www.samajalive.in
Saturday, December 13, 2025
14.1 C
Bhubaneswar

ରଣଜୀ ଟ୍ରଫି : ଜମ୍ମୁକାଶ୍ମୀର ବିପକ୍ଷରେ ଓଡ଼ିଶା ୮ ୱିକେଟରେ ବିଜୟୀ

କଟକ : ରଣଜୀ ଟ୍ରଫିରେ ଓଡ଼ିଶା, ଜମ୍ମୁକାଶ୍ମୀର ବିପକ୍ଷରେ ୮ ୱିକେଟରେ ଓଡ଼ିଶା ବିଜୟୀ ହୋଇଛି । ମଙ୍ଗଳବାର ମ୍ୟାଚ୍‌ର ଶେଷ ଦିନରେ ଓଡ଼ିଶା ଲଢୁଆ ବ୍ୟାଟିଂ କରି ଏହି ବିଜୟ ହାସଲ କରିଛି।

ଜମ୍ମୁର ଗାନ୍ଧୀ ମେମୋରିଆଲ ସାଇନ୍‌ସ କଲେଜ୍‌ ଗ୍ରାଉଣ୍ଡରେ ଚାଲିଥିବା ରଣଜୀ ଟ୍ରଫି ଏଲିଟ୍ ଗ୍ରୁପ୍ ‘ସି’ ମୁକାବିଲାରେ ଓଡ଼ିଶା ପ୍ରଥମ ଇନିଂସରେ ୧୯୬ ରନ୍ ଆଗରେ ରହି ମ୍ୟାଚ୍‌କୁ ନିଜ ନିୟନ୍ତ୍ରଣକୁ ନେଇ ପାରିଥିଲା। ତେବେ ୨ୟ ଇନିଂସରେ ଜମ୍ମୁକାଶ୍ମୀର ଉନ୍ନତ ବ୍ୟାଟିଂ କରି ପରଭେଜ୍ ରସୁଲଙ୍କ ଅପରାଜିତ ଶତକ ସହିତ ୩୯୧ ରନ ସଂଗ୍ରହ କରିଥିଳା। ପରେ ଓଡ଼ିଶା ୧୯୬ ରନର ବିଜୟ ଲକ୍ଷ୍ୟକୁ ୨ୱିକେଟ ହରାଇ ହାସଲ କରିନେଇଥିଲା।

- Advertisement -

ସୋମବାର ୩ୟ ଦିନ ଶେଷସୁଦ୍ଧା ଜମ୍ମୁକାଶ୍ମୀର ୨ୟ ଇନିଂସରେ ୭ ୱିକେଟ ହରାଇ ୨୭୨ ରନ୍ କରିପାରିଛି। ହାତରେ ଶେଷ ୩ଟି ୱିକେଟ ବାକିଥାଇ ଜମ୍ମୁକାଶ୍ମୀର ଏବେ ମାତ୍ର ୭୬ ରନ୍ ଆଗରେ ରହିଥିଲା। ମଙ୍ଗଳବାର ଜମ୍ମୁକାଶ୍ମୀର ୨ୟ ଇନିଂସରେ ୩୯୧ ସଂଗ୍ରହ କରି ମୋଟ୍ ୧୯୫ ରନର ଅଗ୍ରଣୀ ଲାଭ କରିଥିଲା। ୧୯୬ ରନର ବିଜୟ ଲକ୍ଷ୍ୟକୁ ପିଛା କରି ଓଡ଼ିଶା ୨ୱିକେଟ ହରାଇ ୧୯୭ ରନ କରି ବିଜୟ ହାସଲ କରିଥିଲା।

ଦଳ ପକ୍ଷରୁ ଶାନ୍ତନୁ ମିଶ୍ର ୭୮ ଓ ଶୁଭ୍ରାଂଶୁ ସେନାପତି ଅପରାଜିତ ରହି ୭୨ ରନ ସଂଗ୍ରହ କରି ଓଡ଼ିଶାର ବିଜୟ ପଥରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ପ୍ରଥମ ଇନିଂସରେ ଅପରାଜିତ ୧୧୬ ରନ୍ କରିଥିବା ଅଭିଶେକ ରାଉତ ମ୍ୟାନ ଅଫ ଦ ମ୍ୟାଚ ବିବେଚିତ ହୋଇଛନ୍ତି। ଏହି ବିଜୟରୁ ଓଡ଼ିଶା ୬ ପଏଣ୍ଟ ପାଇଛି।

 

Hot this week

ଶନିବାର ରାଶିଫଳ: ଈପ୍‌ସିତ ଅର୍ଥ ପ୍ରାପ୍ତିର ସୂଚନା

ମେଷ: ଧୈର୍ଯ୍ୟ ଓ ସାହସ ସଞ୍ଚୟ କରି ଆଶୁ ବିପଦର ମୁକାବିଲା କରିପାରନ୍ତି।...

ସାବଧାନ, ଅଣ୍ଡା ଖାଇଲେ ହେଉଛି କ୍ୟାନସର!

ଶୀତ ଋତୁରେ ଅଧିକାଂଶ ଲୋକ ଅଣ୍ଡା ଖାଆନ୍ତି। ଅଣ୍ଡାରେ ପ୍ରୋଟିନ୍, କ୍ୟାଲସିୟମ୍...

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

Related Articles

Popular Categories