ଟିଟିଲାଗଡ଼ : ଟିଟିଲାଗଡ଼ ପର୍ଯ୍ୟଟନ କ୍ଷେତ୍ର କୁମୁଡା ପାହାଡ଼ ଉପରେ ଥିବା ପୋଖରୀରେ ବୁଡି ଜଣେ ଛାତ୍ରଙ୍କ ମୃତ୍ୟୁ ଘଟିଛି । ଛାତ୍ର ଜଣକ ବଡ଼ମାଲ ଗୋଳାବାରୁଦ କାରଖାନାର ଜେଡବ୍ଲୁଏମ ସୁନିଲ ଗହୀରଙ୍କ ଏକ ମାତ୍ର ପୁତ୍ର ବିପୁଲ କ୍ରିଷ୍ଣା ଗହୀର ବୋଲି ଜଣାପଡିଛି । ସେ ବୁର୍ଲା ଇଞ୍ଜିନିୟରିଂ ଛାତ୍ର ଥିଲେ । ଆଜି ସେ ତାଙ୍କ ୯ ଜଣ ସାଙ୍ଗଙ୍କ ସହ ଟିଟିଲାଗଡ଼ ବୁଲି ଆସିଥିବା ବେଳେ କୁମୁଡା ପାହାଡ଼ ଉପରେ ଥିବା ପୋଖରୀରେ ଗାଧୋଇବାକୁ ଯାଇ ଗଭୀର ପାଣିରେ ବୁଡିଯାଇଥିବା ଜଣାଯାଇଛି । ଏନେଇ ତାଙ୍କ ସାଙ୍ଗମାନେ ପାଟି କରିବାରୁ ସ୍ଥାନୀୟ ଲୋକେ ପହଞ୍ଚି ତାଙ୍କୁ ଉଦ୍ଧାର ସହ ଟିଟିଲାଗଡ଼ ଉପଖଣ୍ଡ ଡାକ୍ତରଖାନା ଆଣିଥିଲେ । କିନ୍ତୁ ସେତେବେଳକୁ ତାଙ୍କର ମୃତ୍ୟୁ ହୋଇସାରିଥିଲା । ଖବର ପାଇ ଟିଟିଲାଗଡ଼ ଥାନା ଏସଆଇ କିରଣ ଜାନି, ଏଏସ ଆଇ ମନୋଜ ବିଶି ଟିଟିଲାଗଡ଼ ଡାକ୍ତରଖାନାରେ ପହଞ୍ଚିଛନ୍ତି । ମୃତକଙ୍କ ପରିବାର ଲୋକେ ଡାକ୍ତରଖାନା ପହଞ୍ଚିଥିବାବେଳେ କାନ୍ଦରୋଳରେ ଅଞ୍ଚଳ ଫାଟି ପଡୁଛି ।
Popular Categories



