ଟିଟିଲାଗଡ଼ : ଟିଟିଲାଗଡ଼ ବର୍ଣ୍ଣେଇ ସଂରକ୍ଷିତ ଜଙ୍ଗଲରେ ବନ ବିଭାଗ ଓ ବଡ଼ମାଲ ଗୋଳାବାରୁଦ କାରଖାନା ସୁରକ୍ଷା କର୍ମଚାରୀଙ୍କ ମିଳିତ ପେଟ୍ରୋଲିଂ ସମୟରେ ଅବୈଧ ଭାବରେ ଖଇର ଗଛ କାଟି ଚାଲାଣ ନେଇ ଜଣକୁ ଗିରଫ ସହ ଏକ ପିକଅପ ଗାଡି ଜବତ ହୋଇଛି । ଏନେଇ ଟିଟିଲାଗଡ଼ ବନାଞ୍ଚଳ ଅଧିକାରୀ ସଚ୍ଚିଦାନନ୍ଦ ସୁବୁଦ୍ଧିଙ୍କ ସୂଚନା କ୍ରମେ କିଛି ଲୋକ ଖଇର ଗଛ କାଟି ପିକଅପ ଗାଡ଼ିରେ ଲୋଡ଼ କରୁଥିବା ବେଳେ ବନ ବିଭାଗ ଷ୍ଟାଫଙ୍କୁ ଦେଖି ଦୌଡି ପଳାଇବାକୁ ଚେଷ୍ଟା କରିଥିଲେ । ବନ କର୍ମଚାରୀ ଗୋଡ଼ାଇ ଜଣେ ଅଭିଯୁକ୍ତଙ୍କୁ ଧରିଥିଲେ । ଏହି ଘଟଣାରେ ୧୦ କ୍ୱିଣ୍ଟାଲ ଖଇର କାଠ ସହ ଛତିଶଗଡର ଏକ ପିକଅପ ଗାଡି ଜବତ ହୋଇଛି l ଗିରଫ ଅଭିଯୁକ୍ତ ଗଣ୍ଡପତ୍ରାପାଲି ସମାଚୁଆଁ ନିବାସୀ ସନ୍ନ୍ୟାସୀ ମିର୍ଦ୍ଧାଙ୍କୁ ବନ ବିଭାଗ ଗିରଫ ସହ କୋର୍ଟ ଚାଲାଣ କରିଛି ।
Popular Categories



