www.samajalive.in
Monday, December 8, 2025
24.1 C
Bhubaneswar

ଛାତ୍ରୀଙ୍କ ସୁରକ୍ଷାକୁ ନେଇ ସଚେତନତା ଶିବିର

କଲ୍ୟାଣସିଂହପୁର : ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ନାରାୟଣପୁର ପଞ୍ଚାୟତର ଶିରିପୁରରେ ଥିବା ସରକାରୀ (ଏସଏସଡି) ବାଳିକା ମହାବିଦ୍ୟାଳୟ ପରିସରରେ କଲ୍ୟାଣସିଂହପୁର ପୁଲିସ ତରଫରୁ ଛାତ୍ରୀ ସୁରକ୍ଷା ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ବାଳିକା ମହା ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ କୁମାରୀ ନୟନି ରଇତଙ୍କ ସଭାପତିତ୍ବରେ ଆୟୋଜିତ ଛାତ୍ରୀସୁରକ୍ଷା ସଚେତନତା ଶିବିରରେ ମୁଖ୍ୟ ଅତିଥିଭାବେ କଲ୍ୟାଣ ସିଂହପୁର ଥାନା ଅଧିକାରୀ ନୀଳକଣ୍ଠ ବେହେରା, ଏସଆଇ ହେମନ୍ତ କୁମାର ବରିଆ, ଭାରପ୍ରାପ୍ତ ଶିକ୍ଷକ ସରୋଜ କୁମାରୀ ମହାପାତ୍ର, ବେଟା ରାଜେଶ, ନଗେଶ କୁମାର ପାଟିକ ମଞ୍ଚାସିନ ରହିଥିଲେ । ଶିବିରରେ  ବାଳିକା ମହାବିଦ୍ୟାଳୟର ଶତାଧିକ ଛାତ୍ରୀ ଓ ଶିକ୍ଷୟତ୍ରୀ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ସମାଜରେ ମହିଳାମାନଙ୍କ ଉପରେ ଘଟୁଥିବା ହିଂସା ଉପରେ ଚିନ୍ତାବ୍ୟକ୍ତ କରିବା ସହିତ ଅନେକ କ୍ଷେତ୍ରରେ ମହିଳା ମାନେ ନିଜେ ନିଜକୁ ହତ୍ୟା କରୁଥିବା ନେଇ ଉଦବେଗ ପ୍ରକାଶ କରିଥିଲେ। ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଉଚିତ ସମୟକୁ ଅପେକ୍ଷା କରିବାକୁ ପଡ଼ିବ କିମ୍ବା ଧୈର୍ଯ୍ୟର ସହ ପ୍ରତ୍ୟେକ ସମସ୍ୟାକୁ ସାମନା କରିବାକୁ ପଡ଼ିବ। ଦୁର୍ବଳ ଲୋକ ନିଜକୁ ନିଜେ ଶେଷ କରି ଦିଅନ୍ତି ବୋଲି ସେ ଛାତ୍ରୀମାନଙ୍କୁ କହିଥିଲେ।

