www.samajalive.in
Friday, December 12, 2025
26.1 C
Bhubaneswar

ବୃଦ୍ଧି ପାଉଛି ଅନଲାଇନ ଠକେଇ, ଟାର୍ଗେଟରେ ରାଜଧାନୀ

ଡେସ୍କ: ରାଜ୍ୟରେ ବୃଦ୍ଧି ପାଉଛି ଅନଲାଇନ ଠକେଇ। ଭୁବନେଶ୍ୱର ଡିସିପି ଅଫିସ ସ୍ଥିତ ସାଇବର୍ କ୍ରାଇମ ହେଲ୍ପ ଡେସ୍କ ଫେଇଥିବା ସୂଚନା ଅନୁଯାୟୀ ଗତ ଏପ୍ରିଲ ମାସରେ ହେଲ୍ପଲାଇନ ନମ୍ବର ଯୋଗେ ୩୧୩ଟି ଅଭିଯୋଗ ହୋଇଥିବା ବେଳେ କେବଳ ଭୁବନେଶ୍ୱରରୁ ୨୬୧ଟି ଅଭିଯୋଗ ଆସିଥିଲା। ଅନ୍ୟାନ୍ୟ ଜିଲ୍ଲାରୁ ମାତ୍ର ୫୨ଟି ଅଭିଯୋଗ ଆସିଛି। ରାଜଧାନୀରୁ ୧୧୪ଟି ୟୁପିଆଇ ଠକେଇ ଓ ୭୪ଟି କ୍ରେଡିଟ୍ ଏବଂ ଡେବିଟ୍ କାର୍ଡ ଫ୍ରଡ୍ ସମ୍ବନ୍ଧିତ ଅଭିଯୋଗ ହେଲ୍ପଡେସ୍କକୁ ଆସିଥିବା ଜଣାପଡିଛି।

ଭୁବନେଶ୍ୱର ସହରାଞ୍ଚଳ ଜିଲ୍ଲାରେ ଗତ ଏପ୍ରିଲ ମାସରେ ବିଭିନ୍ନ ଅଭିଯୋଗ ମାଧ୍ୟମରେ ୭୬,୫୫,୬୬୧ ଟଙ୍କା ପରିମାଣର ଠକେଇ ଅଭିଯୋଗ ଆସିଥିଲା। ସେଥିମଧ୍ୟରୁ ୦୨ ଗୋଟି ମୋକଦ୍ଦମା ଭୁବନେଶ୍ୱରର ସାଇବର କ୍ରାଇମ୍ ଓ ଅର୍ଥନୈତିକ ଅପରାଧ ଥାନାରେ ପଞ୍ଜୀକୃତ କରାଯାଇଥିଲା। ଅଭିଯୋଗକାରିମାନଙ୍କୁ ଗତ ମାସରେ ସର୍ବ ମୋଟ ୯,୬୯,୫୬୩ ଟଙ୍କା ଫେରସ୍ତ କରାଯାଇଥିବା ବେଳେ ମୋଟ ୧,୩୧,୫୬୬ ଟଙ୍କା ବ୍ଲକ କରାଯାଇ ପାରିଛି। ଏପ୍ରିଲ ମାସରେ ଅନଲାଇନ ଠକାମୀର ଶିକାର ହୋଇଥିବା ୩୨ଜଣ ଅଭିଯୋଗକାରୀଙ୍କର ସମ୍ପୂର୍ଣ କିମ୍ବା ଆଂଶିକ ଅର୍ଥରାଶି ଫେରସ୍ତ କରାଯାଇ ପାରିଛି। ଏହି କ୍ରମରେ ଏପ୍ରିଲ ମାସରେ ବିଭିନ୍ନ ଅଭିଯୋଗକାରିମାନଙ୍କର ସର୍ବାଧିକ ୧,୧୮,୫୮୮ ଟଙ୍କା, ୧,୦୦,୦୦୦ ଟଙ୍କା ଏବଂ ୯୯,୮୭୯ ଟଙ୍କା ସାଇବର କ୍ରାଇମ୍ ଓ ଅର୍ଥନୈତିକ ଅପରାଧ ହେଲ୍ପ ଡେସ୍କର ମିଳିତ ଉଦ୍ୟମରେ ଫେରସ୍ତ କରାଯାଇପାରିଛି।

Hot this week

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

ତୃତୀୟ ବିଶ୍ୱଯୁଦ୍ଧ ପରିସ୍ଥିତି- ଟ୍ରମ୍ପ ଦେଲେ ଚେତାବନୀ

ନ୍ୟୁୟର୍କ - ବିଶ୍ୱ ତୃତୀୟ ବିଶ୍ୱ ଆଡକୁ ମୁହାଁଉଛି । ରୁଷ୍‌...

କମୁନି ‘ଧୁରନ୍ଧର’ର କ୍ରେଜ୍।

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

ସାଉଥ୍ ଏସିଆନ୍‌ ମୈତ୍ରୀ ସମ୍ମିଳନୀ ଉଦ୍‌ଘାଟିତ: ଯୋଗଦେଲେ ବିଭିନ୍ନ ରାଜ୍ୟର ଶତାଧିକ ପ୍ରତିନିଧି

ବ୍ରହ୍ମପୁର: ଶୁକ୍ରବାର ଗଞ୍ଜାମ ଜିଲ୍ଲାର ଗୋପାଳପୁର ବେଳାଭୂମିଠାରେ ୩୫ତମ ସାଉଥ୍ ଏସିଆନ୍...

Related Articles

Popular Categories