www.samajalive.in
Sunday, December 14, 2025
26.1 C
Bhubaneswar

ମହିଳା ରଗ୍‌ବୀରେ ଓଡ଼ିଶାକୁ ପ୍ରଥମ ସ୍ବର୍ଣ୍ଣ

କଟକ  : ଗୁଜୁରାଟରେ ଚାଲିଥିବା ୩୬ତମ ଜାତୀୟ କ୍ରୀଡାରେ ଓଡ଼ିଶା ପାଇଁ ପ୍ରଥମ ସ୍ବର୍ଣ୍ଣ ପଦକ ଜିତିଛନ୍ତି ମହିଳା ରଗ୍‌ବୀ ଦଳ। ଶୁକ୍ରବାର ଖେଳାଯାଇଥିବା ଫାଇନାଲ ମ୍ୟାଚରେ ଓଡ଼ିଶା ମହିଳା ରଗ୍‌ବୀ ଦଳ ୨୨-୦ରେ ମହାରାଷ୍ଟ୍ରକୁ ପରାସ୍ତ କରି ଚମ୍ପିଆନ ହୋଇଛି। ଫାଇନାଲରେ ହୁପି ମାଝି, ମଞ୍ଜୁ, ସଂଯୁକ୍ତା, ନିମାଲ୍ୟା ପ୍ରତ୍ୟେକ ୫ ପଏଣ୍ଟ ଲେଖାଏଁ ସ୍କୋର ଓ ପାର୍ବତୀ ହଁାସଦା ୨ ପଏଣ୍ଟ ସ୍କୋର କରିିଥିଲେ।ପୂର୍ବରୁ ଓଡ଼ିଶା କ୍ବାର୍ଟର ଫାଇନାଲରେ ୭୪-୦ରେ ଗୁଜୁରାଟକୁ ଓ ସେମିଫାଇନାଲରେ ଓଡ଼ିଶା ୧୨-୧୦ ପଏଣ୍ଟରେ ବିହାରକୁ ପରାସ୍ତ କରି ଫାଇନାଲରେ ପହଞ୍ଚିଥିଲା। ଓଡ଼ିଶା ରଗ୍‌ବୀ ଦଳ ପକ୍ଷରୁ ଭାଗ୍ୟଲକ୍ଷ୍ମୀ ବାରିକ, ରଜନୀ ସାବରା, ମଞ୍ଜୁଲତା ପ୍ରଧାନ,ହୁପି ମାଝି, ତିଳୋତ୍ତମା ସାହୁ, ପାର୍ବତୀ କିସ୍‌କୁ, ଡୁମୁନି ମାରାଣ୍ଡି, ସଞ୍ଜୁକ୍ତା ମୁଣ୍ଡା, ଶୁଭଲକ୍ଷ୍ମୀ ବାରିକ, ପାର୍ବତୀ ହଁାସଦା,ତାରୁଲତା ନାୟକ, ନିର୍ମାଲ୍ୟ ରାଉତ ରହିଥିବାବେଳେ ମାନସ କୁମାର ଜେନା ପ୍ରଶିକ୍ଷକ, ଉପେନ୍ଦ୍ର କୁମାର ମହାନ୍ତି ମ୍ୟାନେଜର ଓ ସୌମ୍ୟଶ୍ରୀ ମିଶ୍ର ଫିଜିଓ ଦାୟିତ୍ବ ତୁଲାଇଥିଲେ।

Hot this week

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

Related Articles

Popular Categories