ଭୁବନେଶ୍ୱର: ଓଡ଼ିଶାର ଷ୍ଟାର୍ଟଅପ୍ ଆଇଜି ଡ୍ରୋନ୍ସ ନିକଟରେ ହୋଇଥିବା ଅପରେସନ୍ ସିନ୍ଦୁରରେ ଏକ ରଣନୀତିକ ସହଯୋଗୀ ଭାବେ ଉଭା ହୋଇଥିଲା । ଏହି ଟେକ୍ନୋଲୋଜି ନିୟନ୍ତ୍ରଣ ରେଖା ଏବଂ ବାହାରେ ଶତ୍ରୁମାନଙ୍କ ବିରୁଦ୍ଧରେ ଭାରତର ସୀମା ସୁରକ୍ଷା ଅଭିଯାନକୁ ସମର୍ଥନ କରୁଛି । କମ୍ପାନୀର ଉଚ୍ଚ-କ୍ଷମତା ସମ୍ପନ୍ନ ମାନବବିହୀନ ଡ୍ରୋନ ଭାରତୀୟ ସେନା ଦ୍ୱାରା କୌଶଳଗତ ନିରୀକ୍ଷଣ, ଭୂଖଣ୍ଡ ମାନଚିତ୍ର ଏବଂ ସଠିକ୍ ଆକ୍ରମଣ ସମର୍ଥନ ଭୂମିକାରେ ନିୟୋଜିତ ହୋଇଛି ।
୨୦୧୮ରେ ପ୍ରତିଷ୍ଠିତ ଆଇଜି ଡ୍ରୋନ୍ସ ଉଚ୍ଚ-ଉଚ୍ଚତା, ଦୁର୍ଗମ ଭୂଖଣ୍ଡ ଏବଂ ଆହ୍ୱାନପୂର୍ଣ୍ଣ ବାୟୁସୀମା କାର୍ଯ୍ୟକ୍ରମ ପାଇଁ ବିଶେଷ ଭାବେ ପ୍ରସ୍ତୁତ କରାଯାଇଥିବା ଅତ୍ୟାଧୁନିକ ଫାର୍ଷ୍ଟ-ପର୍ସନ୍-ଭ୍ୟୁ (ଏଫପିଭି) ଡ୍ରୋନ୍ସର ଏକ ପୋର୍ଟଫୋଲିଓ ତିଆରି କରିଛି, ଯାହା ସମ୍ପୂର୍ଣ୍ଣ ରୂପେ ଚାଇନା ଉତ୍ପାଦ ମୁକ୍ତ ଅଟେ । ଅପରେସନ୍ ସିନ୍ଦୁର ସମୟରେ ଏହା ପାକିସ୍ତାନ ଅଧିକୃତ କାଶ୍ମୀର ଏବଂ ସଂଲଗ୍ନ ସୀମା ଅଂଚଳମାନଙ୍କରେ ଏକାଧିକ ଆତଙ୍କବାଦୀ ଭିତିଭୂମି ସ୍ଥାନକୁ ଟାର୍ଗେଟ କରିଥିଲା । ଆଇଜି ଡ୍ରୋନ୍ସର ପ୍ଲାଟଫର୍ମଗୁଡ଼ିକ ବାସ୍ତବ ସମୟ ଗୁଇନ୍ଦା ତଥ୍ୟ ସଂଗ୍ରହ, ଦୁର୍ଗମ ଭୂଖଣ୍ଡରେ ଏରିଅଲ ନିରୀକ୍ଷଣ ଏବଂ ଦ୍ରୁତ ଆକ୍ରମଣ ସହଯୋଗ ପାଇଁ ବ୍ୟବହୃତ ହୋଇଥିଲା ।
ଆଇଜି ଡ୍ରୋନ୍ସ ଭାରତୀୟ ସେନା ସହିତ ଉନ୍ନତ ଏଫପିଭି ଡ୍ରୋନ୍ ସିଷ୍ଟମ୍ ଯୋଗାଣ ପାଇଁ ଏକ ବଡ଼ ଚୁକ୍ତି ହାସଲ କରିଛି, ଯାହା ଭାରତର “ମେକ ଇନ ଇଣ୍ଡିଆ” ଏବଂ “ଆତ୍ମନିର୍ଭର ଭାରତ” ପ୍ରତିରକ୍ଷା ପ୍ରଯୁକ୍ତି ଉନ୍ନୟନରେ ଏକ ମାଇଲଷ୍ଟୋନ୍ ଚିହ୍ନିତ କରୁଛି । ଅପରେସନ୍ ସିନ୍ଦୂର ସମୟରେ ନିୟୋଜିତ ହେବା ଏହା ଦର୍ଶାଉଛି ଯେ ଭାରତ ଏବେ ପାରମ୍ପରିକ ସୀମା ବାହାରେ ଘରୋଇ ଭାବରେ ବିକଶିତ ମାନବହୀନ ପ୍ରଣାଳୀ ଉପରେ ନିର୍ଭର କରୁଛି, ଯାହା ବିଦେଶୀ ଡ୍ରୋନ୍ ଉପରେ ନିର୍ଭରଶୀଳତା ହ୍ରାସ କରୁଛି । ଆଇଜି ଡ୍ରୋନ୍ସ ଭଳି ସ୍ୱଦେଶୀ ଡ୍ରୋନ୍ ଶିଳ୍ପ ଏବେ ସୀମା ସୁରକ୍ଷା କାର୍ଯ୍ୟରେ ସିଧାସଳଖ ଭୂମିକା ଗ୍ରହଣ କରୁଛି – କେବଳ ନିରୀକ୍ଷଣ କିମ୍ବା ଭିତିଭୂମି ଯାଂଚରେ ନୁହେଁ, ବରଂ ସକ୍ରିୟ କାର୍ଯ୍ୟକ୍ଷମ ପ୍ରସଙ୍ଗରେ ମଧ୍ୟ ଯାହାର ବାସ୍ତବ କୌଶଳଗତ ପ୍ରଭାବ ରହିଛି ।
ଆଇଜି ଡ୍ରୋନ୍ସ ଭଳି ଘରୋଇ ଉଦ୍ଭାବକ ଦ୍ୱାରା ବିକଶିତ ଉନ୍ନତ ଡ୍ରୋନ୍ ସିଷ୍ଟମର ନିୟୋଜନ ଭାରତର ସୀମା-ସୁରକ୍ଷା ସ୍ଥାପତ୍ୟର ପ୍ରକୃତିରେ ଏକ ପରିବର୍ତନର ସଙ୍କେତ ଦେଉଛି । କେବଳ ପାରମ୍ପରିକ ମାନବଯୁକ୍ତ ପାଟ୍ରୋଲ୍, ସ୍ଥିର-ଉଇଙ୍ଗ ବିମାନ ଏବଂ ଆମଦାନୀ ହୋଇଥିବା ମାନବହୀନ ସିଷ୍ଟମ ଉପରେ ନିର୍ଭର କରିବା ପରିବର୍ତେ, ଭାରତୀୟ ସେନା ଏବେ ଆହ୍ୱାନପୂର୍ଣ୍ଣ ଭୂଭାଗ, ଉଚ୍ଚ ଉଚ୍ଚତା ଏବଂ ୨୪ଘଂଟିଆ କାର୍ଯ୍ୟ ପାଇଁ ପ୍ରସ୍ତୁତ ଦ୍ରୁତ, ମଡ୍ୟୁଲାର୍ ଡ୍ରୋନ୍ ପ୍ଲାଟଫର୍ମ ବ୍ୟବହାର କରୁଛନ୍ତି ।