ଏଥିସହ ପରାମର୍ଶ ଦେଇଥିଲେ କେତେ ବି ଜଟିଳ ସମସ୍ୟା ଆସୁ ବିଦ୍ୟାଳୟରେ ଶିକ୍ଷକ ଶିକ୍ଷୟତ୍ରୀ, ଘରେ ବାପାମାଆ ଯଦି ଏଥିରୁ ବଳେଇଯାଏ ତେବେ ସ୍ଥାନୀୟ ପୋଲିସ କିମ୍ବା ମହିଳା ସମାଜସେବୀ ମାନଙ୍କ ପରାମର୍ଶ ନେବା ଉଚିତ୍। କୌଣସି ପରିସ୍ଥିତିରେ ନିଜର ଅମୂଲ୍ୟ ଜୀବନକୁ ମୃତୁ ମୁଖକୁ ଠେଲି ଦେବା କାପୁରୁଷତା ବୋଲି  ଅତିଥିମାନେ ମତ ଦେଇଛନ୍ତି । ଅପ୍ରାପ୍ତ ବୟସ୍କା ଓ ମହିଳାମାନଙ୍କ ଉପରେ ଘଟୁଥିବା ଯୌନ ଶୋଷଣ, ପାରିବାରିକ ହିଂସା ଆଜି ସମସ୍ତଙ୍କୁ ବିଚଳିତ କରିଦେଇଛି। ଅନେକ କ୍ଷେତ୍ରରେ ମହିଳାମାନେ ଅସହାୟ ମନେକରି ନିଜକୁ ନିଜେ ଶେଷ କରିଦେଉଥିବା ଦେଖିବାକୁ ମିଳୁଛି। ଏହା କିନ୍ତୁ ସମାଧାନର ରାସ୍ତା ନୁହେଁ। ଏଥିପାଇଁ ମହିଳାମାନେ ସାହସର ସହିତ ପରିସ୍ଥିତିର ସାମନା କରିବା ସହିତ ବଞ୍ଚିକରି ଲଢ଼ିବା ଉଚିତ୍ ବୋଲି କହିଥିଲେ। ପରେ ଶିଶୁ ଶ୍ରମିକ, ଶିଶୁ ଅଧିକାର, ସାଇବର ସଚେତନତା, ବାଲ୍ୟ ବିବାହ, ଶିଶୁ ଉତ୍ପୀଡନ, ମେଣ୍ଟାଲ ହାରାସମେଣ୍ଟ ଉପରେ ପୋଲିସ ଅଧିକାରୀମାନେ ବିଦ୍ୟାର୍ଥି ମାନଙ୍କୁ ସଚେତନ କରାଇଥିଲେ। କୌଣସି ବିଷମ ପରିସ୍ଥିତିକୁ ମହିଳାମାନେ ସାହସର ସହ ପ୍ରତିରୋଧ କରିବା ଉଚିତ୍। ଯଦି କିଛି ଅସୁବିଧା ପରିସ୍ଥିତି ଜୀବନକୁ ଆସୁଛି, ନିଜେ ସୁଧାରି ନପାରିଲେ ସାଙ୍ଗସାଥୀ,ଆତ୍ମୀୟ ସ୍ୱଜନ,ଗୁରୁଜୀ ଗୁରୂମା,ବାପାମାଆ ମାନଙ୍କ ସହିତ ସେୟାର କରିଲେ ଏହା ସହଜ ହୋଇଯାଏ। ଏପରି କୌଣସି ପରିସ୍ଥିତି ନାହିଁ ଯାହାର ସମାଧାନ ନାହିଁ। ସୃଷ୍ଟିରେ ମଣିଷ ଜୀବନ ଭଳି ଅମୂଲ୍ୟ ଜୀବନକୁ ଅକାରଣେ ନଷ୍ଟ କରିଦେବା ବୁଦ୍ଧିହୀନର କାରଣ। ଛାତ୍ରୀମାନେ ସଙ୍କଳ୍ପ ନେଇଥିଲେ। ସେମାନେ ପ୍ରତ୍ୟେକ ପରିସ୍ଥିତିର ମୁକାବିଲା କରିବେ। ନିଜକୁ ଶେଷ କରିବା ପରିବର୍ତ୍ତେ ନିଜେ ବଞ୍ଚିବେ,ଅନ୍ୟକୁ ବଞ୍ଚାଇବେ ଏବଂ ଆଗକୁ ବଢିବାର ସ୍ବପ୍ନ ଦେଖିବେ। ଶେଷରେ  ଶିକ୍ଷକ ଗୁରୁ ପ୍ରସାଦ ପବିତ୍ର ମୋହନ ଧନ୍ୟବାଦ୍ ଦେଇଥିଲେ ।

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories