ଡେସ୍କ: ସକ୍ରିୟ ଘୁର୍ଣ୍ଣିବଳୟ ପ୍ରଭାବରେ ଦ୍ୱୈତ-ସହର କଟକ ଏବଂ ଭୁବନେଶ୍ୱରରେ ପ୍ରବଳ ବର୍ଷା ଲାଗି ରହିଛି। ଘଣ୍ଟା ପ୍ରତି ବର୍ଷାର ତୀବ୍ରତା ୨ରୁ ୩ ସେ.ମି. ଯାଏଁ ରହୁଛି। ଦକ୍ଷିଣ ଉପକୂଳ ସମେତ ପାର୍ଶ୍ଵବର୍ତ୍ତୀ ଜିଲ୍ଲା ଗୁଡିକରେ ବର୍ଷା ଜାରି ରହିଛି। ଦକ୍ଷିଣ ଉପକୂଳ ସମେତ, କୋରାପୁଟ, ରାୟଗଡ଼ା, ଜଗତସିଂହପୁର, କେନ୍ଦ୍ରାପଡ଼ା, କଟକ, କନ୍ଧମାଳ ଜିଲ୍ଲାରେ ବର୍ଷା ଲାଗିରହିଛି। ଉପକୂଳରେ ମେଘୁଆ ପାଗ ସହ କିଛି ଅଂଚଳରେ ହାଲୁକା ବର୍ଷା ଲାଗି ରହିଛି।
ଅନ୍ୟପକ୍ଷରେ ଗତ ୨୪ ଘଣ୍ଟା ମଧ୍ୟରେ କୋରାପୁଟ ଜିଲ୍ଲା ପଟାଙ୍ଗିରେ ସର୍ବାଧିକ ୭୪.୦ ମି.ମି. ବର୍ଷା ରେକର୍ଡ଼ କରାଯାଇଛି। ସେହିପରି ମୟୂରଭଞ୍ଜ ଜିଲ୍ଲାର କପ୍ତିପଦାରେ ୬୮.୦, ବାଲେଶ୍ୱର ଜିଲ୍ଲାର ଜଳେଶ୍ୱରରେ ୬୨.୦, ବାଲେଶ୍ୱର ଜିଲ୍ଲାର ରାଜଘାଟରେ ୬୨.୦, ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁରରେ ୬୧.୦, ଗଞ୍ଜାମ ଜିଲ୍ଲାର ପାତ୍ରପୁରରେ ୫୬.୪, ଭଦ୍ରକ ଜିଲ୍ଲାର ଭଦ୍ରକରେ ୫୫.୦, ବାଲେଶ୍ୱର ଜିଲ୍ଲାର ବାଲେଶ୍ୱରରେ ୫୩.୬, କଟକ ଜିଲ୍ଲାର ନରସିଂହପୁରରେ ୫୧.୦ ଏବଂ କୋରାପୁଟ ଜିଲ୍ଲାର ବନ୍ଧୁଗାଁରେ ୪୮.୦ ମି.ମି. ବର୍ଷା ରେକର୍ଡ଼ କରାଯାଇଛି। ଆଜି ଦିନର ସର୍ବୋଚ୍ଚ ତାପମାତ୍ରା ଜଗତସିଂହପୁରରେ ୩୩.୩ ଡ଼ିଗ୍ରୀ ସେଲସିୟସ୍ ରହିଥିବା ବେଳେ ସର୍ବନିମ୍ନ ତାପମାତ୍ରା ନୟାଗଡ଼଼ ଓ ବୌଦ୍ଧରେ ୧୮.୦ ଡ଼ିଗ୍ରୀ ସେଲସିୟସ୍ ରେକର୍ଡ଼ କରାଯାଇଛି।
ଘୁର୍ଣ୍ଣିବଳୟ ପ୍ରଭାବରେ ଉପକୂଳ ଜିଲ୍ଲା ଗୁଡିକରେ ପ୍ରବଳ ବର୍ଷା
Popular Categories



