ଘୂର୍ଣ୍ଣିବଳୟ ସମ୍ଭାବନା, ଅକ୍ଟୋବର ୧ରୁ ବଢ଼ିବ ବର୍ଷା

ଡେସ୍କ: ଅକ୍ଟୋବର ୧ ବେଳକୁ ଉତ୍ତର-ପୂର୍ବ ଓ ତତସଂଲଗ୍ନ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଅଂଚଳକୁ ଏକ ଘୂର୍ଣ୍ଣିବଳୟ ପ୍ରବେଶ କରିବାର ସମ୍ଭାବନା ରହିଥିବାରୁ ଏହାର ପ୍ରଭାବରେ ଅକ୍ଟୋବର ୧ରୁ ରାଜ୍ୟରେ ବର୍ଷା ପରିମାଣ ବୃଦ୍ଧି ପାଇପ ସମ୍ଭାବନା ରହିଛି। ଆସନ୍ତାକାଲି ଓ ୨୯ ତାରିଖରେ କେତେକ ଜିଲ୍ଲାରେ ଘଡ଼ଘଡ଼ି ସହିତ ପ୍ରବଳ ବର୍ଷା ସମ୍ଭାବନା ପାଇଁ ଭୁବନେଶ୍ୱର ଆଂଚଳିକ ପାଣିପାଗ କେନ୍ଦ୍ର ଚେତାବନୀ ଜାରି କରିଛି।

ଅନ୍ୟପକ୍ଷରେ, ଗତ ୨୪ ଘଣ୍ଟା ମଧ୍ୟରେ ମାଲକାନଗିରି ଜିଲ୍ଲା ମାଥିଲିରେ ସର୍ବାଧିକ ୬୪.୦ ମି.ମି. ବର୍ଷ ରେକର୍ଡ କରାଯାଇଛି।ସେହିପରି ଗଜପତି ନୂଆଗଡ଼଼ରେ ୫୮.୦ ମି.ମି, ଗଞ୍ଜାମ ପୋଲସରାରେ ୫୨.୬, ନବରଙ୍ଗପୁର କୋଷାଗୁମୁଡ଼ାରେ ୪୩.୬, ବରଗଡ଼଼ ଅମ୍ବାଭୋନାରେ ୩୫.୦, କଳାହାଣ୍ଡି ନର୍ଲାରେ ୩୪.୦, ମାଲକାନଗିରି ପଡ଼ିଆରେ ୩୩.୩, କୋରାପୁଟ ବୋରିଗୁମ୍ମାରେ ୩୦.୮, ସୁନ୍ଦରଗଡ଼଼ ଟେନସାରେ ୨୪.୬ ଓ ବାଲିଶଙ୍କରାରେ ୨୩.୮ ଏବଂ ଗଜପତି ଜିଲ୍ଲା ଗୁମ୍ମାରେ ୨୦.୦ ମି.ମି. ବର୍ଷା ରେକର୍ଡ଼ କରାଯାଇଛି।

ଆଜି ଦିନର ସର୍ବୋଚ୍ଚ ତାପମାତ୍ରା ମାଲକାନଗିରିରେ ୩୬.୫ ଡ଼ିଗ୍ରୀ ସେଲସିୟସ୍‍ ରହିଥିବା ବେଳେ ସର୍ବନିମ୍ନ ତାପମାତ୍ରା ନୟାଗଡ଼଼ ଓ ବୌଦ୍ଧରେ ୨୦.୦ ଡ଼ିଗ୍ରୀ ସେଲସିୟସ୍‍ ରେକର୍ଡ଼ କରାଯାଇଛି।

Comments are closed.