www.samajalive.in
Friday, December 12, 2025
19.1 C
Bhubaneswar

ପୂର୍ବତନ ଟ୍ରାଇ ମୁଖ୍ୟଙ୍କ ଆକାଉଣ୍ଟରେ ପିଏମ୍‌ କିଷାନ ଅର୍ଥ

ନୂଆଦିଲ୍ଳୀ : ‘ପି.ଏମ୍‌ କିଷାନ’ ଯୋଜନାରେ କୃଷକଙ୍କୁ ମିଳିବାକୁ ଥିବା ଅର୍ଥ ଟେଲିକମ୍‌ ରେଗୁଲେଟାରି‌ ଅଥରିଟି ଅଫ୍‌ ଇଣ୍ଡିଆ(ଟ୍ରାଇ)ର ପୂର୍ବତନ ଅଧ୍ୟକ୍ଷ ତଥା ୟୁଆଇଡିଏଆଇର ପୂର୍ବତନ ନିର୍ଦେଶକ ରାମ ସେବକ ଶର୍ମାଙ୍କ ବ୍ୟାଙ୍କ୍‌ ଆକାଉଣ୍ଟକୁ ଯାଇଛି। ଚଳିତବର୍ଷ ମାର୍ଚ୍ଚରୁ ଅଗଷ୍ଟ ମଧ୍ୟରେ ୩ଟି କିସ୍ତିର ଦୁଇ ହଜାର ଲେଖାଏଁ ମୋଟ ୬ହଜାର ଟଙ୍କା ତାଙ୍କ ଆକାଉଣ୍ଟରେ ଜମା ହୋଇଛି। ଶର୍ମାଙ୍କ ନାମରେ ଥିବା ଷ୍ଟେଟ୍‌ ବ୍ୟାଙ୍କ ଆକାଉଣ୍ଟରେ ଏହା ଜମା ହୋଇଛି। ଶର୍ମା ଏ ସମ୍ପର୍କରେ ଅବଗତ ହେବା ପରେ ଏକ ଗଣମାଧ୍ୟମ ସଂସ୍ଥାକୁ ସୂଚନା ଦେଇଛନ୍ତି।

ପିଏମ୍‌ କିଷାନ ଯୋଜନାରେ ସେ ତାଙ୍କ ବ୍ୟାଙ୍କ ଆକାଉଣ୍ଟ ପଞ୍ଜୀକରଣ କରି ନ ଥିବାବେଳେ କେମିତି ଏହା ତାଙ୍କ ଆକାଉଣ୍ଟରେ ଜମା ହେଉଛି ସେ ନେଇ ଶର୍ମା ବିସ୍ମୟ ପ୍ରକାଶ କରିଛନ୍ତି। ଉତ୍ତରପ୍ରଦେଶ ଅନ୍ତର୍ଗତ ଫିରୋଜାବାଦ ଜିଲାର ଜଣେ କୃଷକ ଭାବେ ତାଙ୍କୁ ଦର୍ଶାଯାଇଥିବା ସେ ଜଣାଇଛନ୍ତି। ସରକାର ଏହାର ଯାଞ୍ଚ ନ କରିବା ଆହୁରି ଆଶ୍ଚର୍ଯ୍ୟର ବିଷୟ ବୋଲି ଶର୍ମା କହିଛନ୍ତି। ପିଏମ୍‌ କିଷାନ ଯୋଜନା ରେକର୍ଡ ଅନୁସାରେ ଚଳିତବର୍ଷ ଜାନୁଆରୀ ୮ରୁ ଶର୍ମାଙ୍କ ନାମରେ ଉକ୍ତ ଯୋଜନାନୁଯାୟୀ ଆକାଉଣ୍ଟ ଖୋଲାଯାଇଛି ଓ ସେଥିରେ ଟଙ୍କା ଜମା ହେଉଛି। ସେପ୍ଟେମ୍ବର ୨୪ ପର୍ଯ୍ୟନ୍ତ ୯ ମାସରୁ ଅଧିକ ସମୟ ଧରି ଆକାଉଣ୍ଟ କାର୍ଯ୍ୟକ୍ଷମ ଥିଲା।

