www.samajalive.in
Monday, December 8, 2025
27.1 C
Bhubaneswar

ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ସ୍ତନ୍ୟପାନ ମାଧ୍ୟମରେ ପୋଷଣ ଶୀର୍ଷକ ସମ୍ମିଳନୀ

ବୁର୍ଲା: ସମ୍ୱଲପୁର ବିଶ୍ଵବିଦ୍ୟାଳୟର ସ୍ନାତକୋତ୍ତର ଗୃହ ବିଜ୍ଞାନ ବିଭାଗ ଆନୁକୁଲ୍ୟରେ ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳନ ଅବସରରେ ଆଜି ସ୍ତନ୍ୟପାନ ମାଧ୍ୟମରେ ପୁଷ୍ଟିକର ଖାଦ୍ୟ ପ୍ରସଙ୍ଗରେ ଏକ ସମ୍ମିଳନୀ ଆୟୋଜନ ହୋଇଯାଇଛି। ଏଥିରେ ବୁର୍ଲା ଭିମସାର ପୁଷ୍ଟିକର ପରାମର୍ଶଦାତା ବିଶେଷଜ୍ଞ ଏନଆରସି ଜୟଶ୍ରୀ ସାହୁ ସ୍ତନ୍ୟପାନର ବିଭିନ୍ନ ଦିଗ ଏବଂ ପୁଷ୍ଟିହୀନତା ସହିତ ଏହାର ସମ୍ପର୍କ ଉପରେ ଏକ ବିସ୍ତୃତ ଭାବରେ ଆଲୋଚନା କରିଥିଲେ। କ୍ଷୁଧା ଦୂର କରିବା ସ୍ତନ୍ୟପାନର ମହତ୍ତ୍ଵ ଏବଂ ପ୍ରଭାବ ବିଷୟରେ ସଚେତନତା ମାଧ୍ୟମରେ ସମାଜର ସ୍ୱାସ୍ଥ୍ୟ ତଥା ଉନ୍ନତି ପାଇଁ ଏହି ସମ୍ମିଳନୀ ସହାୟକ ହେବ ବୋଲି ମତପ୍ରକାଶ ପାଇଥିଲା। ଗୃହ ବିଜ୍ଞାନ ବିଭାଗୀୟ ମୁଖ୍ୟ ସଙ୍ଗୀତା ସିଂଙ୍କ ସମେତ ସମସ୍ତ ଶିକ୍ଷୟତ୍ରୀ ଏବଂ ଛାତ୍ରୀମାନେ ଉପସ୍ଥିତ ରହିଥିଲେ।

Hot this week

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ଏମଭି-୨୬ ଗାଁରେ ପୁଲିସ ଛାଉଣୀ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

Related Articles

Popular Categories