www.samajalive.in
Saturday, December 6, 2025
19.1 C
Bhubaneswar

ହତ୍ୟାକାରୀକୁ ଆଜୀବନ କାରାଦଣ୍ଡ

ଟିଟିଲାଗଡ଼ : ୨୦୧୭ ମସିହାରେ ସଂଘଟିତ ଏକ ହତ୍ୟା ମାମଲାରେ ଅଭିଯୁକ୍ତ ଟିଟିଲାଗଡ଼ ଥାନା ଅନ୍ତର୍ଗତ କୁମୁଡା ଗ୍ରାମର ଲକ୍ଷ୍ମଣ ଖରସେଲଙ୍କୁ ଟିଟିଲାଗଡ଼ ଅତିରିକ୍ତ ଜିଲା ଏବଂ ଦୌରା ବିଚାରପତି ସନ୍ଦୀପ କୁମାର ପଟ୍ଟନାୟକ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି । ମାମଲାରେ ଅନ୍ୟତମ ଅଭିଯୁକ୍ତ ରାହୁଲ ଓରଫ ଧନେଶ୍ୱର ବାଗ ପୁର୍ବରୁ ଜାମିନରେ ଥିବାବେଳେ ବର୍ତ୍ତମାନ ଫେରାର ରହିଛି । ସରକାରଙ୍କ ପକ୍ଷରୁ ପୀଡିତଙ୍କ ସପକ୍ଷରେ ମାମଲା ପରିଚାଳନା କରୁଥିବା ଆଡିସନାଲ ପବ୍ଲିକ ପ୍ରସିକ୍ୟୁଟର ରାଧାକାନ୍ତ ପାଢ଼ୀଙ୍କ ଏନେଇ ସୂଚନା କ୍ରମେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଅଭିଯୁକ୍ତ ଦ୍ବୟ କୁମୁଡା ଗ୍ରାମର ରୋମାଞ୍ଚ ଖରସେଲଙ୍କୁ ହତ୍ୟା କରିଥିଲେ । ଘଟଣା ଦିନ ସନ୍ଧ୍ୟାରେ ହତ୍ୟାର ଶିକାର ରୋମାଞ୍ଚର ଭଉଣୀ ଚମ୍ପାଙ୍କ ଉପରେ ଅଭିଯୁକ୍ତ ଲକ୍ଷ୍ମଣର ପତ୍ନୀ, ମାଁ, ଝିଅ, ଝିଆରୀ ମରଣାନ୍ତକ ଆକ୍ରମଣ କରିଥିଲେ । ପୁଣି ରାତ୍ରିରେ ରୋମାଞ୍ଚକୁ ଅଭିଯୁକ୍ତ ରାହୁଲ ଏକ ଠେଙ୍ଗା ଏବଂ ଲକ୍ଷ୍ମଣ ପଥର ଦ୍ୱାରା ଆକ୍ରମଣ କରିଥିଲା । ଆକ୍ରମଣରେ ଗୁରୁତର ରୋମାଞ୍ଚର ବୁର୍ଲା ଡାକ୍ତରଖାନାରେ ମୃତ୍ୟୁ ହୋଇଥିଲା । ଏନେଇ ୧୬ ଜଣଙ୍କ ସାକ୍ଷ୍ୟ ପ୍ରମାଣ, ୭୧ ଦସ୍ତାବିଜ, ହତ୍ୟାକାଣ୍ଡରେ ବ୍ୟବହୃତ ପଥର ଠେଙ୍ଗା ଆଦି ୯ଟିର ପ୍ରମାଣକୁ ଆଧାର କରି ଅଦାଲତ ଅଭିଯୁକ୍ତ ଲକ୍ଷ୍ମଣକୁ ଆଜୀବନ କାରାଦଣ୍ଡ ସହ ୨୦ ହଜାର ଟଙ୍କା ଜୋରିମାନା, ଜୋରିମାନା ଅନାଦେୟରେ ଆହୁରି ୬ ମାସ କାରାଦଣ୍ଡ ଶୁଣାଇଛନ୍ତି । ଅନ୍ୟପକ୍ଷରେ ହତ୍ୟାର ଶିକାର ରୋମାଞ୍ଚର ସମ୍ପର୍କୀୟ ହତ୍ୟାକାରୀ ଲକ୍ଷ୍ମଣର ପୁଅକୁ ମାରି ପୋଖରୀରେ ଫିଙ୍ଗିଦେଇଥିବା ଅଭିଯୋଗ ହୋଇଥିଲା । ମାମଲାରେ ଉକ୍ତ ଅଭିଯୁକ୍ତ ଅଦାଲତରୁ ନିର୍ଦ୍ଦୋଶରେ ଖଲାସ ହୋଇଥିଲେ । ଏହାକୁ ନେଇ ଗୋଟିଏ ଗ୍ରାମର  ଦୁଇ ପରିବାର ମଧ୍ୟରେ ତିକ୍ତତା ସହ ରୋମାଞ୍ଚର ହତ୍ୟା ହୋଇଥିବା ଆଡିସନାଲ ପବ୍ଲିକ ପ୍ରସିକ୍ୟୁଟର ଶ୍ରୀ ପାଢ଼ୀ କହିଛନ୍ତି ।

Hot this week

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

Related Articles

Popular Categories