www.samajalive.in
Wednesday, December 10, 2025
18.1 C
Bhubaneswar

ନିର୍ବାଚନ କମିଶନଙ୍କୁ ୬୫ ଲକ୍ଷ ଭୋଟରଙ୍କ ତାଲିକା ମାଗିଲେ ସୁପ୍ରିମକୋର୍ଟ

ସମାଜ ଡିଜିଟାଲ ଡେସ୍କ: ବିହାରରେ ସ୍ଵତନ୍ତ୍ର ପୁଙ୍ଖାନୁପୁଙ୍ଖ ପୁନଃନିରୀକ୍ଷଣ(ଏସଆଇଆର) କାର୍ଯ୍ୟକାରୀ କରାଯିବା ମାମଲାରେ ନିର୍ବାଚନ ଆୟୋଗ(ଇସି)ଙ୍କୁ ସୁପ୍ରିମକୋର୍ଟରୁ ଶକ୍ତ ଝଟକା ମିଳିଛି। ଏସଆଇଆର କାର୍ଯ୍ୟକାରୀ କରାଯିବା ଯୋଗୁ ୬୫ ଲକ୍ଷ ଜାଲ୍‌ ଭୋଟରଙ୍କୁ ଚିହ୍ନଟ କରାଯାଇ ସେମାନଙ୍କୁ ତାଲିକାରୁ ବାଦ୍‌ ଦିଆଯାଇଥିବା ଇସି କହିଥିଲେ। ଏବେ ସୁପ୍ରିମକୋର୍ଟ ଉକ୍ତ ୬୫ ଲକ୍ଷ ଭୋଟରଙ୍କ ତାଲିକା ମାଗିଛନ୍ତି। ବିଚାରପତି ସୂର୍ଯ୍ୟକାନ୍ତ ଏବଂ ଜୟମାଳା ବାଗଚୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଭୋଟରଙ୍କ ପରିଚୟ ଯାଞ୍ଚ କ୍ଷେତ୍ରରେ ଆଧାର କାର୍ଡ ଏବଂ ଇପିଆଇସି ନମ୍ବରକୁ ବୈଧ କାଗଜପତ୍ର ଭାବେ ଗ୍ରହଣ କରିବାକୁ ମଧ୍ୟ ଗୁରୁବାର ନିର୍ଦେଶ ଦେଇଛନ୍ତି।

ବିହାର ନିର୍ବାଚନ ପୂର୍ବରୁ ଏସଆଇଆର ଲାଗୁ କରି କଟାଯାଇଥିବା ଭୋଟରଙ୍କ ତାଲିକା କାହିଁକି ଓ୍ବେବସାଇଟରେ ପ୍ରକାଶ କରାଯାଇ ନାହିଁ ବୋଲି ସର୍ବୋଚ୍ଚ ନ୍ୟାୟାଳୟ ପ୍ରଶ୍ନ କରିଛନ୍ତି। ଆସନ୍ତା ମଙ୍ଗଳବାର ସୁଦ୍ଧା ତାଲିକା ଜାରି କରିବାକୁ ସୁପ୍ରିମକୋର୍ଟ ଇସିଙ୍କୁ ନିର୍ଦେଶ ଦେଇଛନ୍ତି। କଟାଯାଇଥିବା ଭୋଟରଙ୍କ ତାଲିକା ଜାରି କରିବା ଦ୍ଵାରା ଲୋକମାନେ ଏହାର କାରଣ ଜାଣିପାରିବେ ଏବଂ ତାହାର ସଂଶୋଧନ କରିପାରିବେ, ଯାହାଦ୍ଵାରା ସ୍ଵଚ୍ଛତା ଅବଲମ୍ବନ କରାଯାଇପାରିବ ବୋଲି ଖଣ୍ଡପୀଠ କହିଛନ୍ତି।

Hot this week

ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

Related Articles

Popular Categories