www.samajalive.in
Wednesday, December 10, 2025
26.1 C
Bhubaneswar

ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ସ୍ତନ୍ୟପାନ ମାଧ୍ୟମରେ ପୋଷଣ ଶୀର୍ଷକ ସମ୍ମିଳନୀ

ବୁର୍ଲା: ସମ୍ୱଲପୁର ବିଶ୍ଵବିଦ୍ୟାଳୟର ସ୍ନାତକୋତ୍ତର ଗୃହ ବିଜ୍ଞାନ ବିଭାଗ ଆନୁକୁଲ୍ୟରେ ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳନ ଅବସରରେ ଆଜି ସ୍ତନ୍ୟପାନ ମାଧ୍ୟମରେ ପୁଷ୍ଟିକର ଖାଦ୍ୟ ପ୍ରସଙ୍ଗରେ ଏକ ସମ୍ମିଳନୀ ଆୟୋଜନ ହୋଇଯାଇଛି। ଏଥିରେ ବୁର୍ଲା ଭିମସାର ପୁଷ୍ଟିକର ପରାମର୍ଶଦାତା ବିଶେଷଜ୍ଞ ଏନଆରସି ଜୟଶ୍ରୀ ସାହୁ ସ୍ତନ୍ୟପାନର ବିଭିନ୍ନ ଦିଗ ଏବଂ ପୁଷ୍ଟିହୀନତା ସହିତ ଏହାର ସମ୍ପର୍କ ଉପରେ ଏକ ବିସ୍ତୃତ ଭାବରେ ଆଲୋଚନା କରିଥିଲେ। କ୍ଷୁଧା ଦୂର କରିବା ସ୍ତନ୍ୟପାନର ମହତ୍ତ୍ଵ ଏବଂ ପ୍ରଭାବ ବିଷୟରେ ସଚେତନତା ମାଧ୍ୟମରେ ସମାଜର ସ୍ୱାସ୍ଥ୍ୟ ତଥା ଉନ୍ନତି ପାଇଁ ଏହି ସମ୍ମିଳନୀ ସହାୟକ ହେବ ବୋଲି ମତପ୍ରକାଶ ପାଇଥିଲା। ଗୃହ ବିଜ୍ଞାନ ବିଭାଗୀୟ ମୁଖ୍ୟ ସଙ୍ଗୀତା ସିଂଙ୍କ ସମେତ ସମସ୍ତ ଶିକ୍ଷୟତ୍ରୀ ଏବଂ ଛାତ୍ରୀମାନେ ଉପସ୍ଥିତ ରହିଥିଲେ।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories