www.samajalive.in
Thursday, December 11, 2025
27.1 C
Bhubaneswar

ଉଚ୍ଚଶିକ୍ଷା ବିଭାଗର ଅପାରଗତା ନେଇ ‘ଏଜି’ ଉଠାଇଲା ପ୍ରଶ୍ନ

ଭୁବନେଶ୍ୱର : ରାଜ୍ୟରେ ଉଚ୍ଚଶିକ୍ଷାକୁ ପ୍ରୋତ୍ସାହନ ଦେବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଷ୍ଟାଇପେଣ୍ଡ ରୁଲ୍-୧୯୫୪ ଅନୁଯାୟୀ ସରକାର ମେଧାବୀ ଛାତ୍ରଛାତ୍ରୀଙ୍କୁ ଋଣ ଯୋଗାଇ ଦେଉଛନ୍ତି। ମେଡିକାଲ, ଇଞ୍ଜିନିୟରିଂ, ଭେଟେନାରୀ ଭଳି ବହୁ ଉଚ୍ଚଶିକ୍ଷିତ ବର୍ଗର ଛାତ୍ରଛାତ୍ରୀମାନେ ଏହି ଋଣ ନେବା ପରେ ଶୁଝିବା କଥା ଭୁଲି ଯାଉଛନ୍ତି। ନିୟମ ଅନୁଯାୟୀ ସମ୍ପୃକ୍ତ ଛାତ୍ରଛାତ୍ରୀ ପାଠପଢ଼ା ଶେଷ କରିବାପରେ ସରକାରଙ୍କଠାରୁ ନେଇଥିବା ଋଣ ପରିଶୋଧ କରିବା କଥା। ଷ୍ଟାଇପେଣ୍ଡ ନେବାର ୬ବର୍ଷ ପରେ ଯଦି ମେଧାବୀମାନେ ଡାକ୍ତର କିମ୍ବା ଯନ୍ତ୍ରୀ ହୋଇଗଲେ ଏବଂ ଋଣ ପରିଶୋଧ ନକଲେ ତେବେ ସେମାନଙ୍କ ଉପରେ ଜୋରିମାନା ସହ ଅର୍ଥ ଲାଗୁ ହେବା କଥା। ହେଲେ ଇତିମଧ୍ୟରେ ୫ବର୍ଷ ବିତିଗଲାଣି, ୨୯୦୫ଜଣ ଛାତ୍ରଛାତ୍ରୀ ଡାକ୍ତର ଓ ଇଞ୍ଜିନିୟର ହେବା ପରେ ମଧ୍ୟ ସରକାରଙ୍କ ଷ୍ଟାଇପେଣ୍ଡ ଋଣ ଅର୍ଥ ପରିଶୋଧ କରୁ ନାହାନ୍ତି।

ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଯେଉଁଭଳି ପ୍ରକ୍ରିୟା ଗ୍ରହଣ କରାଯିବା କଥା ତାହା କରାଯାଉ ନାହିଁ। ନିୟମ ଅନୁଯାୟୀ ସମ୍ପୃକ୍ତ ଛାତ୍ରଛାତ୍ରୀଙ୍କୁ ନୋଟିସ ଜାରି କରାଯିବା ସହ ତାଙ୍କ ବିରୋଧରେ ସାର୍ଟିଫିକେଟ ମାମଲା ରୁଜୁ କରିବା ଆବଶ୍ୟକ, ତାହା ମଧ୍ୟ ବିଭାଗ କରୁ ନାହିଁ। ଉଚ୍ଚଶିକ୍ଷା ବିଭାଗର ଏଭଳି ଖାମଖିଆଲି ନୀତି ପାଇଁ ସରକାରଙ୍କ ୫.୮୮କୋଟି ଟଙ୍କା ୫ବର୍ଷ ହେଲାଣି ଉଚ୍ଚଶିକ୍ଷିତ ଚାକିରିଆଙ୍କ ଉପରେ ଗଡୁଛି ବୋଲି ମହାଲେଖାକାରଙ୍କ ପକ୍ଷରୁ ଦର୍ଶାଯାଇଛି। ଏନେଇ ସୋମବାର ଏଜିଙ୍କ ପକ୍ଷରୁ ସହ ସମୀକ୍ଷା ଅଧିକାରୀ ଉଚ୍ଚଶିକ୍ଷା ବିଭାଗ ସଚିବଙ୍କୁ ପତ୍ର ଲେଖି ଦର୍ଶ‌‌ାଯାଇଛି। ସେ କହିଛନ୍ତି ଯେ ମେଡିକାଲରେ ଉଚ୍ଚଶିକ୍ଷା ପାଇଁ ୯୧୩ ଜଣ ଛାତ୍ରଛାତ୍ରୀ ୫ବର୍ଷ ତଳେ ୫କୋଟି ୫୨ଲକ୍ଷ ଟଙ୍କାର ଋଣ ସରକାରଙ୍କଠାରୁ ନେଇଥିଲେ। ସେଥିମଧ୍ୟରେ ୮୭ଜଣ ଛାତ୍ରଛାତ୍ରୀ ଆଂଶିକ ପରିଶୋଧ କରିଛନ୍ତି। ୩୫୩ ଛାତ୍ରଛାତ୍ରୀ ୧କୋଟି ୯୩ଲକ୍ଷ ଟଙ୍କା ପରିଶୋଧ କରିଥିବାବେଳେ ଏବେ ୪୭୩ଜଣ ଛାତ୍ରଛାତ୍ରୀ ତଥା ଡାକ୍ତରଙ୍କ ଉପରେ ୩କୋଟି ୩୬ଲକ୍ଷ ଟଙ୍କା ଗଡୁଛି।

