www.samajalive.in
Friday, December 12, 2025
19.1 C
Bhubaneswar

ପରକୀୟା ପ୍ରୀତିର ପରିଣତି, ଦ୍ଵିତୀୟ ସ୍ୱାମୀକୁ ହତ୍ୟା ଅଭିଯୋଗରେ ସ୍ତ୍ରୀ ଓ ପ୍ରଥମ ସ୍ୱାମୀ ଗିରଫ

ଡେସ୍କ: ବାଲେଶ୍ୱର ଜିଲ୍ଲାରେ ଜଣେ ୩୦ ବର୍ଷ ବୟସ୍କ ବ୍ୟକ୍ତିଙ୍କୁ ହତ୍ୟା ଅଭିଯୋଗରେ ମୃତକଙ୍କ ସ୍ତ୍ରୀ ସୁମିତ୍ରା ନାୟକ ଓ ତାଙ୍କ ପ୍ରଥମ ସ୍ୱାମୀ ଫକୀର ନାୟକଙ୍କୁ ପୁଲିସ ଗିରଫ କରିଛି। ଗତ ସପ୍ତାହରେ ଏକ ମୁଣ୍ଡ ବିହୀନ ମୃତଦେହ ମିଳିଥିଲା ଓ ପରେ ତାଙ୍କୁ ହତ୍ୟା କରାଯାଇଥିବା ଜଣାପଡିଥିଲା। ମୃତକ ଜଣକ ଶ୍ରୀଧର ଦଳବେହେରା ବୋଲି ଜଣାପଡିଛି।

ନଭେମ୍ବର ୧୨ରେ ବାଲେଶ୍ୱର ସହର ନିକଟ ଖାନନଗର ଶବଦାହ ଗୃହ ନିକଟରୁ ଶ୍ରୀଧରଙ୍କ ମୁଣ୍ଡ ବିହୀନ ମୃତଦେହ ମିଳିଥିଲା। ସେଠାରୁ ୯୦ କିଲୋମିଟର ଦୂର ଛତାବର ନିକଟରୁ ପୁଲିସ କଟା ମୁଣ୍ଡ ପାଇଥିଲା। ସୂଚନା ଅନୁଯାୟୀ, ଉଭୟ ସ୍ୱାମୀ-ସ୍ତ୍ରୀ ଓ ମୃତକ ନୟାଗଡ଼ ଜିଲ୍ଲାର ବାସିନ୍ଦା ହୋଇଥିବା ବେଳେ ବସୁଧା ପ୍ରକଳ୍ପ ନିର୍ମାଣ ନିର୍ମାଣ କାର୍ଯ୍ୟରେ ନିୟୋଜିତ ଥିଲେ। ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି ଯେ କିଛି ବିବାଦକୁ ନେଇ ଶ୍ରୀଧରଙ୍କୁ ହତ୍ୟା କରାଯାଇଥିଲା।

- Advertisement -

ସୂଚନା ଅନୁଯାୟୀ, ସୁମିତ୍ରା ଓ ଫକୀର ବିବାହିତ ହୋଇଥିଲେ ମଧ୍ୟ ଶ୍ରୀଧରଙ୍କ ସହ ସୁମିତ୍ରାଙ୍କ ପ୍ରେମ ସମ୍ପର୍କ ବୃଦ୍ଧି ପାଇଥିଲା ଓ ଶେଷରେ ଉଭୟ ଏକାଠି ରହିଥିଲେ। ଫଳରେ ପ୍ରଥମ ସ୍ୱାମୀ ଫକୀର ନିଜ ଗାଁକୁ ପଳେଇ ଯାଇଥିଲେ। ନଭେମ୍ବର ୫ରେ ଶ୍ରୀଧର ସୁମିତ୍ରାଙ୍କୁ କୌଣସି କାରଣକୁ ନେଇ ପ୍ରବଳ ମାଡ଼ ମାରିଥିଲେ। ତା ପରଦିନ, ଶ୍ରୀଧର ସୋଇଥିବା ଅବସ୍ଥାରେ ସୁମିତ୍ରା ଏକ କୁରାଢ଼ୀ ସାହାଯ୍ୟରେ ତାଙ୍କ ମୁଣ୍ଡ ଗଣ୍ଡି ଅଲଗା କରିଦେଇଥିଲେ। ପରେ ସେ ପ୍ରଥମ ସ୍ୱାମୀ ଫକୀରଙ୍କ ସହାୟତାରେ ମୃତଦେହକୁ ଫୋପାଡ଼ି ଦେଇଥିଲେ।

Hot this week

୫୦ ବର୍ଷ ପରେ ବଡ ପରଦାକୁ ଆସିଲା ‘ସୋଲେ’

ଭୁବନେଶ୍ୱର:୫୦ ବର୍ଷ ପରେ ବଡ ପରଦାକୁ ଆସିଲା 'ସୋଲେ' ।ସିଲଭର ସ୍କ୍ରିନରେ...

ଦାମୀ କାର୍‌ରେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚୋରା ଚାଲାଣ- ଧରି ପକାଇଲେ ଗାଁ ଲୋକ

ଗୁରୁଡ଼ିଝାଟିଆ - ମଧ୍ୟାହ୍ନ ଭୋଜନ ଚାଉଳ ଚୋରା ଚାଲାଣ ବେଳେ ଧରିଲେ...

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

Related Articles

Popular Categories