- Advertisement -

ତେବେ ଏପରି ଘଟଣା ନୂଆ ନୁହେଁ। ପୂର୍ବରୁ ମଧ୍ୟ ଅଭିନେତା ରିତେଶ ଦେଶମୁଖ, ଭଗବାନ ହନୁମାନଙ୍କ ସହ ଆଇଏସ୍‌ଆଇ ଗୁଇନ୍ଦା ମେହବୁବ ଅଖତର ନାମରେ ଆକାଉଣ୍ଟ ଖୋଲାଯାଇ ପି.ଏମ୍‌ କିଷାନ ଯୋଜନା ଟଙ୍କା ଜମା ହେଉଥିବାର ନଜିର ରହିଛି। ସେମାନଙ୍କ ଆଧାର ନମ୍ବର ମଧ୍ୟ ସର୍ବସାଧାରଣରେ ଉପଲବ୍ଧ। ସୂଚନାଯୋଗ୍ୟ ଯେ ଶର୍ମା ୨୦୧୮ରେ ଆଧାରର ଗୋପନୀୟତା ସାବ୍ୟସ୍ତ କରିବାକୁ ଓ ଏହାର ଅପବ୍ୟବାହାର ସମ୍ଭବ ନୁହେଁ ବୋଲି ଦର୍ଶାଇବାକୁ ଯାଇ ନିଜର ଆଧାର ନମ୍ବର ସାର୍ବଜନୀନ କରିଥିଲେ। ଏହାର ପରିଣାମ ଏହି ଘଟଣାରେ ସ୍ପଷ୍ଟ ହୋଇଛି। ପି.ଏମ୍‌ କିଷାନ ଯୋଜନାରେ ଲାଭାର୍ଥୀଙ୍କ ସମ୍ପର୍କିତ ତଥ୍ୟ ବହୁ ଭାବରେ ଯାଞ୍ଚ ହେଉଛି ଏବଂ ଏହା ଜାଲ ହେବା ସମ୍ଭବ ନୁହେଁ। ଏଭଳି କିଛି ହେଲେ ସମ୍ପୃକ୍ତ ରାଜ୍ୟ ସରକାର ସେଥିପାଇଁ ଦାୟୀ ରହିବେ ବୋଲି ଗତ ସେପ୍ଟେମର ୨୦ରେ ଲୋକସଭାରେ କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର କହିଥିଲେ।

Hot this week

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

ବାଇକ ସ୍କୁଟି ମୁହାଁମୁହିଁ ଧକ୍କା- ୩ ମୃତ ୨ ଗୁରୁତର

ପାଟଣା - ଶୁକ୍ରବାର ସନ୍ଧ୍ୟା ସାଢ଼େ ୬ଟା ସମୟରେ ଘଟଗାଁ ଥାନା...

ଗାଈ କଟାକୁ ନେଇ ଉତ୍ତେଜନା- ମାମଲା ରୁଜୁ

ଗୋପାଳପୁର - ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟସ୍ଥ ସୋରାବାଡି ଜଙ୍ଗଲରେ...

୫୦ ବର୍ଷ ପରେ ବଡ ପରଦାକୁ ଆସିଲା ‘ସୋଲେ’

ଭୁବନେଶ୍ୱର:୫୦ ବର୍ଷ ପରେ ବଡ ପରଦାକୁ ଆସିଲା 'ସୋଲେ' ।ସିଲଭର ସ୍କ୍ରିନରେ...

ଦାମୀ କାର୍‌ରେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚୋରା ଚାଲାଣ- ଧରି ପକାଇଲେ ଗାଁ ଲୋକ

ଗୁରୁଡ଼ିଝାଟିଆ - ମଧ୍ୟାହ୍ନ ଭୋଜନ ଚାଉଳ ଚୋରା ଚାଲାଣ ବେଳେ ଧରିଲେ...

Related Articles

Popular Categories