- Advertisement -

ସମ୍ପୃକ୍ତ ଛାତ୍ରଛାତ୍ରୀ ତଥା ଡାକ୍ତରଙ୍କ ବିରୋଧରେ ସାର୍ଟିଫିକେଟ ମାମଲା ରୁଜୁ କରିବା କଥା ହେଲେ ତାହା ଅଦ୍ୟାବଧି କରାଯାଇ ନାହିଁ। ସେହିପରି ଇଞ୍ଜିନିୟରିଂ ପଢ଼ିବାପାଇଁ ୧୩୪୧ ଛାତ୍ରଛାତ୍ରୀ ୪କୋଟି ୬୨ଲକ୍ଷ ଟଙ୍କାର ଋଣ ନେଇଥିଲେ। ଇତିମଧ୍ୟରେ ୧୫୧ ଯନ୍ତ୍ରୀ ଆଂଶିକ ଦେୟ ଦେଇଛନ୍ତି, ମାତ୍ର ୪୩୯ଜଣଙ୍କ ଉପରେ ଏବେ ୧.୭୭କୋଟି ଟଙ୍କାର ଷ୍ଟାଇପେଣ୍ଡ ଋଣ ଗଡ଼ୁଛି। ଏହାବାଦ୍ ଡିପ୍ଲୋମା ଲାଗି ୧୦୬ଜଣଙ୍କ ଉପରେ ୨୧.୨୮ଲକ୍ଷ ଟଙ୍କା ଗଡୁଥିବାବେଳେ, ଭେଟେରିନାରୀ ବର୍ଗର ୨୪ଜଣଙ୍କ ଉପରେ ୨୮.୧୭ଲକ୍ଷ, କୃଷିରେ ଉଚ୍ଚଶିକ୍ଷା ପାଇଁ ୩୪ଜଣଙ୍କ ଉପରେ ୧୪.୯୫ ଲକ୍ଷ, ମତ୍ସ୍ୟକ୍ଷେତ୍ରରେ ଉଚ୍ଚଶିକ୍ଷା ପାଇଁ ନେଇଥିବା ୧୪ଜଣଙ୍କ ଉପରେ ୪.୮୪ ଓ ଅନ୍ୟାନ୍ୟ କ୍ଷେତ୍ର ଲାଗି ୩୦ଜଣଙ୍କ ଉପରେ ୫.୫୨ଲକ୍ଷ ଟଙ୍କା ଗଡୁଛି। ଏନେଇ ବିଭାଗ ପକ୍ଷରୁ ଆସନ୍ତାକାଲି ସୁଦ୍ଧା କ’ଣ ସବୁ ପଦକ୍ଷେପ ଗ୍ରହଣ କରାଯାଇଛି ସେନେଇ ଅବଗତ କରାଇବାକୁ ସହ ସମୀକ୍ଷକ ପତ୍ରରେ ଉଲ୍ଲେଖ କରିଛନ୍ତି।

Hot this week

ଭାରତ ଉପରେ ୫୦% ଆମଦାନୀ ଶୁଳ୍କ ଲାଗୁ କଲା ମେକ୍ସିକୋ

ସମାଜଲାଇଭ ଡେସ୍କ: ଆମେରିକା ପରେ ଭାରତ ଉପରେ ୫୦% ପର୍ଯ୍ୟନ୍ତ ଶୁଳ୍କ...

ଅପରାହ୍ନ ୪ଟା ମୁଖ୍ୟ ଖବର

() ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ..ଆଇନଶୃଙ୍ଖଳା ବଜାୟ ରଖିବାକୁ ପ୍ରଶାସନକୁ ନିର୍ଦେଶ... ()...

୧୧ ମାଓବାଦୀଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ

ଭୁବନେଶ୍ବର: ରାଉରକେଲା ବାଙ୍କୋ ପଥର ଖଣିରୁ ୪ ହଜାର କିଲୋ ବିସ୍ଫୋରକ...

ଆରମ୍ଭ ହେଲା ଟ୍ରମ୍ପ ଗୋଲ୍ଡ କାର୍ଡ : ଆସନ୍ତୁ ଜାଣିବା କଣ ଏହା…

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ନୂତନ ଭିସା କାର୍ଯ୍ୟକ୍ରମ...

ଆଇନଶୃଙ୍ଖଳା ବଜାୟ ରଖ: କେଭି

ମାଲକାନଗିରି : ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ବୈଠକ ଶେଷ ହୋଇଛି। ପର୍ଯ୍ୟାୟକ୍ରମେ ଦୁଇ...

Related Articles

Popular Categories