ହରଭଙ୍ଗା: ହରଭଙ୍ଗା ବ୍ଲକ ଧଳପୁର ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପକ୍ଷରୁ ଗୁରୁବାର ନବାଗତ ଛାତ୍ରଛାତ୍ରୀ ଏବଂ ଅଧ୍ୟାପକମାନଙ୍କ ନିମନ୍ତେ ଏକ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ ଆୟୋଜିତ ହୋଇଯାଇଛି। ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷ ବାବୁଲା ଭୋକ୍ତାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷକ କୈଳାଶ ପ୍ରଧାନ, ସୂର୍ଯ୍ୟନାରାୟଣ ମହାକୁଡ.ମାଧବ ଚନ୍ଦ୍ର କର, ଶିକ୍ଷକ ପୌଲସ୍ତି ଭୋକ୍ତା ପ୍ରମୁଖ ଅତିଥି ଭାବେ କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ। ନବାଗତ ଅଧ୍ୟାପକମାନଙ୍କୁ ପୁଷ୍ପଗୁଛ ଦେଇ ସ୍ୱାଗତ କରିବା ସହ ଛାତ୍ରଛାତ୍ରୀଙ୍କୁ ମଧ୍ୟ ବିଦ୍ୟାଳୟ ପକ୍ଷରୁ ସ୍ୱାଗତ କରାଯାଇଥିଲା। ଧଳପୁରରେ ଏକ ଯୁକ୍ତ ଦୁଇ କଳା ବିଦ୍ୟାଳୟ ଖୋଲିବାପରେ ଅଂଚଳର ଶତାଧିକ ଛାତ୍ରଛାତ୍ରୀଙ୍କୁ ଘରପାଖରେ ଉଚ୍ଚ ଶିକ୍ଷାଲାଭ ଯୋଗାଇ ଦେବା ପାଇଁ ଅତିଥିଗଣ ସରକାରଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ। ଆଗକୁ ଶିକ୍ଷାଦାନପାଇଁ ଆବଶ୍ୟକୀୟ ଶ୍ରେଣୀଗୃହ ଭିତିଭୂମି ସାଙ୍ଗକୁ ପିଲାଙ୍କ ପାଠପଢ଼ା ଉପକରଣ ଆଦି ଯୋଗାଇ ଦିଆଗଲେ ଗ୍ରାମଚଂଳରେ ଉଚ୍ଚ ଶିକ୍ଷା ପାଇଁ ଅଂଚଳର ମେଧାବୀ ଛାତ୍ରଛାତ୍ରୀଙ୍କ କୌଣସି ଅସୁବିଧା ହେବ ନାହିଁ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ।ଏହି ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବରେ ନୂତନ ଭାବେ ନାମଲେଖାଇଥିବା ନବାଗତ ୯୦ଜଣ ଛାତ୍ରଛାତ୍ରୀଙ୍କ ସହିତ ଅଧ୍ୟାପକ ଶୁଭ୍ରଜ୍ୟୋତି ତାରେଣିଆ, ଲିଜା ନାଏକ, ରୀତାରାଣୀ ସାମଲ, ଲଳିତ କୁମାର ମେହେର, ରାଧାମୋହନ କ୍ଷେତି, ସଂନ୍ଧ୍ୟାରାଣୀ ପ୍ରଧାନଙ୍କ ସହିତ ବିଦ୍ୟାଳୟର ଶିକ୍ଷକ ଶ୍ରୀକାନ୍ତ ନାଏକ, ରାକେଶ ବେହେରା, ଆଦର୍ଶଚନ୍ଦ୍ର ପୁହାଣ, ସନ୍ତୋଷ ମଲ୍ଲିକ, ସଂଜୀବ ଭୋକ୍ତା ଉପସ୍ଥିତ ଥିଲେ।
Popular Categories



