www.samajalive.in
Saturday, December 13, 2025
17.1 C
Bhubaneswar

ତୁଟିଲା ଆଶା, ଦିଲ୍ଲୀରେ ଗଡ଼ିବନି ଓଡ଼ିଶା ପ୍ରଜ୍ଞାପନ ମେଢ଼

ଭୁବନେଶ୍ୱର : ତୁଟିଲା ଆଶା। ନୂଆଦିଲ୍ଲୀରେ ଏଥର ଗଡ଼ିବନି ଓଡ଼ିଶାର ପ୍ରଜ୍ଞାପନ ମେଢ଼। ୨୦୨୧ ସାଧାରଣତନ୍ତ୍ର ଦିବସ କାର୍ଯ୍ୟକ୍ରମରୁ ବାଦ୍‌ ପଡ଼ିଛି ଓଡ଼ିଶା। ବିଜ୍ଞପ୍ତି ବାହାରିବା ପରେ ଏ ବିଷୟରେ ସ୍ପଷ୍ଟ ହୋଇଛି। ତେବେ ପ୍ରଜ୍ଞାପନ ମେଢ଼ ନେଇ ୨୦ଟି ରାଜ୍ୟ ୪ର୍ଥ ପର୍ଯ୍ୟାୟ ବୈଠକ ପାଇଁ ମନୋନୀତ ହୋଇଛନ୍ତି।

ଆସନ୍ତା ୧୬ ତାରିଖରେ ବୈଠକ ଥିବାବେଳେ ମନୋନୀତ ହୋଇଥିବା ରାଜ୍ୟର ସଦସ୍ୟ ସେମାନଙ୍କ ଡିଜାଇନ୍‌ ଦେଖାଇବେ। ଏହାଛଡ଼ା ସାଂସ୍କୃତିକ ଦଳ ଏବଂ ସେମାନେ ପରିବେଷଣ କରିବାକୁ ଥିବା ନୃତ୍ୟସଙ୍ଗୀତ ବିଷୟରେ ମଧ୍ୟ ଆଲୋଚନା କରାଯିବ। ସୂଚନା ଅନୁସାରେ ଆସନ୍ତା ସାଧାରଣତନ୍ତ୍ର ଦିବସ ପାଇଁ ଓଡ଼ିଶାରୁ ୪ଟି ସଂସ୍ଥା ପକ୍ଷରୁ ୮ଟି ଡିଜାଇନ୍‌ ଦିଆଯାଇଥିଲା। ଯେଉଁଥିରେ କମିଟି ଦୁଇଟି ଡିଜାଇନ୍‌କୁ ମନୋନୀତ କରିଥିଲେ। ତୃତୀୟ ବୈଠକରେ ଶ୍ରୀଜଗନ୍ନାଥଙ୍କ ନାଗାର୍ଜୁନ ବେଶ ଏବଂ ବୌଦ୍ଧ ଐତିହ୍ୟ ସ୍ଥାନ ପାଇଥିଲା। କମିଟି ସଦସ୍ୟ ଏଥିରେ ଅନେକ ପରିବର୍ତ୍ତନ ପାଇଁ କହିଥିଲେ ମଧ୍ୟ ପରବର୍ତ୍ତୀ ପର୍ଯ୍ୟାୟରେ ସବୁଜ ସଂକେତ ଦେଇନଥିଲେ କିମ୍ବା ତାଲିକା ମଧ୍ୟ ପ୍ରକାଶ ପାଇନଥିଲା। ଯାହାକୁ ନେଇ ସେହି ସମୟରୁ ଆଶଙ୍କା ଉପୁଜିଥିଲା। ଅନଭିଜ୍ଞତା ଓ ଇଚ୍ଛାଶକ୍ତି ଅଭାବ ଯୋଗୁଁ ଏଭଳି ହୋଇଥିବା କିଛି ବରିଷ୍ଠ କଳାକାର ମତ ଦେଇଛନ୍ତି।

- Advertisement -

ଅନ୍ୟପକ୍ଷରେ ୨୦୨୦ ସାଧାରଣତନ୍ତ୍ର ଦିବସରେ ଶ୍ରୀଲିଙ୍ଗରାଜ ଓ ରୁକୁଣାରଥ ସ୍ଥାନ ପାଇଥିବାବେଳେ ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲା। ଏହାସହିତ ଯୋଗ ଦେଇଥିବା ସାଂସ୍କୃତିକ ଦଳ ନୃତ୍ୟସଙ୍ଗୀତ ପରିବେଷଣ କରି ପ୍ରଥମ ସ୍ଥାନ ହାସଲ କରିଥିଲେ।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories