ସମ୍ପୂର୍ଣ୍ଣ ହେବ ରେଙ୍ଗାଲି ବାମପାର୍ଶ୍ବ କେନାଲ, ୨୯୭.୧୩ କୋଟିର ପ୍ରକଳ୍ପ ମଞ୍ଜୁର

ଭୁବନେଶ୍ବର: ରେଙ୍ଗାଲି ବାମ ପାର୍ଶ୍ୱ କେନାଲ ୧୦୦.୪୯୦ କି.ମି ଠାରୁ ୧୦୭.୫୦୦ କି.ମି ପର୍ଯ୍ୟନ୍ତ ଏବଂ ଏହାର ସମସ୍ତ ଷ୍ଟ୍ରକଚର ନିର୍ମାଣ ପାଇଁ ଓଡ଼ିଶା କ୍ୟାବିନେଟ ବୈଠକରେ ୨୯୭.୧୩ କୋଟିର ପ୍ରକଳ୍ପ ମଞ୍ଜୁର ହୋଇଛି। ଏହା ଯାଜପୁର ଓ କେନ୍ଦୁଝରର ୧୯,୮୩୫ ହେକ୍ଟର ଚାଷ ଜମି ଜଳସେଚିତ କରିବା ସହ ଲୋକଙ୍କ ସାମାଜିକ ଓ ଅର୍ଥନୈତିକ ବିକାଶରେ ବିଶେଷ ସହାୟକ ହେବ। ୩୬ ମାସ ମଧ୍ୟରେ ଏହି ପ୍ରକଳ୍ପ କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି।

kalyan agarbati

Comments are closed.