓ କ୍ଷମତାର ଅପବ୍ୟବହାର ହେଉଥିଲା ତାହା ପ୍ରମାଣିତ ହୋଇଛି। ଓଆରଏଚ୍‌ଡିସି ଦୁର୍ନୀତି ମାମଲାରେ ୧୦ମ ଥର ପାଇଁ ଶ୍ରୀ କୁମାର ଦଣ୍ଡିତ ହୋଇଛନ୍ତି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories